ଉତ୍ତର ପ୍ରଦେଶ: ମାଙ୍କଡ଼ ହେଲା ଲକ୍ଷପତି, ବାଇକ୍‌ରୁ ନେଇଗଲା ନଗଦ ୧ ଲକ୍ଷ ଟଙ୍କା!

ଉତ୍ତର ପ୍ରଦେଶର ରାମପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ଼ ଲକ୍ଷପତି ହୋଇଯାଇଛି। ବାଇକ୍‌ରୁ ନଗଦ ୧ ଲକ୍ଷ ଟଙ୍କା ନେଇ ଖସି ପଳାଇ ଯାଇଛି ମାଙ୍କଡ଼। ଘଟଣା ଘଟିଛି ଶାହବାଦ ତହସିଲରେ।

ଉତ୍ତର ପ୍ରଦେଶର ରାମପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ଼ ଲକ୍ଷପତି ହୋଇଯାଇଛି। ବାଇକ୍‌ରୁ ନଗଦ ୧ ଲକ୍ଷ ଟଙ୍କା ନେଇ ଖସି ପଳାଇ ଯାଇଛି ମାଙ୍କଡ଼। ଘଟଣା ଘଟିଛି ଶାହବାଦ ତହସିଲରେ।

ମିଳିଥିବା ସୂଚନା ମୁତାବକ, ଏଠାରେ ଜଣେ ବ୍ୟକ୍ତି ରେଜିଷ୍ଟ୍ରୀ ଅଫିସ୍‌କୁ କୌଣସି କାମରେ ଆସିଥିଲେ। ସେ ନିଜ ବାଇକ୍‌ରେ ନଗଦ ୧ ଲକ୍ଷ ଟଙ୍କା ରଖିଥିଲେ। ଯେମିତି ସେ ବାଇକ୍‌ ଛାଡ଼ି ଚାଲିଯାଇଥିଲେ, ଏହି ସୁଯୋଗରେ ସେଠାରେ ବୁଲିଥିବା ଏକ ମାଙ୍କଡ଼ ପହଞ୍ଚି ଉକ୍ତ ଲକ୍ଷେ ଟଙ୍କାକୁ ନେଇଯାଇଥିଲା।

ଏହି ଘଟଣାକୁ ନେଇ ଆଖାପାଖ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ତହସିଲରେ ବ୍ୟକ୍ତିଙ୍କ ପାଟି ଶୁଣି ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ବହୁ ପରିଶ୍ରମ ପରେ ମାଙ୍କଡ଼ଠାରୁ ଟଙ୍କା ଉଦ୍ଧାର କରାଯାଇଛି।

ଖବର ରହିଛି, ଅବରାର୍‌ ହୁସୈନ ନାମକ ବ୍ୟକ୍ତି ତହସିଲକୁ ଆସିଥିଲେ। ସେ ୧ ଲକ୍ଷ ଟଙ୍କା ବାଇକ୍‌ରେ ଏକ ବ୍ୟାଗ୍‌ ଭିତରେ ରଖିଥିଲେ। ଅବରାର୍‌ ଏହି ଟଙ୍କା ବ୍ୟାଗ୍‌କୁ ବାଇକ୍‌ରେ ରଖି ଓକିଲଙ୍କ ପାଖକୁ ଯାଇଥିଲେ। ସେ ଓକିଲଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଏପଟେ ମାଙ୍କଡ଼ ଏଭଳି କାରନାମା କରିଥିଲା।

ଏକ ମାଙ୍କଡ଼ ଆସି ବାଇକ୍‌ରେ ୧ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ନେଇ ଗଛ ଉପରେ ଚଢ଼ି ଯାଇଥିଲା। ହଠାତ୍‌ ଅବରାର୍‌ଙ୍କ ନଜର ପଡ଼ିବା ପରେ ସେ ବଡ଼ ଜୋର୍‌ରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ଲୋକେ ରୁଣ୍ଡ ହୋଇଯାଇଥିଲେ। କୌଣସି ବି ପ୍ରକାରେ ଚେଷ୍ଟା କରାଯାଇ ମାଙ୍କଡ଼ଠାରୁ ଟଙ୍କା ଉଦ୍ଧାର କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.