ଲଞ୍ଚ ହେଲା Nokia C 20 Plus, ମାତ୍ର ୮ ହଜାର ଟଙ୍କାରେ ପାଇପାରିବେ ଏହି ସବୁ ସୁବିଧା

ଏଚଏମଡ଼ି ଗ୍ଲୋବାଲ ନିଜର ଏକ ସ୍ମାର୍ଟଫୋନ Nokia C 20 Plusକୁ ଲଞ୍ଚ କରିଛି । ଚଳିତ ବର୍ଷ ଲଞ୍ଚ ହୋଇଥିବା ନୋକିଆ ସି20 ପ୍ଲସ ହେଉଛି ନୋକିଆ ସି20 ର ଲାଟେଷ୍ଟ ଭର୍ଜନ । ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ସହ ୱାଟର ଡ୍ରପ ନଚ ଡିଷ୍ପ୍ଲେ ସୁବିଧା ରହିଛି । ଏହାର ବ୍ୟାଟେରୀ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାକଅପ ରଖିପାରିବ ।

ଏହି ଫୋନର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୮୦୦୦ ଟଙ୍କା ରଖାଯାଇଛି । ଏହି ଦରରେ ୩ ଜିବି ରାମ ସମେତ ୩୨ ଜିବିର ଷ୍ଟୋରେଜ ସୁବିଧା ମିଳିବ | ଏହି ଫୋନକୁ ଗ୍ରାଫାଇଟ ବ୍ଲାକ ଓ ଏସିଆନ ବ୍ଲୁ ଭଳି ଦୁଇଟି ରଙ୍ଗରେ କିଣାଯାଇପାରିବ । Nokia C 20 Plusରେ ଆଣ୍ଡ୍ରଏଡ ୧୧
| ଏହା ବ୍ୟତୀତ ଏଥିରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ସୁବିଧା ରହିଛି । ଯାହାର ରିଜୋଲୁସନ ୭୨୦x ୧୬୦୦ ପିକସଲ ରହିଛି । ଫୋନରେ ଅକଟାକୋର ପ୍ରସେସର, ୩ ଜିବି ରାମ ସମେତ ୩୨ ଜିବିର ଷ୍ଟୋରେଜ ଫ୍ୟାସିଲିଟି ରହିଛି ।

nokia

 

 

କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ଏଥିରେ ଡୁଆଲ କ୍ୟାମେରା ସେଟଅପ ସମେତ ୮ ମେଗାପିକସଲର ପ୍ରାଇମେରୀ ଲେନ୍ସ ଥିବା ବେଳେ ଦ୍ଵିତୀୟ ଲେନ୍ସ ୨ ମେଗାପିକସଲର ରହିଛି । ସେଲ୍ଫି ପାଇଁ ଏଥିରେ ୫ ମେଗା ପିକସଲ ରହିଛି | ଏହା ବାଦ ବ୍ୟୁଟି ମୋଡ଼ ସମେତ ଅନେକ ଫିଚର୍ସ ଉପଲବ୍ଧ ରହିଛି ।

ଏସବୁ ବାଦ ନୋକିଆର ଏହି ଫୋନରେ 4G LTE , WIFI 802.11 b/g/n , ବ୍ଲୁଟୁଥ v4.2, GPS/A-GPS, FM ରେଡ଼ିଓ, ମାଇକ୍ରୋ ୟୁଏସବି ସମେତ 3.5mm ହେଡ଼ଫୋନ ସୁବିଧା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.