ଗୋଟିଏ ନୁହେଁ ୪ ଡିଭାଇସରେ ବି ଚଲାଇପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ୍ ପ୍ରୋସେସ୍
ହ୍ଵାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଡିଭାଇସ ଲିଙ୍କିଙ୍ଗ ପ୍ରୋସେସକୁ ସହଜ କରିଦେଇଛି । ହ୍ଵାଟ୍ସଆପ୍ ଘୋଷଣା କରିଛି ଯେ ଖାସ୍ କରି କମ୍ପାନୀ ଓ୍ଵିଣ୍ଡୋଜ୍ ୟୁଜର୍ସଙ୍କ ପାଇଁ ଏକ ଡିଭାଇସ୍ ବନାଇଥିବା ନୂଆ ଆପକୁ ଲଞ୍ଚ୍ କରିଛି

ହ୍ଵାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଡିଭାଇସ ଲିଙ୍କିଙ୍ଗ ପ୍ରୋସେସକୁ ସହଜ କରିଦେଇଛି । ହ୍ଵାଟ୍ସଆପ୍ ଘୋଷଣା କରିଛି ଯେ ଖାସ୍ କରି କମ୍ପାନୀ ଓ୍ଵିଣ୍ଡୋଜ୍ ୟୁଜର୍ସଙ୍କ ପାଇଁ ଏକ ଡିଭାଇସ୍ ବନାଇଥିବା ନୂଆ ଆପକୁ ଲଞ୍ଚ୍ କରିଛି । ଓ୍ଵିଣ୍ଡୋଜ୍ ଡେକ୍ସଟପଙ୍କ ପାଇଁ ନୂଆ ହ୍ଵାଟ୍ସଆପ୍ ଆପ୍ ମାଇଲେଜ୍ ଆପ୍ ସହ ସମାନ ଏବଂ କୁହାଯାଉଛି ଯେ ଏହା ଅନେକ ଉପକରଣରେ ଆପର ଉପଯୋଗ କରିବା ପାଇଁ ସ୍ପିଡ୍ ଏବଂ ସିମଲେସ ଏକ୍ସପେରିୟନ୍ସ ପ୍ରଦାନ କରିଥାଏ ।
ହ୍ଵାଟ୍ସଆପ ଘୋଷଣା କରିଛି ଯେ ୟୁଜର ଏବେ ନିଜର ହ୍ଵାଟ୍ସଆପ୍ ଆକାଉଣ୍ଟଙ୍କୁ ଚାରିଟି ଡିଭାଇସ ପର୍ଯ୍ୟନ୍ତ ଲିଙ୍କ କରିପାରିବେ । ଫୋନ୍ ଅଫଲାଇନ୍ ହେବା ପରେ ମଧ୍ୟ ଚାଟ ସିଙ୍ଗ୍ ଏବଂ ଏନକ୍ରିପଟେଡ ରହିବ । ଓ୍ଵିଣ୍ଡୋଜ୍ ଡେସ୍ପଟପରେ ହ୍ଵାଟ୍ସଆପକୁ ଅପଡେଟ କରିବା ପରେ ୟୁଜର୍ସଙ୍କ ପାଖରେ ଠିକ ଡିଭାଇସ ପାଇଁ ଭିଡିଓ ଏବଂ ଭଏସ କଲିଙ୍ଗ୍ ଅପ୍ସନ ଏବଂ ଡିଭାଇସ ଲିଙ୍କିଙ୍ଗ ସହିତ ଅନେକ ସୁବିଧା ରହିବ । ଟ୍ଵିଟରରେ ହ୍ଵାଟ୍ସଆପ୍ ଲେଖିଛି, କୌଣସି ଚାର୍ଜର ନୁହେଁ, କୌଣସି ସମସ୍ୟା ନୁହେଁ । ଏବେ ଆପଣ ହ୍ଵାଟ୍ସଆପକୁ ଚାରିଟି ଡିଭାଇସରେ ଲିଙ୍କ କରିପାରିବେ ଯାହାଦ୍ୱାରା ଫୋନ ଅଫଲାଇନ୍ ହେବା ପରେ ମଧ୍ୟ ଆପଣଙ୍କ ଚାଟ ସିଙ୍କ ଏନକ୍ରିପଟେଡ ଆହୁରି ଭଲ ରହିବ ।
ଏବେ ପ୍ରଶ୍ନ ଉଠୁଛି ଯେ ହ୍ଵାଟ୍ସଆପକୁ ମଲ୍ଟିପଲ ଡିଭାଇସେଜରେ କେମିତି ଲିଙ୍କ କରିବେ । ଏହାର ପ୍ରୋସେସ ମଧ୍ୟ ଆମେ ଆପଣଙଙ୍କଚ କହିବାକୁ ଯାଉଛୁ । ଆପଣ କିଛି ଷ୍ଟେପ୍ସକୁୁ ଫଲୋ କରି ଏପରି କରିପାରିବେ।
- ଆପଣ ଫୋନରେ ହ୍ଵାଟ୍ସଆପ ଖୋଲନ୍ତୁ । ଯାହା ଆପଣଙ୍କ ପ୍ରାଇମେରୀ ଡିଭାଇସ । ଯେଉଁଠି ଆପଣ ସବୁବେଳେ ଆପଣଙ୍କ ହ୍ଵାଟ୍ସଆପକୁ ଆକ୍ଟିଭ ରହିଥାଏ ।
- ସେଟିଙ୍ଗକୁ ଯାଆନ୍ତୁ ଏବଂ ଲିଙ୍କଡ ଡିଭାଇସେଜ ଅପ୍ସନକୁ ବାଛନ୍ତୁ ।
- ଏକ ନୂଆ ଡିଭାଇସ ଲିଙ୍କ ଉପରେ ଟ୍ୟାପ୍ କରନ୍ତୁ ଏବଂ ଅନ୍ ସ୍କ୍ରୀନ ନିର୍ଦ୍ଦେଶର ପାଳନ କରନ୍ତୁ ।
- ଓ୍ଵିଣ୍ଡୋଜ ଡେସ୍କଟପ ଭଳି ଅନ୍ୟ ଡିଭାଇସ କନେକ୍ଟ କରିବା ପାଇଁ େଓ୍ଵବ ବ୍ରାଉଜର ରେ ହ୍ଵାଟ୍ସଆପ୍ େଓ୍ଵବ ପେଜ ଖୋଲନ୍ତୁ ।
- ଆପଣ ଅନ୍ୟ ଡିଭାଇସରେ େଓ୍ଵବ ପେଜରେ କ୍ୟୁଆର କୋଡକୁ ସ୍କାନ କରନ୍ତୁ ।
- ସିଙ୍କ୍ ହେବାକୁ ଅପେକ୍ଷା କରନ୍ତୁ । ଆପଣଙ୍କ ଚାଟ ଅନ୍ୟ ଡିଭାଇସରେ ଶୋ କରିବ ।
- ଅଧିକ ଡିଭାଇସେସକୁ ଲିଙ୍କ କରିବା ପାଇଁ ସେହି ପ୍ରକ୍ରୀୟାକୁ ଦୋହରାନ୍ତୁ ।
- ଆପଣ ଅଧିକତମ ୪ଟି ଡିଭାଇସକୁ ଏକା ସାଥିରେ ଲିଙ୍କ କରିପାରିବେ ଏବଂ ଲିଙ୍କ କରାଯାଇଥିବା ଡିଭାଇସ ଆପଣଙ୍କ ହ୍ଵାଟ୍ସଆପ ଆକାଉଣ୍ଟରେ ସେତେ ପର୍ଯ୍ୟନ୍ତ ଯୋଡି ରହିବ ଯେତେ ପର୍ଯ୍ୟନ୍ତ ଆପଣ ଇଣ୍ଟରନେଟ ସହ କନେକ୍ଟ ଥିବେ ।
- ଆପଣ ହ୍ଵାଟ୍ସଆପ ଆପରେ ଲଗ୍ ଆଉଟ୍ କରି ମଧ୍ୟ ଡିଭାଇସକୁ କେବେବି ଅନଲିଙ୍କ କରିପାରିବେ।