Below header

ସ୍କୁଲ ଶିକ୍ଷକଙ୍କ ମାଡ଼ରେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ, ଶିକ୍ଷକ ଫେରାର

ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଜଣେ ୭ମ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ବିହାର ସରସା ଜିଲ୍ଲାରେ । ଛାତ୍ର ଜଣଙ୍କ ହୋମ ଓ୍ଵାର୍କ କରି ଆସି ନଥିବାରୁ ଶିକ୍ଷକ ପିଟିଥିଲେ । ଫଳରେ ଛାତ୍ରଙ୍କର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଘଟଣ ଘଟିବା ପରେ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ବିହାର : ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଜଣେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ବିହାର ସରସା ଜିଲ୍ଲାରେ । ଛାତ୍ର ଜଣଙ୍କ ହୋମ ଓ୍ଵାର୍କ କରି ଆସି ନଥିବାରୁ ଶିକ୍ଷକ ପିଟିଥିଲେ । ଫଳରେ ଛାତ୍ରଙ୍କର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଘଟଣ ଘଟିବା ପରେ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ଛାତ୍ରର ଘର ବିହାର ମାଧେପୁର ଭାରହି ଗାଁରେ । ଛାତ୍ରଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ହୋମ ଓ୍ଵାର୍କ କରି ନଥିବାରୁ ସ୍କୁଲର ଶିକ୍ଷକ ତଥା ଡାଇରେକ୍ଟର ତାଙ୍କ ପୁଅକୁ ନିର୍ଦ୍ଦୟ ଭାବେ ପିଟିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୁଁ ସ୍କୁଲରେ ପହଞ୍ଚିବା ପରେ ପୁଅ ବେଡରେ ଶୋଇଥିଲା ଓ ତା’ ଦେହରେ ଜୀବନ ନଥିଲା ବୋଲି ଅଭିଯୋଗ କରିଛନ୍ତି ଛାତ୍ରର ପିତା।

ତାକୁ ମୁଁ ମେଡିକାଲ ନେବା ପରେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଫଳରେ ଶିକ୍ଷକ ତାଙ୍କ ପୁଅକୁ ମାରିଦେଇଛି ବୋଲି ପରେ ଛାତ୍ରର ପିତା ସଦର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.