୫ହଜାର ଟଙ୍କା ପର୍ଯ୍ୟନ୍ତ କମିଲା One Plusର ଦର, ତୁରନ୍ତ ଆବେଦନ କରନ୍ତୁ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ One Plus 10 Pro 5Gକୁ ମାର୍ଚ୍ଚ ୩୧ ତାରିଖ ଅର୍ଥାତ ଆଜି ଭାରତୀୟ ବଜାରରେ ଲଂଚ କରିଛି ।  ଆଉ ଏଭିତରେ ନିଜ ପୁରୁଣା ମଡେଲ ଫୋନ ଯେମିତିକି One Plus 9 5G, One Plus 9 Pro 5G ଗୁଡିକର ଦର କିଛିଟା ହ୍ରାସ କରିଛି ।  ଏହି ଦୁଇ ମଡେଲରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ନେଇ ଜଣାଯାଇଛି ।

One Plus 9 5G 8GB RAM ଭେରିୟାଣ୍ଟ ମଡେଲର ଦର ୪୯ ହଜାର ୯୯୯ ଟଙ୍କାରୁ ହ୍ରାସ ପାଇ ୪୪ ହଜାର ୯୯୯ ଟଙ୍କାରେ ପହଂଚିଛି ।  ଯେବେକି ୧୨ GB ରାମ ଭେରିୟାଣ୍ଟର ମୂଲ୍ୟ ଏବେ ୫
ହଜାର ଟଙ୍କା ହ୍ରାସ ପାଇ ୪୯ ହଜାର ୯୯୯ ଟଙ୍କାରେ ପହଁଚିଛି ।  ଏହି ନୂଆ ଦର ଆଷ୍ଟ୍ରାଲ ବ୍ଲାକ, ଆର୍ଟିକ ସ୍କାଏ ଓ ବିନଟର ମିଷ୍ଟ ଆଦି ଉପରେ ଲାଗୁ ହେବ ।

ଯେବେକି One Plus 9 Pro 5Gର 8 GB ରାମ ଭେରିୟାଣ୍ଟର ମୂଲ୍ୟ ୬୪ ହଜାର ୯୯୯ ଟଙ୍କାରୁ ହ୍ରାସ ପାଇ ୫୯ ହଜାର ୯୯୯ ରେ ପହଞ୍ଚିଛି ।  ୧୨ GB ରାମର ଦର ୬୯ ହଜାର ୯୯୯
ଟଙ୍କାରୁ ହ୍ରାସ ପାଇ ୬୪ ହଜାର ୯୯୯ ଟଙ୍କାରେ ପହଞ୍ଚିଛି ।  ଏହା ସ୍ଲଟର ବ୍ଲାକ, ପାଇନ ଗ୍ରୀନ ସମେତ ମର୍ନିଙ୍ଗ ମିଷ୍ଟ କଲର ଭେରିୟାଣ୍ଟରେ ଉପଲବ୍ଧ ହେବ ।  ଯାହାକୁ ଆପଣ ନୁଆ ଦରରେ ଅଫିସିଆଲ ୱେବ ସାଇଟ ସମେତ ଆମଜାନ ଇଣ୍ଡିଆରେ କିଣାଯାଇ ପାରିବ ।

କହିରଖୁଛୁକି One Plus 10 Proକୁ ୱନ ପ୍ଲସ ବଡ଼ସ ପ୍ର ସିଲଭର ଏଡିସନ ଓ ବୁଲେଟ୍ସ ୱେୟାରଲେସ ଜେଡ ୨ ସହିତ ଲଞ୍ଚ କରିପାରେ ।  ଯାହାର ଲଂଚିଙ୍ଗ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବ ।  ଯାହାକୁ ଆପଣ କୌଣସି ଅଫିସିଆଲ ୟୁବ ଟ୍ୟୁବ ଚ୍ୟାନେଲରେ ଖୁବ ସହଜରେ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.