Below header

ଆସନ୍ତା ୨୮ ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବ OnePlus 10R 5G ଓ OnePlus Nord CE 2 Lite 5G

OnePlus କମ୍ପାନୀ ନିଜ OnePlus 10R 5G ଓ OnePlus Nord CE 2 Lite 5Gକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ୱାନ ପ୍ଲସ ଇଣ୍ଡିଆ ତରଫରୁ ନିଜ ଅଫିସିଆଲ ସାଇଟରେ ସୂଚନା ଦିଆଯାଇଛିକି ଆସନ୍ତା ଏପ୍ରିଲ ୨୮
ତାରିଖରେ ଏହି ଦୁଇ ସ୍ମାର୍ଟଫୋନ ଭାରତୀୟ ଵଜାରରେ ଲଂଚ ହେବ । ଏହି ଦୁଇଟି ଯାକ ଫୋନରେ କମ୍ପାନୀ ପକ୍ଷରୁ ଲାଟେଷ୍ଟ ଡିଜାଇନ, ପରଫରମାନ୍ସ ସମେତ ଫାଷ୍ଟ ଚରଜିଙ୍ଗର ସୁବିଧା ଥିବା ନେଇ ଦାବି କରାଯାଉଛି । OnePlus 10 pro 5G ପରେ ଏବେ OnePlus 10R 5Gକୁ ଲଞ୍ଚ କରାଯାଇଥିବା ନେଇ ସୂଚନା ଦେଇଛି କମ୍ପାନୀ । ଗୋଟିଏ ବର୍ଷରେ ଏହା ହେଉଛି କମ୍ପାନୀର ଦ୍ଵିତୀୟ ଫଲାଗସିପ ପୋଗ୍ରାମ । OnePlus 10 pro 5Gରେ SUPERVOOCର ଫାଷ୍ଟ ଚାରଜିଙ୍ଗର ସପୋର୍ଟ ବି ମିଳିପାରିବ ।

OnePlus Nord CE 2 Lite 5G ସହିତ 5000mAh ପାୱାରର ବ୍ୟାଟେରୀ ମିଳିବ ଆଉ ଯାହା ସହ 33w SUPERVOOC ର ଫାଷ୍ଟ ଚାରଜିଙ୍ଗର ସପୋର୍ଟ ବି ମିଳିପାରିବ । ମାତ୍ର ୩୦ ମିନିଟ ଭିଏଟରେ ବ୍ୟାଟେରୀ ୫୦
ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଏ । OnePlus Nord CE 2 Lite 5G ବିକ୍ରି ଆମାଜନ ଇଣ୍ଡିଆରୁ ହିଁ କିଣାଯାଇ ପାରିବ । କମ୍ପାନୀ ପକ୍ଷରୁ ଟ୍ୱିଟର ଜରିଆରେ ଏହି ସୂଚନା ଦିଆଯାଇଛି । ଫୋନର ଏକ ସ୍କ୍ରାଚ ବି ଜାରି କରାଯାଇଛି । OnePlus Nord CE 2 Lite 5 ସହ OnePlus 10R 5G ଓ OnePlus Ace ବି ଲଞ୍ଚ କରାଯାଇଛି । ମୂଲ୍ୟ ଦୃଷ୍ଟିରୁ ଜଣାଯାଇଛିଯେ ଏହାର ପ୍ରାରମ୍ଭିକ ମୂଲ୍ୟ ୨୦ ହଜାର କୋଟି ହେବ । କହିରଖିବା ଉଚିତ ହେବକି OnePlus Nord CE 2 Lite 5Gକୁ ୨୩ ହଜାର ୯୯୯ ଟଙ୍କାରେ ଲଞ୍ଚ କରାଯିବ । ଆପଣ ଯଦି ଆଗକୁ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଆପଣଙ୍କ ପ୍ରଥମ ପସନ୍ଦ OnePlus ତାହେଲେ ଆପଣ ଏହି ଖବର ପଢି ହିଁ ଫୋନ କିଣିବା କଥା ଚିନ୍ତା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.