ପରସ୍ପରର ହେଲେ ରଣବୀର ଓ ଆଲିଆ; ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେଲେ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ତାଜା ଖବର ସାମ୍ନାକୁ ଆସିଛି। ଏବେ ଏହି କପଲ୍‌ ସ୍ୱାମୀ-ସ୍ତ୍ରୀ ହୋଇ ସାରିଛନ୍ତି। ରଣବୀର କପୁର ନିଜ ଗାର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଗୁରୁବାର ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରେ ଥିବା ବାସ୍ତୁ ବିଲ୍ଡିଂରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ବଲିଉଡ୍‌ର ଏହି କପଲ୍‌ ବିଗତ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ଦୁଇଜଣ ପାରମ୍ପରିକ ପଞ୍ଜାବୀ ଷ୍ଟାଇଲରେ ବିବାହ କରିଛନ୍ତି।

ଖବର ମୁତାବକ, ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଟିମ୍‌ ମିଡିଆ ଲୋକଙ୍କୁ ମିଠା ବକ୍ସ ବାଣ୍ଟୁଥିବାର ବି ନଜର ଆସିଥିଲେ, ଯେଉଁମାନେ ବିବାହକୁ କଭର୍‌ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ। ରଣବୀର ଓ ଆଲିଆଙ୍କ ବିବାହ ପରିବାର ଲୋକଙ୍କ ପାଇଁ ଏକ ବ୍ୟକ୍ତିଗତ ଉତ୍ସବ ଥିଲା। ଏହା ମଧ୍ୟ କୁହାଯାଉଛି ଯେ ପାଖାପାଖି ୫୦ ଜଣ ଅତିଥି ବିବାହରେ ଯୋଗ ଦେଇଥିଲେ। ତେବେ ରଣବୀର ଓ ଆଲିଆ ବଲିଉଡ୍‌ ଷ୍ଟାଇଲରେ ଏକ ଫାଇଭ୍‌ ଷ୍ଟାର ହୋଟେଲରେ ରିସେପ୍ସନ ପାର୍ଟି ଦେଇ ପାରନ୍ତି। ଏଥିରେ ଦୀପିକା ପାଦୁକୋନ, ରଣବୀର ସିଂ, କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ଭଳି ସେଲିବ୍ରିଟିଙ୍କୁ ଡକାଯାଇ ପାରେ।

 

View this post on Instagram

 

A post shared by Manish Malhotra (@manishmalhotra05)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.