ଶେଷ ହେଲା ଅପେକ୍ଷା, ଆସନ୍ତା କାଲି ଖୁଲାସା ହେବ One Plus 7ର ଲଞ୍ଚିଂ ତାରିଖ

ନୂଆଦିଲ୍ଲୀ : ସ୍ମାର୍ଟଫୋନ ବଜାରରେ One Plusର ଚାହିଦା ଖୁବ ବେଶୀ। ଏନେଇ ଗ୍ରାହକ ମାନେ One Plus 7ର ବହୁ ଦିନରୁ ଅପେକ୍ଷା କରୁଥିଲେ। ତେବେ ଏବେ ଏହାର ଲଞ୍ଚିଂ ତାରିଖ ଉପରୁ ଖୁବ ଶୀଘ୍ର ପରଦା ଉଠାଇବାକୁ ଯାଉଛି କମ୍ପାନୀ। ଏନେଇ କମ୍ପାନୀର ସିଇଓ ଆସନ୍ତା କାଲି One Plus ର ଲଞ୍ଚିଂ ଇଭେଣ୍ଟର ତାରିଖ ଘୋଷଣା କରାଯିବ ବୋଲି ଟ୍ବିଟ କରିଛନ୍ତି।

Pete-Lau

ଆପଣଙ୍କୁ କହିବାକୁ ଚାହିଁବୁ, One Plus 7ର ଲଞ୍ଚିଂ ପୂର୍ବରୁ ଏହାର ଅନେକ ସୂଚନା ଆସିସାରିଛି। ଯେଉଁଥିରେ ଏପରି ମଧ୍ୟ କୁହାଯାଉଛି କି ଏହି ଦମଦାର ସ୍ମାର୍ଟଫୋନର ବଜାର ପ୍ରବେଶ ମେ ୧୪ ତାରିଖରେ କରାଯିବ। ଏହାଛଡ଼ା ଫୋନର ଏକ ଫଟୋ ମଧ୍ୟ ଆସିଥିଲା ଯେଉଁଥିରେ One Plus 7ଟି କର୍ଭ ଡିସପ୍ଳେ ସହ ଫାଷ୍ଟ ଏବଂ ସ୍ମୁଥ୍ ହେବ ବୋଲି ଲେଖାଯାଇଥିଲା। ତେବେ ରହିଥିବା ଖବର ମୁତାବକ, One Plus 7 ସ୍ମାର୍ଟଫୋନ ସହ One Plus 7 Proକୁ ମଧ୍ୟ ଲଞ୍ଚ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.