Oppo ଲଞ୍ଚ କଲା ୮ ଜିବି ରାମ୍‌ ଫୋନ Oppo A52, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ଭାରତରେ Oppo A52 ନାମକ ନୂଆ ୮ ଜିବି ରାମ ଭାରିଅଣ୍ଟରେ ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିଛି । ଏହି ନୂଆ ସ୍ମାର୍ଟଫୋନ ଆମାଜନ ପ୍ରାଇମ୍ ଡେ ୨୦୨୦ ସେଲ୍ ସମୟରେ ଆସିଛି । ଏହା ପୂର୍ବରୁ କମ୍ପାନୀ ୬ ଜିବି ରାମରେ ମାର୍କେଟକୁ ଆଣିଥିଲା । କମ୍ପାନୀ ଏହାକୁ ୪ ଜିବି ଓ ୮ ଜିବି ରାମ ଭେରିଏଣ୍ଟରେ ଆଣିବା ପାଇଁ ଜୁନରେ ହିଁ ଘୋଷଣା କରିଥିଲା । ରାମ୍‌ ବ୍ୟତୀତ ଫୋନରେ କୌଣସି ପରିବର୍ତ୍ତନ କରାଯାଇନି । ପୁରୁଣା ଭେରିଏଣ୍ଟ ଅନୁସାରେ ଏଥିରେ ମଧ୍ୟ ୧୨୮ ଜିବିର ଇଣ୍ଟରନାଲ୍ ଷ୍ଟୋରେଜ୍ ଅଛି । ଫୋନରେ ଏତେ ଉତ୍ତମ ଫିଚର୍ସ ଦିଆଯାଇଛି ଯେ ଆପଣ ତୁରନ୍ତ ଏହାକୁ କିଣିବାକୁ ଚାହିଁବେ ।

Oppo A52 8GB ରାମ ଭେରିଏଣ୍ଟର ଦାମ୍ ୧୮,୯୯୦ ଟଙ୍କା ରହିଛି । ୬ ଜିବି ଭେରିଏଣ୍ଟର ଦାମ୍ ୧୬,୯୯୦ ଟଙ୍କା ରଖାଯାଇଛି । ଉଭୟ ମଡେଲ୍ସ ହ୍ୱାଇଟ୍ ଓ ବ୍ଲାକ୍ କଲରରେ ଆସୁଛି ଯାହାକୁ ଆମାଜନ୍ ଇଣ୍ଡିଆରୁ କ୍ରୟ କରିହେବ । ଫୋନରେ ନୋ-କଷ୍ଟ ଇଏମଆଇ ସହିତ HDFC ବ୍ୟାଙ୍କ ଗ୍ରାହକଙ୍କୁ ୧୦ ପ୍ରତିଶତର ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ଦିଆଯାଉଛି ।

oppo

ଫୋନର ସ୍ପେସିଫିକେସନ:

ଫୋନରେ 2400×1080 ରିଜ୍ୟେଲୁସନର ପଞ୍ଚ୍ ହୋଲ୍ ଡିସପ୍ଲେ ରହିଛି । ଏହା ସହିତ ଫୋନରେ ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସର ସପୋର୍ଟ ଦିଆଯାଇଛି । ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୦ରେ ଆଧାରିତ କଲର OS 7.1 ଉପରେ କାମ କରେ । ଏହା ବ୍ୟତୀତ ୬.୫ ଇଞ୍ଚର ସ୍କ୍ରିନ୍ ମିଳିବ ।

0oop

ଫୋନରେ 5,000mAhର ବ୍ୟାଟେରୀ ମିଳୁଛି ଯାହା ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ । ଏହା ବ୍ୟତୀତ Dirac 2.0 ଅଡିଓ ଟେକ୍ନୋଲୋଜି ସହିତ ଡ୍ୟୁଲ୍ ଷ୍ଟେରିଓ ସ୍ପିକର୍ସ ମିଳୁଛି । ଫଟୋଗ୍ରାଫି ପାଇଁ ଫୋନରେ ୧୨ ମେଗାପିକ୍ସେଲ, ୮ ଏମପି, ୨ ଏପି ଓ ଆଉ ଏକ ୨ ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା ସେଟଅପ୍ ମିଳୁଛି । ସେଲ୍ଫି ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି । ସିକ୍ୟେରିଟି ପାଇଁ ରିୟରରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.