Oppo ର ପେମେଣ୍ଟ ଆପ୍‌ Kash ଭାରତରେ ହେଲା ଲଞ୍ଚ, ମିଳିବ ଏହିସବୁ ସୁବିଧା

ସାଓମୀ ଏବଂ ରିଅଲ ମି ପରେ ଏବେ ଓପୋ ନିଜର ପେମେଣ୍ଟ ଆପ୍‌ Kash ଭାରତରେ ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ଗ୍ରାହକ ସହଜରେ ମିଚ୍ୟୁଆଲ ଫଣ୍ଡ, ଇନ୍ସୁରାନ୍ସ ଏବଂ ଲୋନ୍‌ ଭଳି ବାଣିଜ୍ୟିକ କାରବାର କରିପାରିବେ। ଏହାସହିତ ୟୁଜର୍ସଙ୍କୁ ଏହି ଆପ୍‌ରେ ୟୁପିଆଇ ସୁବିଧା ମିଳିବ, ଯାହା ଜରିଆରେ ସେମାନେ ପେମେଣ୍ଟ କରିପାରିବେ। କମ୍ପାନୀ ଏହି ପେମେଣ୍ଟ ଆପ୍‌ ପାଇଁ ବ୍ୟାଙ୍କ ସହିତ ବୁଝାମଣା କରିଛି। ଗ୍ରାହକଙ୍କ ପାଇଁ ଏହି ପେମେଣ୍ଟ ଆପ୍‌ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରୁ ଡାଉନଲୋଡ କରିପାରିବେ। ସୂଚନାଯୋଗ୍ୟ, ଆଗକୁ ଆସିବାକୁ ଥିବା ଓପୋ ସ୍ମାର୍ଟଫୋନରେ ୟୁଜର୍ସଙ୍କୁ ଏହି କ୍ୟାଶ ଆପ୍‌ ପ୍ରିଲୋଡ ହୋଇଥିବା ମିଳିବ।

mi

ଏହାପୂର୍ବରୁ ସାଓମୀର ପେମେଣ୍ଟ ଆପ୍‌ ଏମ୍‌ଆଇ ପେ ଆପ୍‌ ଲଞ୍ଚ କରିଥିଲା। ପ୍ରଥମରୁ ଏହି ଆପ୍‌ କେବଳ କମ୍ପାନୀର ଫୋନରେ ପ୍ରିଲୋଡେଡ ମିଳୁଥିଲା, କିନ୍ତୁ ଅନ୍ୟ ୟୁଜର୍ସଙ୍କ ଆଗ୍ରହକୁ ଧ୍ୟାନରେ ରଖି ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଇଥିଲା। ଏହାସହିତ ଏମ୍‌ଆଇ ଗ୍ରାହକଙ୍କୁ ୟୁପିଆଇ ଜରିଆରେ ନଜର ବ୍ୟାଙ୍କ ଖାତାରୁ ଏମ୍‌ଆଇ ପେ ଲିଙ୍କ କରିପାରିବେ। ଏହିସବୁ ଲିଙ୍କ ପ୍ରକ୍ରିୟା ସରିବା ପରେ ପାସଓ୍ଵାର୍ଡ ମିଳିବ, ଯାହାକୁ ଗ୍ରାହକ ପଇସା ଟ୍ରାନ୍ସଫର ସମୟରେ ବ୍ୟବହାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.