Below header

ଭଗବାନ ନୃସିଂହଙ୍କ ଏହି ମନ୍ଦିର ନିର୍ମାଣ କରିଥିଲେ ଭକ୍ତ ପ୍ରହ୍ଲାଦ, ଯେଉଁଠାରେ ବର୍ଷକୁ ମାତ୍ର ଥରେ ହୋଇଥାଏ ଦର୍ଶନ

ଯେବେ ଯେବେ ସଂସାରରେ ଅଧର୍ମର ମାତ୍ରା ବଢିଛି, ସେବେ ସେବେ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ଅବତାର ନେଇ ଏହି ପୃଥିବୀରେ ଜନ୍ମ ନେଇ ଅଧର୍ମୀ ମାନଙ୍କର ବିନାଶ କରିଛନ୍ତି । ସତ୍ୟଯୁଗରେ ନିଜ ଭକ୍ତ ପ୍ରହ୍ଲାଦକୁ ରକ୍ଷା କରିବା ପାଇଁ ବିଷ୍ଣୁ ନରସିଂହ ଅବତାର ଧାରଣ କରିଥିଲେ । ସେବେଠାରୁ ହିଁ ଭଗବାନଙ୍କ ନରସିଂହଙ୍କ ଏହି ଅବତାରକୁ ପୂଜା କରାଯାଇ ଆସୁଛି । ଆଜି ବି କେତେକ ସ୍ଥାନରେ ଭଗବାନ ନରସିଂହଙ୍କ ମନ୍ଦିର ସ୍ଥାପିତ ହୋଇଛି । ବିଶାଖାପାଟନମ ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ସିଂହାଚଳମ ପର୍ବତରେ ଅବସ୍ଥିତ ସିଂହାଚଳମ ମନ୍ଦିରକୁ ଭଗବାନ ନରସିଂହଙ୍କ ଏକ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ଆଉ ଏକ ବିଶେଷତା ହେଉଛି ଏଠାରେ ଭଗବାନ ନରସିଂହଙ୍କ ସହ ମା’ ଲକ୍ଷ୍ମୀ ବି ପୂଜା ପାଉଛନ୍ତି । ସେଠାରେ ତାଙ୍କ ପ୍ରତିମା ଉପରେ ପ୍ରତିଦିନ ଚନ୍ଦନ ଲେପ ଦିଆଯାଇଥାଏ ।

narasihma

ବର୍ଷକୁ କେବଳ ଗୋଟିଏ ଥର ଅକ୍ଷୟ ତୃତୀୟା ଅବସରରେ ହିଁ ଏହି ଚନ୍ଦନ ଲେପକୁ ବାହାର କରାଯାଇଥାଏ । ଚନ୍ଦନ ଲେପ ବାହାର କରିବା ଦ୍ୱାରା ଦର୍ଶନାର୍ଥୀ ମାନେ ଭଗବାନ ନରସିଂହଙ୍କ ମୂର୍ତ୍ତିର ଦର୍ଶନ ଭଲ ଭାବେ କରିପାରନ୍ତି । ମାନ୍ୟତା ଅଛିକି ଏହି ମନ୍ଦିର ଟିର ନିର୍ମାଣ ଭକ୍ତ ପ୍ରହ୍ଲାଦ ହିଁ କରାଇଥିଲେ ।ଭଗବାନ ନରସିଂହ ରାକ୍ଷସ ହିରଣ୍ୟକଶ୍ୟପର ବଦ୍ଧ କରିବା ପରେ ହିଁ ଭକ୍ତ ପ୍ରହ୍ଲାଦ ଏହି ମନ୍ଦିର ଟିର ନିର୍ମାଣ କରାଇଥିଲେ | କିନ୍ତୁ ସମୟ ଅନୁସାରେ ସେହି ପୁରୁଣା ମନ୍ଦିରଟି ମାଟିରେ ମିଶି ଯାଇଥିଲା । ପରେ ତାହାର ପୁନଃନିର୍ମାଣ ପୂରୁସ୍ବା ନାମକ ରାଜା କରାଇଥିଲେ । ଏହା ବିଷୟରେ ସିଂହାଚଳମର ଅଫିସିଆଲ ୱେବସାଇଟରେ ବି ଉଲ୍ଲେଖ ଅଛି । କୁହାଯାଏ କି ରାଜା ପୂରୁସ୍ବା ହିଁ ମାଟିରେ ମିଶି ଯାଇଥିବା ଭଗବାନଙ୍କ ପୁନରୁଦ୍ଧାର କରି ତାଙ୍କୁ ଚନ୍ଦନ ଲେପ ଦେଇ ଘୋଡାଇ ଦେଇଥିଲେ ।

ବର୍ଷକୁ ଥରେ ମାତ୍ର ଅକ୍ଷୟ ତୃତୀୟା ଅବସରରେ ହିଁ ଚନ୍ଦନର ଏହି ଲେପକୁ ହଟାଇ ଦିଆଯାଇଥାଏ । ଏହି ଦିନ ଏହିଠାରେ ଏକ ବିରାଟ ଉତ୍ସବର ବି ଆୟୋଜନ କରାଯାଇଥାଏ । ପ୍ରତିଦିନ ସକାଳ ୪ ଟାରେ ମନ୍ଦିରରେ ମଙ୍ଗଳ ଆଳତି ସମେତ ଦର୍ଶନ ଆରମ୍ଭ ହୋଇଯାଏ । ବର୍ଷ ସାରା ଭକ୍ତ ମାନଙ୍କ ଭିଡ ଲାଗିଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ, ହିରଣ୍ୟକଶ୍ୟପର ବଦ୍ଧ ସମୟରେ ଭଗବାନ ନରସିଂହ ଖୁବ ଜୋରରେ ରାଗି ଯାଇଥିଲେ । ହିରଣ୍ୟକଶ୍ୟପର ବଦ୍ଧ ପରେ ବି ତାଙ୍କ ରାଗ ଶାନ୍ତ ହୋଇ ନଥିଲା । କ୍ରୋଧରେ ତାଙ୍କ ଶରୀର ରାଗରେ ଯେମିତି ଜଳି ଉଠିଥିଲା । ତାଙ୍କ ଶରୀରକୁ ଥଣ୍ଡା କରିବା ପାଇଁ ହିଁ ଚନ୍ଦନ ଲେପ ଦିଆଯାଇଥିଲା । ସେବେ ଠାରୁ ହିଁ ଏହି ଚନ୍ଦନ ଲାଗି ପ୍ରଥା ଚାଲିଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.