ପାନାସୋନିକ୍‌ ଲଞ୍ଚ କଲା ଦୁନିଆର ପ୍ରଥମ ୬K ରେକଡିଂ କ୍ୟାମେରା, ଜାଣନ୍ତୁ କ’ଣ ରହିଛି ଫିଚର

ନୂଆଦିଲ୍ଲୀ: ପାନାସୋନିକ୍‌ ଲଞ୍ଚ କଲା ନୂଆ DC-S1H କ୍ୟାମେରା। ଏହା କମ୍ପାନୀର ଲାଟେଷ୍ଟ ଡିଜିଟାଲ ସିଙ୍ଗଲ ଲେନ୍ସ ଫୁଲ୍‌ ଫ୍ରେମ୍‌ ମିରର ଲେସ୍‌ କ୍ୟାମେରା। ଏଥିରେ ସିନେମା କ୍ୱାଲିଟିର ଭିଡିଓ ଆଉଟ୍‌ପୁଟ୍‌ ମିଳିବ। ଏହା ଲୁମିକ୍ସ DC-S1 ଏବଂ DC-S1R ସିରିଜର ଏକ ଅଂଶ। ଏହି କ୍ୟାମେରା ପ୍ରଫେସନାଲ ଗ୍ରେଡ ଏବଂ ଫୁଲ ଫ୍ରେମ ମିରର ଲେସ୍‌ବିଶିଷ୍ଟ। ଲୁମିକ୍ସ DC-S1H ସେନ୍‌ସର ରିଜଲ୍ୟୁସନ୍‌କୁ ୨୪.୨ ମେଗାପିକ୍ସଲ ପର୍ଯ୍ୟନ୍ତ ସେଟ୍‌ କରିହେବ। ଏହା ଦୁନିଆର ପ୍ରଥମ ୬K ରିଜଲ୍ୟୁସନ୍‌ ଯୁକ୍ତ କ୍ୟାମେରା ବୋଲି କମ୍ପାନୀ ତରଫରୁ କୁହାଯାଇଛି।

କ୍ୟାମେରାର ଫିଚର

୧. ଲୁମିକ୍ସ DC-S1H ରେ ଫୁଲ V-Log/ V-Gamut ସହ ଡାଇନାମିକ ରେଞ୍ଜର ୧୪ ପ୍ଲସ ଷ୍ଟେପସ ଦିଆଯାଇଛି। ଏହା ୬K ଫୁଲ କ୍ୟାପଚର କରିବ। ତେବେ, ଏହା ୪:୨:୨ ୧୦ ବିଟ୍‌ ଇଣ୍ଟରନାଲ ରେକଡିଂ ଏବଂ ସିନେମା ୪K ରେକଡିଂ ୬୦P ମଧ୍ୟ ସର୍ପୋଟ କରିଥାଏ।
୨. କମ୍ପାନୀର ସୂଚନା ଅନୁସାରେ, ଏହା ଦୁନିଆର ୬K(୨୪P) ରେକଡିଂଯୁକ୍ତ ପ୍ରଥମ କ୍ୟାମେରା। ଏଥିରେ ଡୁଆଲ ନୋଟିଭ ISO ଦିଆଯାଇଛି। ସେହିପରି ଏହାର ଭିଡିଓ ରେକଡିଂ ବେଳେ ମ୍ୟାକ୍ସିମମ ISO ୫୧୨୦୦ ରହିବ।
୩. କମ୍ପାନୀ ଏଥିରେ ହିଟ୍‌ ଡିପ୍ରେସନ୍‌ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରିଛି। ଏଥିରେ ୫.୯୯K/୩୦P ଏବଂ ୧୦ BIT ୬୦p 4K/C4K ଭିଡିଓ ରେକଡିଂ କରାଯାଇପାରିବ।

ଏହାସହ ପଢ଼ନ୍ତୁ: ଭାରତରେ ଲଞ୍ଚ ହେଲା ୩ଟି ସବୁଠୁ ଶସ୍ତା ସ୍ମାର୍ଟ ଟିଭି, ଜାଣନ୍ତୁ ଦାମ୍‌ ଓ ଫିଚର

୪. ଭିଡିଓ ରେକଡିଂ ବେଳେ ସାଧାରଣ କ୍ୟାମେରାରେ ଫଟୋ ହଲିଯିବା ଭୟ ଥିବା ବେଳେ ଏଥିରେ ଏଭଳି ସମସ୍ୟା ଦେଖାଯିବ ନାହିଁ। କମ୍ପାନୀ ତରଫରୁ ଏହି କ୍ୟାମେରାରେ ଅନ୍‌ଲିିମିଟେଡ୍‌ ରେକଡିଂ ଟାଇମ୍‌ ଫିଚର ଦିଆଯାଇଛି।
୫. କ୍ୟାମେରାର ବଜାର ମୂଲ୍ୟ ୪ଠଠଠ ଡଲାର(ପ୍ରାୟ ୨.୯୦ ଲକ୍ଷ) ରଖାଯାଇଛି। ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ଏହାକୁ ଗ୍ରାହକ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.