ପାଖରେ ଟଙ୍କା ନାହିଁ କିନ୍ତୁ ସପିଂ କରିବାକୁ ଇଚ୍ଛା ହେଉଛି, ତେବେ Paytm Postpaidରେ କରନ୍ତୁ ସପିଂ; ମାସେ ପରେ କରିବେ ଟଙ୍କା ପେମେଣ୍ଟ

ଦେଶରେ ବର୍ତ୍ତମାନ ଫେଷ୍ଟିଭ ସିଜନ ଚାଲୁଛି। ଏହି ସିଜନରେ ସବୁବେଳେ ଲୋକମାନେ ଏତେ ସପିଂ କରିଦିଅନ୍ତି ଯେ ଲୋକଙ୍କୁ ଟଙ୍କାର ଅଭାବ ପଡିଯାଏ। ଏମିତିରେ ଆପଣ ଆପଣଙ୍କ ସାଙ୍ଗ ଏବଂ ପରିଜନଙ୍କ ଠାରୁ ଟଙ୍କା ଉଧାର ନିଅନ୍ତି। କିନ୍ତୁ ଏମାନଙ୍କ ଛଡା ବି ମାର୍କେଟରେ ଏମିତି ଅନେକ ବିକଳ୍ପ ରହିଛି, ଯାହାଦ୍ୱାରା ଆପଣ ସପିଂ କରିପାରିବେ।

ଏବେ ଦେଶରେ ଅନେକ କମ୍ପାନୀ ବାଏ ନାଓ ପେ ଲେଟରର ସୁବିଧା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ବଡ ଇ-ଓ୍ଵାଲେଟ କମ୍ପାନୀ ପେଟିଏମ ମଧ୍ୟ ବାଏ ନାଓ ପେ ଲେଟର ସୁବିଧା ଦେଉଛି। କମ୍ପାନୀ ଏହି ସର୍ଭିସର ନାମ ପେଟିଏମ ପୋଷ୍ଟପେଡ ରଖାଯାଇଛି। ପେଟିଏମ ପୋଷ୍ଟପେଡ ନିଜର ୟୁଜର୍ସଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲିମିଟ୍‌ ଦେଉଛି। ୟୁଜର୍ସ କ୍ରେଡିଟ୍‌ ଲିମିଟ ଭିତରେ ଖର୍ଚ୍ଚ କରିପାରିବେ ଏବଂ ପେମେଣ୍ଟ ତାପର ମାସ କରିପାରିବେ।

Paytm Postpaid ୟୁଜର ଛୋଟ ଦୋକାନରେ ମଧ୍ୟ କରିପାରିବେ ପେମେଣ୍ଟ

ପେଟିଏମ ପୋଷ୍ଟପେଡ ସର୍ଭିସର ୟୁଜ ଆପଣ ପେଟିଏମ ଆପରେ ରିଚାର୍ଜ, ବିଲ ପେମେଣ୍ଟ କିମ୍ବା ସପିଂ ଆଦିରେ କରିପାରିବେ। ଖାସ୍‌ କଥା ହେଉଛି ପେଟିଏମ ପୋଷ୍ଟପେଡ ୟୁଜର୍ସ ନିଜର ଆଖାପାଖର ଦୋକାନରୁ ମଧ୍ୟ ଏହା ଜରିଆରେ କିଣାକିଣି କରିପାରିବେ।

Paytm Postpaidର ତିନି ଭେରିୟଣ୍ଟ

କମ୍ପାନୀ ପେଟିଏମ ପୋଷ୍ଟପେଡର ତିନି ଭେରିୟଣ୍ଟ ଲଞ୍ଚ କରିଛି। ଏହାର ତିନି ଭେରିୟଣ୍ଟ ହେଉଛି  Lite, Delite ଏବଂ Elite । ପୋଷ୍ଟପେଡ ଲାଇଟରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମା ରହିଛି। ପୋଷ୍ଟପେଡ ଡିଲାଇଟ୍‌ ଏବଂ ପୋଷ୍ଟପେଡ ଏଲିଟ ୨୦,୦୦୦ ଟଙ୍କାରୁ ନେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ କ୍ରେଡିଟ୍‌ ଲିମିଟ ସହିତ ଆସୁଛି। ଏଥିପାଇଁ କୌଣସି ପ୍ରକାର ଶୁଳ୍କ ଲାଗିବନାହିଁ।

walletPaytm Postpaidକୁ କେମିତି କରିବେ ଆକ୍ଟିଭେଟ୍‌

  • କମ୍ପାନୀ ଧୀରେ ଧୀରେ ପେଟିଏମ ପୋଷ୍ଟପେଡ ସର୍ଭିସକୁ ବିସ୍ତାର କରି ଗ୍ରାହକଙ୍କୁ ସୁବିଧା ଯୋଗାଇବ। ଯଦି ଆପଣ ଏଲିଜିବଲ ତାହେଲେ ତଳେ ଦିଆଯାଇଥିବା ପ୍ରୋସେସକୁ ଫଲୋ କରି ପେଟିଏମ ପୋଷ୍ଟପେଡ ସର୍ଭିସକୁ ଆକ୍ଟିଭେଟ କରିପାରିବେ।
  • ପେଟିଏମ ଆକାଉଣ୍ଟରେ ଲଗ୍‌ ଇନ୍‌ କରନ୍ତୁ ଏବଂ ସର୍ଚ୍ଚ ଆଇକନରେ My Paytm Postpaid ଟାଇପ୍‌ କରନ୍ତୁ।
  • ଏହାପରେ Paytm Postpaid ଆଇକନ୍‌ ଉପରେ କ୍ଲିକ କରନ୍ତୁ।
  • ଏହାପରେ କେଓ୍ଵାସି (KYC) ପୂରା କରନ୍ତୁ। କେଓ୍ଵାସିର ପୂରା ପ୍ରକ୍ରୀୟା ଡିଜିଟାଲ ଅଟେ।
  • କେଓ୍ଵାସିର ପ୍ରକ୍ରୀୟା ପୂରା କରିବା ପରେ ଆପଣଙ୍କ ପେଟିଏମ୍‌ ପୋଷ୍ଟପେଡ୍‌ ସର୍ଭିସ ଆକ୍ଟିଭେଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.