ଲିକ୍‌ ହେଲା ଇଂଷ୍ଟାଗ୍ରାମର ୪.୯ କୋଟି ଡାଟା,ଏ ଲିଷ୍ଟରେ ଆପଣ ନାହାନ୍ତି ତ?

ସୋସିଆଲ ମିଡିଆ ଜଗତରେ ଇଂଷ୍ଟାଗ୍ରାମ ଏକ ଲୋକପ୍ରିୟ ସୋସିଆଲ ମିଡିଆ ଭାବେ ବେଶ୍‌ ପରିଚିତ । ଯେହେତୁ ଇଂଷ୍ଟାଗ୍ରାମ ସମୟ ସମୟେ ତାର ବ୍ୟବହାରକାରୀଙ୍କୁ ଅନେକ ନୂଆ ଫିଚର୍ସ ଦେଇଥାଏ ସେଥିପାଇଁ ଏହାକୁ ବ୍ୟବହାର କରିବା ପାଇଁ ଯୁବ ପିଢି ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ଇଂଷ୍ଟାଗ୍ରାମ ଏବେ ତାର ବିଶ୍ୱସନୀୟତା ହରାଇ ପାଖାପାଖି ୪.୯କୋଟି ଲୋକଙ୍କ ଡାଟାକୁ ଲିକ୍‌ କରିଛି ବୋଲି ସୂଚନା ମିଳିଛି । ଏହି ସୂଚନା ଟେକ କ୍ରଞ୍ଚ ନାମକ ଏକ ସଂସ୍ଥା ନିଜ ରିପୋର୍ଟରେ ଦେଇଛି ଏବଂ ଏଥିରେ ଉଲ୍ଲେଖ ଅଛି ଯେ ଅନେକ ସେଲିବ୍ରେଟି, ବ୍ରାଣ୍ଡସ୍‌ ଓ ଅନ୍ୟ ଇଂଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଡାଟା ଲିକ୍‌ ହୋଇଛି ।

ତୃତୀୟ ପକ୍ଷର ହାତଥିବା ନେଇ ସନ୍ଦେହ

ଇଂଷ୍ଟାଗ୍ରାମରେ ଲିକ ହୋଇଥିବା ସୂଚନାରେ ଅନେକ ବ୍ୟବହାରକାରୀଙ୍କ ଫୋନ ନମ୍ବର, ଇମେଲ ଆଇଡି, ବାୟୋ, ଲୋକେସନ (ସହର ଓ ଦେଶ), ଫଲୋୟର୍ସଙ୍କ ତଥ୍ୟ ସାମିଲ ଅଛି । ଘଟଣାକୁ ନେଇ ସିକ୍ୟୁରିଟି ରିସର୍ଚ୍ଚର ଅନୁରାଗ ସେନ କହିଛନ୍ତି ଇଂଷ୍ଟାଗ୍ରାମର ଏହି ଡାଟାକୁ ଚାଟବକ୍ସ ହିଁ ଲିକ୍‌ କରିଛି । ଏହି ଚାଟବକ୍ସ ଇଂଷ୍ଟାଗ୍ରାମ ସହିତ ଯୋଡି ହାଇଥାଏ । ଏହା ଏକ ୱେବ କଂଣ୍ଟେଣ୍ଟ ଡେଭଲପମେଣ୍ଟ କମ୍ପାନୀ ଅଟେ, ଯିଏ ନିଜ କଣ୍ଟେଣ୍ଟକୁ ବଢାଇବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିଥାଏ। ଏହି ଚାର୍ଟବକ୍ସକୁ ଆମାଜନ ୱେବ ସର୍ଭିସ (AWS) ହୋଷ୍ଟ କରୁଥିଲା । ଏବେ ଏହି ଡାଟା ଲିକ ଘଟଣା ସାମ୍ନାକୁ ଆସିବା ପରେ ଚାଟବକ୍ସ ଏହି ଡାଟାବେସକୁ ଅଫଲାଇନ କରିଦେଇଛି । ଫେସବୁକ ଏହି ଘଟଣାକୁ ଯାଞ୍ଚ କରୁଥିବା ବେଳେ ଇଂଷ୍ଟାଗ୍ରାମ ମଧ୍ୟ ଏହାର ସମାଧାନ ପାଇଁ ଉଦ୍ୟମ ଚଳାଇଛି ।

କମ୍ପାନୀର କହିବା କଥା ହେଲା କିଛିି ଥାର୍ଡ ପାର୍ଟିି ଆମର ପଲିସିକୁ ଉଲଘଂନ କରି ଭୁଲ ତରିକାରେ ଇଂଷ୍ଟାଗ୍ରାମର ଡାଟା ସେଭ କରିଥିଲେ । ଲିକ୍‌ ହୋଇଥିବା ଡାଟାବେସରେ ଇଂଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଫୋନ ନମ୍ବର ଓ ଇମେଲ ଆଇଡି କେମିତି ପହଞ୍ଚିଲା ତାହା ଏବେ ମଧ୍ୟ ଜଣାପଡିନାହିଁ ବୋଲି କମ୍ପାନୀ କହିଛି ।ହେଲେ ଏହି ସମ୍ବନ୍ଧରେ ଚାର୍ଟବକ୍ସ ତରଫରୁ କିଛି ବି ପ୍ରତିକ୍ରିୟା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.