Below header

ମହଙ୍ଗା ପଡିଲା କିନ୍ନରଙ୍କ ସହ ବନ୍ଧୁତା, କାଟିଦେଲେ ଯୁବକଙ୍କ ଗୁପ୍ତାଙ୍ଗ

ମହଙ୍ଗା ପଡିଲା କିନ୍ନରଙ୍କ ସହ ବନ୍ଧୁତା । କାଟିଦେଲେ ଯୁବକଙ୍କ ଗୁପ୍ତାଙ୍ଗ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି ହେଉଛି ଉତ୍ତରପ୍ରଦେଶର ଶାହାଜାହାଁପୁରର ।

ସୂଚନା ଅନୁସାରେ, ୨୦ ବର୍ଷୀୟ ଯୁବକ ଜଣକ ବିଭିନ୍ନ ବିବାହରେ ଯାଇ ନାଚଗୀତ କରନ୍ତି । ଯାହା ଫଳରେ କିଛି କିନ୍ନରଙ୍କ ସହ ବନ୍ଧୁତ୍ବ ହୋଇଥିଲା । ତେବେ ପୀଡିତ ଯୁବକଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ତାଙ୍କୁ କିନ୍ନର କରାଇବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ଯାହା ଫଳରେ ଯୁବକ ଜଣକ ସେମାନଙ୍କ ସହ ମିଶିବା ବନ୍ଦ କରିଦେଇଥିଲେ । କିନ୍ତୁ ଦଶ ଦିନ ତଳେ ଫରୁଖାବାଦର ତିନି ଜଣ କିନ୍ନର ତାଙ୍କ ଘରକୁ ଆସି ଏକ ବିବାହକୁ ନେବା କଥା କହି ନିଜ ଘରକୁ ନେଇଯାଇଥିଲେ । ଏବଂ ସେଠାରେ ବନ୍ଧକ ରଖି ମାରପିଟ୍ କରିବା ସହ ଗୁପ୍ତାଙ୍ଗ କାଟି ଦେଇଥିଲେ ।

ଏବେ ପୀଡିତ ଯୁବକଙ୍କୁ ଟ୍ରୋମା ସେଣ୍ଟରରୁ ପଠାଇବା ସହ ମାମଲା ରୁଜୁ କରି ଛାନଭିନ୍ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.