ବିରୋଧୀଙ୍କୁ ନିର୍ବାଚନ କମିସନରୁ ବଡ଼ ଝଟକା : ଇଭିଏମ-ଭିଭିପାଟ ସ୍ଲିପ ଟାଲି ନେଇ ହେବନି କୌଣସି ପରିବର୍ତ୍ତନ ଆଗୁଆ

ଇଭିଏମ- ଭିଭିପାଟ ସ୍ଲିପ ଟାଲି ପ୍ରସଙ୍ଗରେ ବିରୋଧୀଙ୍କୁ ଝଟକା। ୫୦ପ୍ରତିଶତ ଇଭିଏମ ଓ ଭିଭିପାଟ ସ୍ଲିପ ଟାଲି ନେଇ ବିରୋଧୀଙ୍କୁ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ନିର୍ବାଚନ କମିସନ। ଦୀର୍ଘ ସମୟ ଧରି ଆଲୋଚନା ପରେ ଇଭିଏମ ଓ ଭିଭିପାଟ ସ୍ଲିପ ଟାଲି ନେଇ କମିସନଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିସନ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ପ୍ରତି ବିଧାନସଭା କ୍ଷେତ୍ରର ୫ଟି ବୁଥ୍ର ଇଭିଏମ୍ ସହ ଭିଭିପାଟ୍ ଟାଲି ହେବ।

ବିରୋଧୀ ଦାବି କରିଥିଲେ ଗଣତି ଶେଷରେ ନୁହଁ ଆରମ୍ଭରୁ ଟାଲି ହେଉ । ଯଦି ସବୁ କିଛି ଠିକ୍ ଥାଏ ତେବେ ଇଭିଏମ୍ ଗଣତି ହେଉ । ଯଦି ତ୍ରୁଟି ବାହାରିଲା, ତେବେ ପୂରା ବିଧାନସଭା କ୍ଷେତ୍ରର ଇଭିଏମ୍ ସହ ଭିଭିପାଟ୍ ସ୍ଲିପର ଟାଲି କରିବାକୁ ଦାବି ଜଣାଇଥିଲେ । ନିୟମରେ ପରିବର୍ତ୍ତନ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୨ଟି ଦଳର ନେତା ନିର୍ବାଚନ କମିସନଙ୍କୁ ସାକ୍ଷାତ କରି ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.