ସ୍ମାର୍ଟ ଲୋକଙ୍କ ପାଇଁ ଆସିଲା ସ୍ମାର୍ଟ ତାଲା, ମାତ୍ର ୩୦ ମିନିଟ ଚାର୍ଜ ହେଲେ ଚାଲିବ ଦୀର୍ଘ ୬ ମାସ

ଇନୋଭେଟିଭ ଓ ପୋର୍ଟେବଲ ଡିଜିଟାଲ ଗାଜେଟ୍ସ କମ୍ପାନୀ ଭାବେ ଜଣା ପୋରର୍ଟରନିକ୍ସ କମ୍ପାନୀ ଭାରତୀୟ ବଜାରରେ ଏକ ସ୍ମାର୍ଟ ତାଲା ଲଞ୍ଚ କରିଛି । ଯାହାର ନାମ ବାୟୋଲକ ରଖାଯାଇଛି । ଏହି ଡିଜିଟାଲ ତାଲାର ସ୍ଵତନ୍ତ୍ରତା ଏହାକି ଯେ ଏହା କେବଳ ମାତ୍ର ଫିଙ୍ଗର ପ୍ରିଣ୍ଟ ଜରିଆରେ ହିଁ ଖୋଲିଥାଏ । ମାତ୍ର ୩୦ ମିନିଟ ପାଇଁ ଚାରଜିଙ୍ଗ ହେଲେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ଏହା ଚାଲିପାରିବ । ପୋରଟ୍ରୋନିକ୍ସ କମ୍ପାନୀ ଏହି ସ୍ମାର୍ଟ ତାଲାର ବ୍ୟବହାର ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ ବୋଲି କହିଛି । କବାଟ ବନ୍ଦ କରିବା ସହ, ବ୍ୟାଗ, ସୁଟକେଶ, ବାଇକ ଆଦିକୁ ଲକ କରିବା ପାଇଁ ମଧ୍ୟ ଏହାର ଉପଯୋଗ କରାଯାଇପାରିବ ।

bioluck

ଆଉ ସବୁଠୁ ଖାସ କଥା ହେଉଛି ପାସୱାର୍ଡ଼ ଭୁଲିବା ବା ଚାବି ହଜିବାର ମଧ୍ୟ କୌଣସି ଭୟ ରହିବ ନାହିଁ । ଏମିତିକି ବାୟୋଲକର ଉପଯୋଗ କରିବା ପାଇଁ କୌଣସି ପ୍ରକାର ଆପ୍ଲିକେସନ ବା ବ୍ଲୁତୁଥ କନେକ୍ସନର ବି ଆବଶ୍ୟକତା ନାହିଁ । କାରଣ ଏହି ସ୍ପେଶାଲ ତାଲାଟି କେବଳ ମାତ୍ର ଫିଙ୍ଗରପ୍ରିଣ୍ଟ ସହାୟତାରେ ହିଁ ଖୋଲିଥାଏ । ଏଥିରେ ଆପଣ ୪୦ ଫିଙ୍ଗରପ୍ରିଣ୍ଟ ପର୍ଯ୍ୟନ୍ତ ଯୋଡି ପାରିବେ ଓ ଲକ ଖୋଲିବା ପାଇଁ ମାତ୍ର ୦.୫ ସେକେଣ୍ଡ ପର୍ଯ୍ୟନ୍ତ ହିଁ ସମୟ ଲାଗିଥାଏ । ଏହି ବାୟୋଲକଟି କେବଳ ମାତ୍ର ଏଲଇଡ଼ି ଇଣ୍ଡିକେଟର ସହ ହିଁ ଆସିଥାଏ । ଏହି ସ୍ମାର୍ଟ ଲକଟି ସ୍ଟେନଲେସ ଷ୍ଟିଲରେ ନିର୍ମିତ ହେବା ସହ ଏହାକୁ ଆଇପିଏସଏସର ରେଟିଙ୍ଗ ବି ମିଳିଛି ।

କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ଯେ ବାହାରର ପାଣି ଓ ଧୂଳିର ପ୍ରଭାବ ଏହା ଉପରେ ପଡ଼ି ନଥାଏ । ଏହି ତାଲା ଟିର ଓଜନ ୫୯ ଗ୍ରାମ ହେବା ସହ ଏହା ସହ ୧୦୦ ଏମଏଏଚର ବ୍ୟାଟେରୀକୁ ଆଟାଚ କରାଯାଇଛି । ବ୍ୟାଟେରୀ ସରିଯିବା ପରେ ୫V ୟୁଏସବି ଏଣ୍ଡ୍ରାପଟର ସାହାଯ୍ୟରେ ବି ରିଚାର୍ଜ କରାଯାଇପାରିବ । ଉଭୟ ଅନଲାଇନ ଓ ଅଫଲାଇନ ଷ୍ଟୋରରୁ ମାତ୍ର ୨,୯୯୯ ଟଙ୍କାଦେଇ ଏହାକୁ କିଣା ଯାଇପାରିବା ସହ ୧୨ ମାସ ପର୍ଯ୍ୟନ୍ତ ୱାରେଣ୍ଟି ମଧ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.