ସମ୍ବନ୍ଧୀୟ ସମସ୍ୟା ପାଇଁ ଯିବାର ଆବଶ୍ୟକତା ନାହିଁ ଅଫିସ୍‌, ଏହି ନମ୍ବରରେ ମିଳିବ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର

କରୋନା ଭାଇରସ୍‌ କାରଣରୁ ପୂରା ବିଶ୍ୱ ଭୟଭୀତ ଅବସ୍ଥାରେ ଅଛି। ଏହି ଭାଇରସ୍‌ ପ୍ରକୋପରେ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଏହି ଭାଇରସ୍‌ ଦ୍ୱିତୀୟ ଷ୍ଟେଜରେ ପହଁଚିଗଲାଣି, ଆଉ ଏହାକୁ ତୃତୀୟ ଷ୍ଟେଜରେ ଯିବାକୁ ଅଟକାଇବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି। ତେବେ ଏହି ସବୁ ଅବସ୍ଥାକୁ ଦେଦଖି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFO ଏକ ହ୍ଵାଟସଅପ୍‌ ନମ୍ବର ଜାରୀ କରିଛି। ଆପଣ ଏହି ହ୍ଵାଟସଅପ୍‌ ନମ୍ବର ଜରିଆରେ ଇପିଏଫଓ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନ କିମ୍ବା ଅଭିଯୋଗ ଘରେ ବସି କରିପାରିବେ।

EPFOଲୋକମାନଙ୍କୁ ଅନୁରୋଧ କରାଯାଇଛି ଯେ ଇପିଏଫଓ ଅଫିସକୁ ନଯାଇ ଆରାମରେ ଘରେ ବସି ଡିଜିଟାଲୀ ଭାବରେ ହିଁ ନିଜ ପ୍ରଶ୍ନ କିମ୍ବା ଅଭିଯୋଗ କରନ୍ତୁ। ଇପିଏଫଓ ସେଣ୍ଟ୍ରାଲ ଦିଲ୍ଲୀର ରିଜୋନାଲ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ଆଲୋକ ଯାଦବ ନିଜ ବୟାନ ଜାରି କରି କହିଛନ୍ତି ଲୋକମାନେ ପିଏଫ୍‌ ସମ୍ବନ୍ଧୀୟ ପ୍ରଶ୍ନ କିମ୍ବା ଅନ୍ୟ ସୂଚନା ଟେଲିଫୋନ୍‌ ନମ୍ବର 011-27371136କୁ କଲ୍‌ କରି ମଧ୍ୟ ଜାଣିପାରିବେ। ଏହାଛଡା ଅଭିଯୋଗ କରିବା ପାଇଁ [email protected]ରେ ଇମେଲ୍‌ ମଧ୍ୟ କରିପାରିବେ। ଇପିଏଫଓ ଏକ ହ୍ଵାଟସଅପ୍‌ ନମ୍ବର ମଧ୍ୟ ଉପଳବ୍ଧ କରାଇଛନ୍ତି। ଇପିଏଫଓ ଜାରୀ କରିଥିବା ନମ୍ବର ହେଉଛି 8595520478।

epfସେହିପରି ଆଲୋକ ଯାଦବ ଏହାମଧ୍ୟ ସୂଚନା ଦେଇଛନ୍ତି ଯେ ସମସ୍ତ ଇପିଏଫଓ ଅଫିସରେ ସାନିଟରାଇଜର ଏବଂ ମାସ୍କ ଉପଲବ୍ଧ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇପିଏଫଓ ଭାରତ ସରକାରଙ୍କର ଏକ ସଂଗଠନ ଅଟେ, ଯାହା ନିଜର ସଦସ୍ୟଙ୍କୁ ରିଟାୟରମେଣ୍ଟ ପରେ ଆୟ ସୁରକ୍ଷା ଦେବା ପାଇଁ ଅନେକ ଯୋଜନା କରିଛନ୍ତି। ସମସ୍ତଙ୍କୁ ସେହି କମ୍ପାନୀର ଇପିଏଫଓରେ ନିଜକୁ ରେଜିଷ୍ଟର୍ଡ କରିବାକୁ ହେବ, ଯେଉଁଠି କର୍ମଚାରୀଙ୍କ ସଂଖ୍ୟା ୨୦ ରୁ ଅଧିକ ହୋଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.