Below header

ଯାଜପୁରରେ ଚିକିତ୍ସାରେ ଅବହେଳା, ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ

ଯାଜପୁର ଟାଉନ: ଚିକିତ୍ସାରେ ଅବହେଳା । ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦରମହକୁମା ଡାକ୍ତରଖାନାର ଏମସିଏଚ ବିଭାଗରେ । ଗତକାଲି ଅପରାହ୍ନରେ ବିଂଝାରପୁର ମାଂସଡା ଅଂଚଳର ସ୍ମୃତିରଂଜନ ମିଶ୍ର ନିଜ ପତ୍ନି ସ୍ୱାଗତିକାଙ୍କ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତି କରିଥିଲେ । ଡାକ୍ତରଖାନାରେ ଭର୍ତି ସମୟରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଦାୟିତ୍ୱରେ କେବଳ କିଛି ନର୍ସ ଥିଲେ । ବର୍ତମାନ ପ୍ରସବ ସମୟ ହୋଇନଥିବା କହି ସେଠାରୁ ପଳାଇ ଯାଇଥିଲେ । ପରେ ଅଧିକ ଯନ୍ତ୍ରଣା ହେବାରୁ ମହିଳା ଜଣକ ପରିଶ୍ରା କରିବା ପାଇଁ ପାଖ ପାଇଖାନାକୁ ଯାଇଥିଲେ । ସେଠାରେ ତାଙ୍କର ହଠାତ୍ ଶିଶୁ କନ୍ୟାଟିଏ ଜନ୍ମ ହୋଇଥିଲା ।

ମହିଳାଙ୍କ ଚିତ୍କାର ଶୁଣି ପାଖ ରୋଗୀଙ୍କ ସମ୍ପର୍କିୟ ପହଁଚି ଶିଶୁଟିକୁ ଉଦ୍ଧାର କରିଥିଲେ । ପରେ ସ୍ମୃତିରଂଜନ ଯାଜପୁର ସିଡିଏମଓଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ସିଡିଏମଓ ଏ ନେଇ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇ ପଳାଇ ଆସିଥିଲେ । ଏହି ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର ଓ କର୍ତୁପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାଗତିକା ଦାବି କରିଛନ୍ତି । ଏ ସଂପର୍କରେ ଆମେ ବାରମ୍ବାର ସିଡିଏମଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ହେଁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.