ସୋସିଆଲ୍ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର, ମୋହନା ପୋଲିସ ଦ୍ୱାରା ଯୁବକ ଗିରଫ

ମୋହନା: ସୋସିଆଲ୍ ମିଡିଆରେ କରୋନାକୁ ଗୁଜବ କରିବା ଯୁବକକୁ ପଡିଲା ମହଙ୍ଗା । ମୋହନା ପୋଲିସ ଦ୍ୱାରା ହେଲେ ଗିରଫ  l ଗିରଫ ଯୁବକ ଜଣକ ମୋହନା ଥାନା ମଳାସପଦର ଗ୍ରାମର ସୂର୍ଯ୍ୟ ପ୍ରଧାନ l ଗତ ୧୮ତାରିଖରେ ମୋହନା ବ୍ଲକ ବେତାରସିଂ ଗ୍ରାମରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂର୍ଯ୍ୟ ନିଜ ଫେସବୁକ୍ ଆକାଉଣ୍ଟରେ ତଥ୍ୟ ଅପଲୋଡ୍ କରିଥିଲେ l ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ। ପରେ ମୋହନା ତହସିଲଦାର ଘଟଣା ସମ୍ବନ୍ଧରେ ତଦନ୍ତ କରିବା ସହ କେହି ବ୍ୟକ୍ତି ଆକ୍ରାନ୍ତ ହୋଇନଥିବା ଜାଣିବାକୁ ପାଇଥିଲେ ଏବଂ ଗୁଜବକାରୀକୁ ଧରିବା ପାଇଁ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ l ଆଜି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା ମୋବଇଲ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.