Below header

ଭାରତୀୟ ବଜାରରେ ୪ ହଜାରରୁ କମ ମୂଲ୍ୟରେ ଲଞ୍ଚ ହେଲା Portronics ସ୍ମାର୍ଟୱାଚ, ଏକ୍ସରସାଇଜ ଠାରୁ ସାଇକ୍ଲିଂଗ ପର୍ଯ୍ୟନ୍ତ ସବୁଥିରେ ଦବ ଦମଦାର ଲୁକ

ପୋରଟ୍ରୋନିକ୍ସ କମ୍ପାନୀ ଭାରତୀୟ ବଜାରରେ ନିଜ ସ୍ମାର୍ଟୱାଚ Knonos Alpha ଲଞ୍ଚ କରିଛି । ଗ୍ରାହକଙ୍କୁ ଏହି ୱାଚଟି ଏକ ଷ୍ଟାଇଲିସ ଲୁକ ଦେବା ସହ ଏହାର ଡାୟଲଟି ରାଉଣ୍ଡ ସେପର ରହିବ ଜଣାଯାଇଛି । ଏହାର ବଡ଼ି ସମ୍ପୂର୍ଣ୍ଣ ରୂପେ ମେଟାଲରେ ନିର୍ମିତ ହୋଇଛି । ଆଉ ଏହାବାଦ ଏହାର ଷ୍ଟ୍ରପଟି ସିଲିକନରେ ତିଆରି । Knonos Alpha ସ୍ମାର୍ଟୱାଚଟିରେ ଆକ୍ଟିଭିଟି ଟ୍ରେକର ପରି ଫିଚର ମାନ ଉପଲବ୍ଧ ହେବ । Knonos Alpha ସ୍ମାର୍ଟୱାଚର 1.3 ଇଞ୍ଚର କଲର ଏଚଡ଼ି ଡିଷ୍ପ୍ଲେ ସହ ଉପଲବ୍ଧ ହେଉଛି । ଆଉଆ ଏହାର ବିଶେଷତା ହେଉଛିକି ଏହି ସ୍ମାର୍ଟୱାଚ ସମ୍ପୂର୍ଣ୍ଣ ରୂପେ ଟଚ ପ୍ୟାନେଲ ଉପରେ ହିଁ କାମ କରିଥାଏ । ଏହାର ଓଜନ ପାଖାପାଖି ୫୬.୧ ଗ୍ରାମ ହେବ । ଏହା ୱାଟର ରେଜିଷ୍ଟନ୍ସ ହେବା ସହ ୫ ATM ୱାଟର ରେସିଷ୍ଟେନ୍ସର ସୁବିଧା ମାନ ବି ଏଥିରେ ଉପଲବ୍ଧ ଅଛି । ଆଉ ଏହାର ବ୍ୟାଟେରୀ କ୍ଷମତା ୨୬୦ mAh ରହିଛି ।

watch ଆଉ ଏହାବାଦ ଏହି ସ୍ମାର୍ଟୱାଚକୁ ଆପଣ କୌଣସି ଆଣ୍ଡ୍ରଏଡ ଅଥବା ios ଡିଭାଇସ ସହ କନେକଟ କରି ବ୍ୟବହାର କରିପାରିବେ । ଆଉ ସବୁଠୁ ଜରୁରୀ ହେଉଛି ଏଥିରେ ଇଣ୍ଡୋର/ ଆଉଟଡୋର, ସାଇକ୍ଲିଂଗ , ସ୍ପୋର୍ଟ୍ସ, ଯୋଗ ପରି ୧୨ ପ୍ରକାରର ସ୍ପୋର୍ଟ୍ସ ମୋଡ ରହିଛି । ଭାରତୀୟ ବଜାରରେ କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୩,୯୯୯ ଟଙ୍କା ରଖାଯାଇଛି । କିଣିବା ପରେ ୧୨ ମାସ ପର୍ଯ୍ୟନ୍ତ ୱାରେଣ୍ଟି ମଧ୍ୟ ମିଳିପାରିବ । ଏହାକୁ ନେଇ ଅଧିକ ତଥ୍ୟ Amazon.in ସାଇଟରେ ମିଳିଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.