ଆଉ ମାତ୍ର ୨ ଦିନ ପରେ IPL, CSKର ପ୍ରାକ୍ଟିସ୍‌ ମ୍ୟାଚ୍‌ରେ ଛକା-ଚଉକା ବର୍ଷାଇଲେ ଧୋନି; ଦେଖନ୍ତୁ ଭିଡିଓ

ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତଥର ଆଇପିଏଲ୍‌ର ୧୩ ତମ ସଂସ୍କରଣ ଖେଳାଯିବ। କରୋନା ମହାମାରୀ ଯୋଗୁ ଚଳିତବର୍ଷର ଆଇପିଏଲ୍‌ ୟୁନାଇଟେଡ୍‌ ଅରବ ଅମିରାତ (ୟୁଏଇ)ରେ ହେବ। ଏଥିପାଇଁ ସମସ୍ତ ଟିମ୍‌ ପ୍ରସ୍ତୁତ ହୋଇସାରିଲେଣି। ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍‌ ଓ ଚେନ୍ନାଇ ସୁପରକିଙ୍ଗସ୍‌ଙ୍କ ମଧ୍ୟରେ ସେପ୍ଟେମ୍ବର ୧୯ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଉଭୟେ ଟିମ୍‌ ପ୍ରାକ୍ଟିସ୍‌ ଆରମ୍ଭ କରିଦେଲେଣି।

ତେବେ ସିଏସ୍‌କେ ଟିମ୍‌ ପାଇଁ ଭଲ ଖବର ହେଉଛି କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରାକ୍ଟିସ୍‌ ଆରମ୍ଭ କରିଦେଇଛନ୍ତି। ସିଏସ୍‌କେର ପ୍ରାକ୍ଟିସ୍‌ ମ୍ୟାଚ୍‌ରେ ଧୋନି ହେଲିକପ୍ଟର ସଟ୍‌ ସମେତ କେତେକ ବଡ଼ ବଡ଼ ସର୍ଟସ ଲଗାଇଛନ୍ତି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:

ଧୋନି ଚଳିତବର୍ଷ ଅଗଷ୍ଟ ୧୫ରେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଣୁ ଫ୍ୟାନ୍‌ମାନେ ଧୋନିଙ୍କୁ ପୁଣିଥରେ ଖେଳୁଥିବା ଦେଖିବାକୁ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କରୋନା ଯୋଗୁ ଚଳିତଥର ଆଇପିଏଲ୍‌ ବାୟୋ ସିକ୍ୱୋର ଏଣ୍ଡରମେଣ୍ଟରେ ଖେଳାଯିବ। ଏଥିସହ ମ୍ୟାଚ୍‌ ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.