ଏସବୁ ସ୍ଥାନରେ ବନ୍ଦ ହୋଇଗଲା PUBG ଗେମ୍, ଜାଣନ୍ତୁ ଏହା ପଛର କାରଣ

ଭାରତରେ ପ୍ରାୟ ଅଧିକାଂଶ ଯୁବକଙ୍କ ପ୍ରଥମ ପସନ୍ଦ ହେଉଛି ପବଜି ଗେମ୍। ଟିକେ ଫାଙ୍କା ସମୟ ପାଇଲେ ଯୁବପିଢ଼ି PUBG ଖେଳିବାରେ ମାତି ଯାଆନ୍ତି। ଆପଣ ବି ଯଦି PUBG ଖେଳାଳି ତେବେ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର। କାରଣ ଏପ୍ରିଲ ୪ ରାତି ୧୨ରୁ ପବଜି ଗେମ ସଟଡାଉନ ହୋଇଯିବ। ଏହି ଗେମ ଏପ୍ରିଲ ୫ ତାରିଖ ରାତି ୧୨ ଟା ରେ ପୁଣି ପୂର୍ବ ଭଳି ଚାଲିବ। କହିବାକୁ ଗଲେ ୨୪ ଘଣ୍ଟା ପାଇଁ ପବଜି ଗେମ ବନ୍ଦ ରହିବ।

PLAYERUNKNOWN'S BATTLEGROUNDS - THIS IS BATTLE ROYALE

ଏହି ସଟଡାଉନକୁ ନେଇ କମ୍ପାନୀ ୟୁଜରଙ୍କୁ ‘Temporary Suspension of Service’ ନାମରେ ନୋଟିଫିକେସନ ପଠାଇଛି। ଏହି ନିୟମ ଚୀନ, ହଂକଂ, ମକାଓ ଓ ତାଇୱାନରେ ଲାଗୁ ହେବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ତରଫରୁ ଭାରତରେ ପବଜି ବନ୍ଦ ହେବା ନେଇ କିଛି କୁହାଯାଇନାହିଁ।

pubg2୨୪ ଘଣ୍ଟା ପାଇଁ ପବଜି ବନ୍ଦ ହେବାର କାରଣ ସମ୍ପର୍କରେ ଗେମର ପ୍ୟାରେଣ୍ଟ କମ୍ପାନୀ Tencent ଚୀନର ସୋସିଆଲ ମିଡିଆରେ ଜଣାଇଛି। କମ୍ପାନୀର କହିବାନୁସାରେ କରୋନା ଭାଇରସ ସହ ଲଢ଼ି ନିଜ ଜୀବନ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିଚାରଣ କରିବାକୁ ଏହି ସଟଡାଉନ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.