କଟକ : ପୋଲିସ ଉପରକୁ ଢେଲାମାଡ, ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ

କଟକ (କେନ୍ୟୁଜ) : ଓଡ଼ିଶାରେ କାରୋନା ତାର କାୟା ବିସ୍ତାର କରିସାରିଲାଣି। କାରୋନା ଯେପରି ତାର ପ୍ରକୋପକୁ ଆହୁରି ଆଗକୁ ନ ବୃଦ୍ଧି କରୁ ସେଥିପାଇଁ ରାଜ୍ୟ ସରକାର କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହର ଏବଂ ଟାଉନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି। ଏହି ସମୟରେ ଘରୁ କାହାକୁ ନ ବାହାରିବାକୁ ଅନୁରୋଧ କରାଯାଇଛି। ଏଥିପାଇଁ ଚାରିଆଡେ ପୋଲିସ ମୁତୟନ କରାଯାଇଛି। ଏଥିସହିତ ଯେଉଁମାନେ ବାହାରେ ବୁଲୁଥିବେ ସେମାନଙ୍କୁ ୧୪ ଦିନର କ୍ବାରାଣ୍ଟିନ୍‌‌‌ରେ ରଖାଯିବାକୁ ରାଜ୍ୟ ସରକାର କହିଥିଲେ।

ଆଜି ସଟଡାଉନର ଦ୍ୱିତୀୟ ଦିନ। କିନ୍ତୁ କିଛି ଅମାନିଆ ଯୁବକ ଏହି ନିୟମକୁ ମାନୁ ନାହାଁନ୍ତି। ଓଡ଼ିଆ ବଜାରରେ ବୁଲୁଥିବା ଯୁବକଙ୍କୁ ପୁଲିସ ଘଉଡ଼ାଇବାରୁ ସେମାନେ ପୁଲିସ ଉପରକୁ ଢେଲା ମାଡ଼ କରିଥିବା ଭଳି ସଂଗିନ୍‌ ଘଟଣା ଘଟିଛି। ପୋଲିସ ମଧ୍ୟ ସେମାନଙ୍କୁ ଘଉଡାଇବା ପାଇଁ ପାଲଟା ଲାଠିମାଡ଼ କରିଛି। ଏହି ଘଟଣାକୁ ନେଇ ଲାଲବାଗ ଥାନାରେ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୁଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ ଓଡ଼ିଆ ବଜାର ନିକଟରେ ପୁଲିସ୍‌ ଫୋର୍ସ ରୁଟ୍ ମାର୍ଚ୍ଚ କରୁଥିବା ବେଳେ ପାଖାପାଖି ୩୫ ଯୁବକ ସଂଘବଦ୍ଧ ହୋଇ ପୁଲିସକୁ ଗାଳିଗୁଲଜ ଓ ଢେଲାମାଡ଼ କରିଥିଲେ। ପୁଲିସ କର୍ମୀ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ପରିସ୍ଥିତି ସଙ୍ଗିନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.