ଖୁବ ଶୀଘ୍ର RBI ଆରମ୍ଭ କରିବ Frictionless Credit ଯୋଜନା

ଏଣିକି ପିଲାମାନଙ୍କ ପଢାକୁ ନେଇ ବାପା ମା ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ବ୍ୟାଙ୍କ ପକ୍ଷରୁ ଏନେଇ ଏକ ବଡ ସୁବିଧା ପ୍ରଦାନ କରାଯାଉଛି। ବାପା ମା ଙ୍କ ଏହି ଚିନ୍ତା କୁ ଦୂର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଏନେଇ ଫ୍ରିକ୍ସନଲେସ କ୍ରେଡିଟ (Frictionless Credit) ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଯାହା ଦ୍ୱାରା ଆପଣ ଆର୍ଥିକ ସାହାଯ୍ୟ ପାଇଯିବେ ।

ଏଣିକି ଆଉ Education Loan ପାଇବାକୁ ବ୍ୟାଙ୍କ ପଛରେ ଧାଇଁବା ଦରକାର ନାହିଁ । ଆସନ୍ତାବର୍ଷରୁ ଫ୍ରିକ୍ସନଲେସ କ୍ରେଡିଟ ବ୍ୟବସ୍ଥା ଲାଗୁ ହେବ , ଯେଉଁଥିରେ ସହଜରେ ଶିକ୍ଷାଋଣ ମିଳିପାରିବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଲୋନ ପାଇବା ପାଇଁ ଏକ ପ୍ରକ୍ରିୟା କରାଯିବ , ଯାହାକୁ ଫଲୋ କରି ଆପଣ ନିଜ ପିଲା ପାଇଁ ସହଜରେ ଆର୍ଥିକ ଋଣ ପାଇଯିବେ । ଏଥିରେ ଛାତ୍ର ଛାତ୍ରୀମାନେ ସହଜରେ ଆବେଦନ କରିପାରିବେ ।

ଆରବିଆଇ ଏହି ଅଭିଯାନ ମାଧ୍ୟମରେ ସମସ୍ତଙ୍କ ନିକଟରେ ଆର୍ଥିକ ସୁବିଧା ପହଞ୍ଚାଇବାକୁ ପ୍ରୟାସ କରୁଛି । ଏହି ଯୋଜନାର ଏକ ଅଂଶ ଭାବେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ଇନୋଭେସନ ହବ୍ ମଧ୍ୟ ସ୍ଥାପନ କରାଯାଇଛି । ତାହା ମାଧ୍ୟମରେ ଲୋକମାନେ ସେମାନଙ୍କର ଋଣ ସୁଝିବାର ସୁବିଧା ବା ଅପ୍ସନ ବିଷୟରେ ଜାଣିପାରିବେ । ‘ଫ୍ରିକ୍ସନଲେସ କ୍ରେଡିଟ ’ ବ୍ୟବସ୍ଥାରେ ଲୋକଙ୍କୁ ଅଧିକ କାଗଜପତ୍ର କାମ କରିବାକୁ ପଡିବ ନାହିଁ । ଖୁବ ସହଜରେ ଏହା ତାଙ୍କୁ ମିଳିଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କୃଷି ତଥା ଦୁଗ୍ଧଜାତୀୟ ପଦାର୍ଥ ପାଇଁ ଲାଗୁ କରାଯାଇଥିବା ବେଳେ ୨୦୨୪-୨୫ ଶିକ୍ଷା ବର୍ଷରୁ ଏହାକୁ ଶିକ୍ଷା ଋଣ କ୍ଷେତ୍ରରେ ସାମିଲ କରିବାକୁ ଯୋଜନା କରାଯାଉଛି । ଏହାକୁ ଅନ୍ୟ ସ୍ଥାନରେ ଆରମ୍ଭ କରାଯାଇଥିଲା । ଗତ ଅଗଷ୍ଟ ମାସରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟ ପରି ୪ଟି ରାଜ୍ୟରେ ଆରମ୍ଭ କରାଯାଇଥିଲା ।

ତେବେ ଏହି ନୂଆ ଯୋଜନାରେ ଅନେକ ପିଲା ନିଜ ପାଠ ପଢ଼ା ସ୍ବପ୍ନ କୁ ପୁରା କରିବେ ବୋଲି ଆଶା ରହିଛି । ଏହା ସହିତ ଆର୍ଥିକ ସମସ୍ୟା ଘେରରେ ବାପା ମା ମଧ୍ୟ ଆଉ ରହିବେ ନାହିଁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.