ଦମଦାର ବ୍ୟାଟରୀ ସାଙ୍ଗକୁ ବଢ଼ିଆ ଫିଚର୍ସ ଏହି ସ୍ମାର୍ଟଫୋନ୍, Realmeର ଏହି ଫୋନ୍ ଖୁବ୍ ଜଲଦି ଥିବ ଆପଣଙ୍କ ହାତରେ

Realme ଆଣୁଛି ଦମଦାର ସ୍ମାର୍ଟଫୋନ୍ । ଆପଣ ଯଦି ବଜେଟ ଭିତରେ ଭଲ ଆଉ ଜବରଦସ୍ତ ଫିଚର୍ସ ଥିବା ଫୋନ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ବଢ଼ିଆ ଖବର । ରିୟଲମି ଏପରି ଏକ ଫୋନ୍ ଆଣୁଛି ଯାହା ମାତ୍ର ପାଞ୍ଚ ମିନିଟରେ ଫୁଲ ଚାର୍ଜ ହୋଇଯିବ ।

Realme ଆଣୁଛି ଦମଦାର ସ୍ମାର୍ଟଫୋନ୍ । ଆପଣ ଯଦି ବଜେଟ ଭିତରେ ଭଲ ଆଉ ଜବରଦସ୍ତ ଫିଚର୍ସ ଥିବା ଫୋନ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ବଢ଼ିଆ ଖବର । ରିୟଲମି ଏପରି ଏକ ଫୋନ୍ ଆଣୁଛି ଯାହା ମାତ୍ର ପାଞ୍ଚ ମିନିଟରେ ଫୁଲ ଚାର୍ଜ ହୋଇଯିବ । ରିୟଲମି ନିଜର ଜିଟି ୩ ର ଘୋଷଣା କରିଥିଲା । ଯେମିତିକି ନାଁରୁ ହିଁ ଜଣାପଡୁଛି ଯେ ଫୋନ୍ ୨୪୦ୱାଟ୍ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସହିତ ଆସିବ । ଏବେ ଲାଗୁଛି ଯେ ଏହି ଫେରାନ୍ ବହୁତ ଜଲଦି ଭାରତରେ କିଣିବା ପାଇଁ ଉପଲବ୍ଧ କରାଯିବ । ଟିପଷ୍ଟର ପାରସ ଗୁଗଲାନୀ ରିୟଲମି ଜିଟି ୩ ୨୪୦ ୱାଟ ଫୋନର ଅଫିସିଆଲ ପୋଷ୍ଟର ଜାରି କରିଛନ୍ତି । ଏହି ଫୋନ ଷ୍ଟାଇଲିସ ହେବା ସହିତ ଏହାର କଲର ଭ୍ୟାରିୟଣ୍ଟ ବି ଜବରଦସ୍ତ ରହିଛି । ପ୍ଲସ ହ୍ବାଇଟ ଏବଂ ବୁଷ୍ଟର ବ୍ଲାକ ଦୁଇଟି କଲର ଅପ୍ସନରେ ଏହି ଫୋନ ଆସିପାରେ ବୋଲି ସମ୍ଭାବନା କରାଯାଉଛି । ତେବେ ଆସନ୍ତୁ ଜାଣିବା ଏହି ଦମଦାର ଫୋନ୍ ସମ୍ପର୍କରେ ଡିଟେଲରେ । ଯାହାଦ୍ବାରା ଆପଣ ଏହାର ସ୍ପେସିଫିକେସନ୍ସ ଓ ଫିଚର୍ସ ବିଷୟରେ ଭଲଭାବେ ଜାଣିପାରିବେ ।

ସ୍ପେସିଫିକେସନ୍ସ

ରିୟଲମି ଜିଟି ୩ ୨୪୦ୱାଟରେ 144Hz ରିଫ୍ରେସ ରେଟ ସହିତ ୬.୭୪ ଇଞ୍ଚ୍ AMOLED ଡିସପ୍ଲେ ରହିଛି । ଏଥିରେ ଫ୍ରଣ୍ଟ କ୍ୟାମେରା ପାଇଁ ଏକ ସେଣ୍ଟରର୍ଡ ପଞ୍ଚ୍ ହୋଲ ରହିଛି । Realme GT 3 240W କ୍ବାଲକମ୍ ସ୍ନାପଡ୍ରାଗନ ୮+ ଜେନ୍ ୧ ପ୍ରୋସେସର ଦ୍ବାରା ସଞ୍ଚାଳିତ ରହିଛି । ଏହା ୧୬ଜିବି ପର୍ଯ୍ୟନ୍ତ LPDDR5X RAM ଏବଂ ୧ଟିବି ପର୍ଯ୍ୟନ୍ତ UFS 3.1 ଷ୍ଟୋରେଜ ସପୋର୍ଟ ସହିତ ପାୱାରଫୁଲ ମେମୋରୀ ଏବଂ ଷ୍ଟୋରେଜ ଅପ୍ସନ ପ୍ରଦାନ କରିଥାଏ ।

କ୍ୟାମେରା

ରିୟଲମି ଜିଟି ୩ ୨୪୦ୱାଟ୍ ଆଣ୍ଡ୍ରଏଡ ୧୩ ଅପରେଟିଙ୍ଗ ସିଷ୍ଟମରେ ଆଧାରିତ Realme UI 4.0 ରେ ଚାଲିଥାଏ । ଏଥିରେ ଓଆଇଏସ ସହିତ 50MP Sony IMX890 ସେନ୍ସର, ୮ଏମପି ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ ଏବଂ 2MP ମାଇକ୍ରୋସ୍କୋପ ଲେନ୍ସ ଦିଆଯାଇଛି । ସେଲଫି ପାଇଁ ୧୬ମେଗାପିକ୍ସେଲ ଫ୍ରଣ୍ଟ ସେନ୍ସର କ୍ୟାମେରା ରହିଛି ।

ବ୍ୟାଟେରୀ

Realme GT 3 240W ରେ ସୁପରଭୁକ ଚାର୍ଜିଙ୍ଗ ସପୋର୍ଟ ସହିତ ୪୬୦୦ ମାହ ଦମଦାର ବ୍ୟାଟେରୀ ରହିଛି । ଫୋନର ଡାଇମେନସନ 163.85×75.75×8.9mm ରହିଛି ଏବଂ ଏହାର ଓଜନ ୧୯୯ ଗ୍ରାମ ରହିଛି । ଫୋନରେ ଡଲବି ଏଟମସ୍ ଅଡିଓ ସହିତ ଷ୍ଟିରିୟ ସ୍ପିକର, ଗୋଟେ ଟାଇପ ସି ପୋର୍ଟ ସହିତ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି । ତେବେ ଏହାର ଦାମ୍ କେତେ ରହିବ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.