ଲଞ୍ଚ ହେଲା Realme Narzo 70 Pro 5G ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ଦାମ୍‌

ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ କ୍ରିଏଟିଭ୍ ଏୟାର ଗେଷ୍ଚର୍ କଣ୍ଟ୍ରୋଲ୍ ଭଳି ଫିଚର ରହିଛି । ଏହି ଫିଚରର ବିଶେଷ କଥା ହେଉଛି ଯେ ଫୋନ୍ କୁ ଟଚ୍‌ ନକରି ମଧ୍ୟ ଆପଣ ନିଜ ଫୋନ୍ ସ୍କ୍ରିନକୁ କଣ୍ଟ୍ରୋଲ କରିପାରିବେ ।

Realme ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ମିଡ୍‌ ରେଞ୍ଜ୍ ଫୋନ୍ Realme Narzo 70 Pro 5G ଲଞ୍ଚ କରିଛି । ଏହି ଲାଟେଷ୍ଟ ଫୋନରେ ଆପଣ ୬୫ ପ୍ରତିଶତ କମ୍ ବ୍ଲୋଟୱେୟାର ଆପ୍ ଦେଖିବାକୁ ପାଇବେ । ବ୍ଲୋଟୱେୟାର ଆପ୍ସ ହେଉଛି ସେହି ଆପ୍ ଯାହା ଫୋନରେ ପୂର୍ବରୁ ଥାଏ । ଅର୍ଥାତ ଏହି ଆପ୍ ଗୁଡ଼ିକ କମ୍ପାନୀ ଦ୍ୱାରା ଫୋନରେ ପ୍ରି-ଇନଷ୍ଟଲ୍ ହୋଇଥାଏ ।

ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ କ୍ରିଏଟିଭ୍ ଏୟାର ଗେଷ୍ଚର୍ କଣ୍ଟ୍ରୋଲ୍ ଭଳି ଫିଚର ରହିଛି । ଏହି ଫିଚରର ବିଶେଷ କଥା ହେଉଛି ଯେ ଫୋନ୍ କୁ ଟଚ୍‌ ନକରି ମଧ୍ୟ ଆପଣ ନିଜ ଫୋନ୍ ସ୍କ୍ରିନକୁ କଣ୍ଟ୍ରୋଲ କରିପାରିବେ । ତେବେ ଏହି ଫୋନ୍‌ କିଣିବା ପାଇଁ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଆସନ୍ତୁ ଜାଣିବା ।

ଏହି Realme ସ୍ମାର୍ଟଫୋନର ଦୁଇଟି ଭାରିଆଣ୍ଟ ଲଞ୍ଚ କରାଯାଇଛି । ୮ GB RAM ସହିତ ୧୨୮ GB ଷ୍ଟୋରେଜ୍ ଥିବା ଭାରିଆଣ୍ଟର ମୂଲ୍ୟ ୧୮ ହଜାର ୯୯୯ ଟଙ୍କା । ଅନ୍ୟ ପଟେ ୮ GB RAM ସହିତ ୨୫୬ GB ଷ୍ଟୋରେଜ୍ ଥିବା ମଡେଲ୍ ର ଦାମ୍‌ ୧୯,୯୯୯ ଟଙ୍କା । ଲଞ୍ଚ ଅଫର ବିଷୟରେ କହିବାକୁ ଗଲେ ଫୋନ୍ ସହିତ ଆପଣ ୨୨୯୯ ଟଙ୍କା ମୂଲ୍ୟର ମାଗଣା Realme Buds T300 ପାଇବେ । ଏହି ଫୋନକୁ ଆପଣ Realmeର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଆମାଜନରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.