ପୁଣି ଜିଓ ଆଣିଲା ଧମାକେଦାର ଅଫର, ୨୯୯ ଟଙ୍କାରେ ପାଇବେ ୧୦ହଜାର ପର୍ଯ୍ୟନ୍ତ ଫାଇଦା, ରହିଛି କିଛି ସର୍ତ୍ତ

ନୂଆଦିଲ୍ଲୀ : ରିଲାଆନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଲଗାତାର ନୂଆ ଅଫର ଆଣିବାରେ ଲାଗିଛି। ଏବେ ମଧ୍ୟ ସବୁ ଟେଲିକମ କମ୍ପାନୀ ମଧ୍ୟରେ ଜିଓ ହିଁ ସବୁଠାରୁ ଅଧିକ ଲାଭଯୁକ୍ତ ପ୍ଳାନ୍ସ ଗ୍ରାହକଙ୍କୁ ଯୋଗାଉଛି। ଜିଓ ନିଜର ସେହି ଗ୍ରାହକଙ୍କ ପାଇଁ ଧମାକେଦାର ଅଫର ଆଣିଛି ଯେଉଁମାନେ ଭିଭୋ ଭି୧୫ ଏବଂ ଭି୧୫ ପ୍ରୋ କିଣିବାକୁ ଯାଉଛନ୍ତି। କମ୍ପାନୀ ଏହି ହ୍ୟାଣ୍ଡସେଟ କିଣିବା ଦ୍ବାରା ୧୦ ହଜାର ଟଙ୍କାର ଫାଇଦା ଯୋଗାଉଛି। ଖାସ କଥା ହେଉଛି ମାତ୍ର ୨୯୯ ଟଙ୍କାରେ ଏହି ଅଫରର ଫାଇଦା ଉଠାଇ ପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ଅଫର ଫାଇଦା ନୂଆ ଏବଂ ପୁରୁଣା ଉଦ୍ଭୟ ଗ୍ରାହକ ଉଠାଇପାରିବେ।
Buy now, #VivoV15 32MP Pop-up Selfie Camera. Enjoy benefits worth ₹10000/- & upto 3.3TB Data with Jio. T&C: https://t.co/irza6DjcDc pic.twitter.com/9KZyWF4833
— Reliance Jio (@reliancejio) April 10, 2019
କିପରି ଉଠାଇବେ ଅଫର ଫାଇଦା
ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ ଭିଭୋ ଭି୧୫ ଏବଂ ଭି୧୫ ପ୍ରୋ ସହ ୨୯୯ ଟଙ୍କାର ପ୍ଳାନ ନେବାକୁ ପଡିବ। ଏହି ରିଚାର୍ଜ ସହ ଗ୍ରାହକ ୧୦ ହଜାର ଟଙ୍କା କ୍ୟାସବ୍ୟାକ୍ ପାଇଁ ଯୋଗ୍ୟ ହେବେ। କମ୍ପାନୀ ନିଜ ଗ୍ରାହକଙ୍କୁ ଏନେଇ ବିଭିନ୍ନ ପ୍ରକାରର କ୍ୟାସବ୍ୟାକ୍ କୁପନ ଦେବ। ଜିଓ ତରଫରୁ ସମୁଦାୟ ୪୦ଟି କୁପନ କୋର୍ଡ ଦିଆଯିବ। ଯାହାକୁ ଗ୍ରାହକ ପ୍ରତିଥର ରିଚାର୍ଜ ସମୟରେ ବ୍ୟବହାର କରିପାରିବେ। ଏହି ସମୁଦାୟ ୬୦୦୦ଟଙ୍କାର ରହିଥିବା ବେଳେ ୪୦୦୦ ଟଙ୍କାର ସପିଂ କୁପନ ମିଳିବ।