ବଡ଼ କାମରେ ଆସିବ ପୁରୁଣା ଫୋନ
କ'ଣ ଆପଣ ବି ନୂଆ ଫୋନ କିଣୁଛନ୍ତି କି? ଏହାକୁ କିଣିବା ପରେ ଆପଣଙ୍କ ପୁରୁଣା ଫୋନକୁ କଣ କରିବେ ଭାବୁଛନ୍ତି କି ? ବଡ଼ କାମରେ ଆସିବ ଏହି ଅକାମୀ ଫୋନ୍। ଆଜି ଆମେ ଆପଣଙ୍କୁ କହିବୁ ଏହାକୁ ନେଇ କିଛି ଖାସ ଉପାୟ। ଯାହାଦ୍ୱାରା ଆପଣ ନିଜ ପୁରୁଣା ଫୋନର ସଠିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା..

ସାଧାରଣ ଭାବେ ଅନେକ ନୁୂଆ ଫୋନ କିଣିବା ପରେ ନିଜ ପୁରୁଣା ଫୋନକୁ ଅନ୍ୟ କାହାକୁ ଦେଇ ଦିଅନ୍ତି ବ୍ୟବହାର କରିବା ପାଇଁ। ଆଉ ଅନେକ ତ ଏକ୍ସଚେଞ୍ଜ ଅଫର ଥିଲେ ଏହାକୁ ବଦଳାଇ ଦିଅନ୍ତି। କିନ୍ତୁ ଏହି ପୁରୁଣା ଫୋନ ଆପଣଙ୍କ ଅନେକ କାମରେ ଆସିପାରିବ। କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଏହି ଭିଡ଼ିଓ ଦେଖନ୍ତୁ.. ଏମିତିରେ ଆପଣ ନିଜ ପୁରୁଣା ଫୋନର ସଠିକ ବ୍ୟବହାର କରିପାରିବେ।
କ’ଣ ଆପଣ ବି ନୂଆ ଫୋନ କିଣୁଛନ୍ତି କି? ଏହାକୁ କିଣିବା ପରେ ଆପଣଙ୍କ ପୁରୁଣା ଫୋନକୁ କଣ କରିବେ ଭାବୁଛନ୍ତି କି ? ବଡ଼ କାମରେ ଆସିବ ଏହି ଅକାମୀ ଫୋନ୍। ଆଜି ଆମେ ଆପଣଙ୍କୁ କହିବୁ ଏହାକୁ ନେଇ କିଛି ଖାସ ଉପାୟ। ଯାହାଦ୍ୱାରା ଆପଣ ନିଜ ପୁରୁଣା ଫୋନର ସଠିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା..
ଫୋନ ଏବେ ଆମ ଜୀବନର ଏକ ପ୍ରଧାନ ଅଂଶ ବନିଯାଇଛି । ଏହାଦ୍ୱାରା ଆମେ ବହୁ ଜରୁରୀ କାମ ମଧ୍ୟ କରିଥାଉ । ହେଲେ କିଛି ସମୟ ପରେ ଏହାକୁ ବଦଳାଇବାକୁ ପଡିଥାଏ । ହେଲେ ଏହି ଫୋନକୁ ଆମେ ଅକାମୀ ଭାବେ ଘରେ ଫିଙ୍ଗି ଦେଇଥାଉ । ହେଲେ ଏହି ଫୋନକୁ ଫିଙ୍ଗିବା ପରିବର୍ତ୍ତେ ଏହାକୁ ଭଲ କାମରେ ଲଗାଇ ପାରିବେ । ଆଜି ଆମେ ଏଥିପାଇଁ କିଛି ଟିପ୍ଦ ଦେବୁ ଯାହାକୁ ବ୍ୟବହାର କରି ଆପଣ ଏହି ଅକାମୀ ଫୋନକୁ ବ୍ୟବହାର କରିପାରିବେ ।
କ୍ୟାମେରା ଭାବେ କରିପାରିବେ ବ୍ୟବହାର:
ଯଦି ଆପଣଙ୍କ ପୁରୁଣା ଫୋନର କ୍ୟାମେରା ଭଲ ଅଛି,ତାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ଲେ ଷ୍ଟୋର ବା ଏପ୍ ଷ୍ଟୋରରୁ କିଛି ବି ଡେଶ କ୍ୟାମେରା ଆପ୍ ଡାଉନଲୋଡ କରିପାରିବେ ଓ ଏହାକୁ ପୁରୁଣା ଫୋନରେ ମାଉଣ୍ଟ କରିବା ପାଇଁ ଆପଣଙ୍କ ଫୋନରେ ଫୋନ୍ ହୋଲ୍ଡର ବ୍ୟବହାର କରନ୍ତୁ । ଏହାର ସହାୟତାରେ ସଡକ ଦୁର୍ଘଟଣା ବା କିଛି ଅନିଶ୍ଚିତ ସ୍ଥିତିରେ ଫସିବାରୁ ବଂଚି ପାରିବେ ।
ଷ୍ଟୋରେଜ ଡିଭାଇସ ଭଳି କରନ୍ତୁ ବ୍ୟବହାର:
ନିଜର ପୁରୁଣା ଫୋନକୁ ଷ୍ଟୋରେଜ ଡିଭାଇସ ଭାବେ ବ୍ୟବହାର କରିପାରିବେ । ବାସ ଆପଣଙ୍କ ଫଟୋ ଭିଡିଓ,ଫାଇଲ ବା ଅନ୍ୟ କିଛି ଡାଟା ଆପଣଙ୍କ ପୁରୁଣା ଫୋନକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତ ଆପଣ ଏହାକୁ ପୋଟେବଲ ଡ୍ରାଇଭ ଭାବେ ବ୍ୟବହାର କରିପାରିବେ ।
ପୁରୁଣା ଡିଭାଇସକୁ ଏକ୍ସେଞ୍ଜ କରିପାରିବେ:
ଆପଣ ଆମାଜନ, ଫ୍ଲିପକାର୍ଟ, ଟାଟା କ୍ଲିକ ବା ଅନ୍ୟ କୌଣସି ଆପଣଙ୍କ ପୁରୁଣା ଫୋନକୁ ବଦଳାଇ ନୂଆ ଫୋନ କିଣି ପାରିବେ । ବିଶେଷକରି ପୂଜା ପାର୍ବଣ ସମୟରେ ଏହାକୁ ବଦଳାଇ ନୂଆ ଫୋନ କିଣିବାରେ କିଛି ଲାଭ ପାଇପାରିବେ ।
ନ୍ୟାଭିଗେସନ ଡିଭାଇସ:
ଯଦି ଆପଣଙ୍କ ପୁରୁଣା ଡିଭାଇସ ଅଛି,ତେବେ ଏହାକୁ ଆପଣ ନ୍ୟାଭିଗେସନ ଡିଭାଇସ ଭାବେ ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ନୂଆ ଫୋନର ବ୍ୟାଟେରୀ ଶେଷ ହେବ ନାହିଁ । ଏଥିସହ କାର୍ ବା ବାଇକରେ ଲଗାଇ ଗୁଗୁଲ ମ୍ୟାପର ଉପଯୋଗ କରିପାରିବେ ।