Below header

ଏବେ ମୋବାଇଲ୍‌ ଦେବ ସୁରକ୍ଷା, ଜାଣନ୍ତୁ କେମିତି

ସ୍ମାର୍ଟଫୋନ୍‌ ଏବେ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉନାହିଁ ବରଂ ସବୁ କାମ ଏବେ ସ୍ମାର୍ଟଫୋନ୍‌ ଦ୍ୱାରା କରାଯାଇପାରୁଛି। କୁଆଡ଼େ ବୁଲିବାକୁ ଯିବାକୁ ଗାଡ଼ି ବୁକ୍‌ କରିବା ହେଉ ବା ଖାଇବା ପାଇଁ ଭଲ ରେସ୍ତୋରାଁ ଖୋଜିବାକୁ, ସବୁକାମ ସ୍ମାର୍ଟଫୋନ୍‌ରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ହୋଇପାରୁଛି। ତେବେ କେବଳ କାମ ପାଇଁ ବ୍ୟବହାର କରାଯାଉଥିବା ସ୍ମାର୍ଟଫୋନ୍‌ ଏବେ ଆପଣଙ୍କୁ ସୁରକ୍ଷା ମଧ୍ୟ ଯୋଗାଇବ। କୌଣସି ଅସୁବିଧା ବା ଜଟିଳ ପରିସ୍ଥିତିରେ ଫୋନ୍‌ ଆମକୁ ସୁରକ୍ଷା ଦେବ। ଆସନ୍ତୁ ଜାଣିବା ସୁରକ୍ଷିତ ରହିବା ପାଇଁ କେଉଁ ଆପ୍‌ ଡାଉନ୍‌ଲୋଡ୍‌ କରିବେ ଆପଣ:

ବି ସେଫ୍‌

ଏହି ଆପ୍‌ରେ ଆପଣ ପରିବାର, ବନ୍ଧୁବାନ୍ଧବଙ୍କ ସହ ଏକ ସୁରକ୍ଷିତ ନେଟ୍‌ଓ୍ଵାର୍କ ତିଆରି କରିପାରିବେ। ଏହି ଆପ୍‌ରେ ଭଏସ୍‌ ଆଲାର୍ମ ଆକ୍ଟିଭିସନ୍‌, ଲାଇଭ୍‌ ଷ୍ଟ୍ରିମିଂ ଏବଂ ଅଟୋମେଟିକ ଅଡିଓ-ଭିଡିଓ ରେକର୍ଡିଂ ଭଳି ଆବଶ୍ୟକୀୟ ଫିଚର ରହିଛି। ଯାହା ସାହାଯ୍ୟରେ ଆପଣଙ୍କ ନେଟ୍‌ଓ୍ଵାର୍କରେ ଥିବା ଲୋକେ ଆପଣଙ୍କ ଗତିବିଧି ଉପରେ ନଜର ରଖିପାରିବେ। ଫୋନ୍‌କୁ ଟଚ୍‌ ନ କରି ମଧ୍ୟ ଭଏସ୍‌ ଦ୍ୱାରା ଆପଣ ନିଜ ଅବସ୍ଥା ସମ୍ପର୍କରେ ପରିବାରକୁ ଜଣାଇପାରିବେ।

ରକ୍ଷା

ମହିଳା ଏବଂ ଯୁବତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ରକ୍ଷା ଆପ୍‌ ନିର୍ମିତ ହୋଇଛି। ଏଥିରେ ପ୍ରଥମେ ଆପଣଙ୍କୁ ଏମରଜେନ୍ସି କନ୍‌ଟେକ୍ସଟ୍‌ ଚୟନ କରିବାକୁ ହେବ। ଏହା ପରେ ଯେକୌଣସି ପରିସ୍ଥିତିରେ ଆପ୍‌ର ବଟନ୍‌ ଦବାଇ ସ୍ମାର୍ଟଫୋନ୍‌କୁ ହଲାଇ ବା ଭଏସ୍‌ କମାଣ୍ଡ ଦେଇ ଆଲର୍ଟ ପଠାଇପାରିବେ। ଏହି ଆପ୍‌ରେ ଆଉ ଏକ ଫିଚର ମଧ୍ୟ ରହିଛି ଯାହା ସାହାଯ୍ୟରେ ଆପଣଙ୍କ ଲୋକେସନ୍‌ ଅନୁସାରେ ଆଖପାଖରେ ଥିବା ଥାନାକୁ ମଧ୍ୟ ଆପଣ ବିପଦରେ ଥିବା ସୂଚନା ମିଳିଯିବ।

ଏଥିସହ ପଢ଼ନ୍ତୁ: କ୍ୟାନ୍‌ସର ସହ ଏସବୁ ରୋଗକୁ ମାତ୍‌ ଦେବ ପାନମଧୁରୀ

ହିମ୍ମତ ପ୍ଲସ୍‌

ଦିଲ୍ଲୀ ପୁଲିସ ଦ୍ୱାରା ମହିଳାଙ୍କ ସୁରକ୍ଷା ପାଇଁ ହିମ୍ମତ ଆପ୍‌ର ଲଞ୍ଚ କରାଯାଇଛି। ଯଦି ଆପଣ ଦିଲ୍ଲୀ ବାସିନ୍ଦା ତେବେ ଏହି ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ନିଜ ବିଷୟରେ ସମସ୍ତ ତଥ୍ୟ ରେଜିଷ୍ଟର କରନ୍ତୁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ଆଲର୍ଟ ପଠାଇବା ପରେ ଆପଣଙ୍କ ଲାଇଭ ଲୋକେସନ୍‌ ଓ ଡିଭାଇସ୍‌ର ତଥ୍ୟ ସହ ଅଡିଓ ଭିଡିଓ ଫିଡ୍‌ ସିଧା ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଚାଲିଯିବ। ଫଳରେ ନିକଟରେ ଥିବା ଥାନା ପୁଲିସ ତୁରନ୍ତ ଆପଣଙ୍କୁ ଉଦ୍ଧାର କରିପାରିବେ।

ମାଇ ସେଫ୍ଟିପିନ୍‌

ମାଇ ସେଫ୍ଟିପିନ୍‌ ଆପ୍‌ ସାହାଯ୍ୟରେ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରାଯାଇ ସୁରକ୍ଷା ଯୋଗାଯାଏ। ଏହି ଆପ୍‌ରେ ଆପଣଙ୍କୁ କିଛି ଜରୁରୀ କଣ୍ଟ୍ରାକ୍ସ ଏବଂ ବନ୍ଧୁଙ୍କୁ ସିଲେକ୍ଯ କରିବାକୁ ହେବ, ଯେଉଁମାନେ ଅସୁବିଧା ବେଳେ ସାହାଯ୍ୟ କରିପାରିବେ।

ଏହି ଆପ୍‌ର ଖାସ୍‌ ଫିଚର ହେଉଛି, ଯାତ୍ରା କରିବା ପୂର୍ବରୁ ଉକ୍ତ ସ୍ଥାନ ସୁରକ୍ଷିତ କି ଅସୁରକ୍ଷିତ, ସେ ସମ୍ବନ୍ଧରେ ଏହା ସୂଚନା ଦେବ। ଫଳରେ ଅସୁରକ୍ଷିତ ଜାଗାକୁ ଯିବା ପୂର୍ବରୁ ଆପଣ ନିଜ ପରିବାର ଓ ବନ୍ଧୁଙ୍କୁ ଜଣାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.