Below header

ଆପଣ ଏହି ସମୁଦ୍ରରେ ବୁଡ଼ିବେ ନାହିଁ, ନିଆରା ଅନୁଭବ ଦେବ ‘ମୃତ ସାଗର’

ପାଣିରେ ବୁଡ଼ି ଆତ୍ମହତ୍ୟା କରିବା ବହୁତ ସହଜ। କାହିଁକି ନା, ଯଦି ଜଣେ ପାଣିକୁ ଡେଇଁବ, ତା’ହେଲେ ସେ ସଙ୍ଗେ ସଙ୍ଗେ ବୁଡ଼ିଯିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସମୁଦ୍ର ବିଷୟରେ କହିବାକୁ ଯାଉଛୁୁ, ଯେଉଁଠି ଜଣେ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ମଧ୍ୟ ସେ ମରି ପାରିବ ନାହିଁ। ହଁ, ଆପଣ ଏହାକୁ ପଢ଼ନ୍ତୁ! ଇସ୍ରାଏଲ ଏବଂ ଜୋର୍ଡାନ ସୀମାରେ ରହିଛି ଏହି ସମୁଦ୍ର। ଏହାକୁ ପୃଥିବୀର ସବୁଠାରୁ କମ୍‌ ଉଚ୍ଚତା ଥିବା ସମୁଦ୍ର ଭାବେ ଗଣାଯାଇଥାଏ। ସମୁଦ୍ରର ନାଁ ‘ଡେଡ୍‌ ସି’। ଏହାର ପାଣି ମଧ୍ୟ ସବୁଠାରୁ ଲୁଣିଆ, ଯେଉଁଥିପାଇଁ କୌଣସି ପଶୁପକ୍ଷୀ କିମ୍ବା ବୃକ୍ଷଲତା ଏଠାରେ ବିକଶିତ ହୋଇପାରନ୍ତି ନାହିଁ।

ଏହାସହ ପଢନ୍ତୁ: ଏଠି କ୍ଷୀର ବିକିବା ‘ପାପ’, କେହି ବି ପଡ଼ିପାରନ୍ତି ମୃତ୍ୟୁ ମୁଖରେ

‘ମୃତ ସାଗର’ ଭୂମି ଉପରେ ରହିଛି। ଏଥିରେ ଏତେ ମାତ୍ରାରେ ଲବଣ ଥାଏ ଯେ କେହି ଏହାକୁ ପାଟିରେ ବି ନେଇପାରନ୍ତି ନାହିଁ। ସମୁଦ୍ର ପାଣିରେ ପଶିଲେ କିମ୍ବା ଡେଇଁଲେ, ଶରୀରର ଅଧା ଭାଗ ଉପରେ ଭାସିଥାଏ। ତେବେ ଏହା ପଛରେ ରହିଛି ଏକ ବୈଜ୍ଞାନିକ କାରଣ। ତେଣୁ ଯେତେବେଳେ ବ୍ୟକ୍ତିର ଅଧା ଭାଗ ଶରୀର ପାଣି ଉପରେ ରହିଥାଏ, ତାଙ୍କ ବୁଡ଼ିବା ସମ୍ଭାବନା ଆଦୌ ନ ଥାଏ। ଏହା ଲୋକପ୍ରିୟ ପଯ୍ୟର୍ଟନସ୍ଥଳୀ। ବାସ୍ତବରେ, ପଯ୍ୟର୍ଟକଙ୍କୁ ଏଥିରେ ଭାସିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ। କୁହାଯାଏ କି, ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.