ଭାରତରେ ଲଞ୍ଚ ହେଲା ୩ଟି ସବୁଠୁ ଶସ୍ତା ସ୍ମାର୍ଟ ଟିଭି, ଜାଣନ୍ତୁ ଦାମ୍‌ ଓ ଫିଚର

ଭାରତରେ KODAK ବ୍ରାଣ୍ଡ ଲାଇସେସି ସୁପର ପ୍ଲଷ୍ଟ୍ରାନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (SPPL) ତିନୋଟି ନୂଆ ସ୍ମାର୍ଟ ଟିଭି ଲଞ୍ଚ କରିଛି। ତିନୋଟି ଯାକ ଟିଭି 4K ସ୍ମାର୍ଟ ଟିଭି ମଡେଲର। ଏହି ମଡେଲ ଗୁଡିକର ନାଁ Kodak 43 4KXPRO, Kodak 50 4KXPRO, Kodak 55 4KXPRO ଥିବା ବେଳେ ଦାମ୍‌ ଯଥାକ୍ରମେ ୨୨,୪୯୯ ଟଙ୍କା, ୨୭,୯୯୯ ଟଙ୍କା ଓ ୩୧,୯୯୯ ଟଙ୍କା ରହିଛି। ଏହି ତିନୋଟି ମଡେଲ ସେପ୍ଟେମ୍ବର ୧ ତାରିଖଠାରୁ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ପ୍ରାରମ୍ଭିକ ଭାବେ ଏହି ମୂଲ୍ୟ ରହିବ। ମାତ୍ର ପରେ ଏହାର ଦାମ୍‌ ଯଥାକ୍ରମେ ୨୨,୯୯୯ ଟଙ୍କା, ୨୮,୪୯୯ ଟଙ୍କା ଏବଂ ୩୨,୯୯୯ ଟଙ୍କା ହେବ।

kodak2

କଣ ରହିଛି ଫିଚର

Kodak 43 4KXPRO, Kodak 50 4KXPRO, Kodak 55 4KXPRO ର ସ୍କ୍ରିନ୍‌ ଆକାର ଯଥାକ୍ରମେ ୪୩ ଇଞ୍ଚ, ୫ଠ ଇଞ୍ଚ, ୫୫ ଇଞ୍ଚ ରହିଛି। ତିନୋଟି ଟିଭିର ମଡେଲରେ IPS ପ୍ୟାନେଲ, 4K ରିଜଲ୍ୟୁସନ୍‌ (୩୮୪୦X ୨୧୬୦), ୫ଠଠଠଠଠ:୧ କଣ୍ଟ୍ରାଷ୍ଟ ରେସିଓ, ୫ଠଠnits (43 4KXPRO:450 nits)ବ୍ରାଇଟ୍‌ନେସ୍‌ ଏବଂ HDR10 ଦିଆଯାଇଛି। ସେହିପରି ୪୩ ଇଞ୍ଚରେ LG ର ପ୍ୟାନେଲ ଏବଂ ୫ଠ-୫୫ ଇଞ୍ଚରେ ସାମସଙ୍ଗର ପ୍ୟାନେଲ ରହିଛି।

ଏଥିସହ ପଢ଼ନ୍ତୁ: ଶସ୍ତାରେ ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, Tecno Spark ଲଞ୍ଚ କଲା ଦୁଇଟି ସ୍ମାର୍ଟଫୋନ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ଏଥିସହ ଟିଭିରେ କ୍ୱାର୍ଡକୋର୍‌ A53 CPU, Mail-450MP, multicore GPU, 1G RAM, 8GB ଷ୍ଟୋରେଜ ରହିଛି। ଏହି ତିନୋଟି ଟିଭିରେ ଡିଜିଟାଲ ସରାଉଣ୍ଡ ସାଉଣ୍ଡ ଏବଂ 24 watt ଅଡିଓ ୟୁନିଟ୍‌, ଟୋଟାଲ ଭଲ୍ୟୁମ୍‌, ଡାଇନାମିକ ସରାଉଣ୍ଡ ଏବଂ ଫିଦର ସାଉଣ୍ଡ ସର୍ପୋଟ କରିବ। Kodakର ନୂଆ 4K ଟିଭି ମଡେଲ ଓପନ ସୋର୍ସ ଆଣ୍ଡ୍ରଏଡ 7.1 ଅପରେଟିଙ୍ଗ ସିଷ୍ଟମ୍‌ରେ ଚାଲିବ ଏଥିସହ ଅନ୍ୟ କେତେକ ପ୍ରିଲୋଡେଡ୍‌ ଆପ୍‌ ମଧ୍ୟ ଉପଲବ୍ଧ ହେବ। ଏଥିରେ ୟୁଟ୍ୟୁବ୍‌ ପାଇଁ 4K କଣ୍ଟେଣ୍ଟ ପ୍ଳେବ୍ୟାକ୍‌ ସର୍ପୋଟ ମଧ୍ୟ ରହିଛି।

କନେକ୍ଟିଭିଟି ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଟିଭିରେ HDMI ପୋର୍ଟ, ଦୁଇଟି USB ପୋର୍ଟ, Wi-Fi, RJ45 ଇଥରନେଟ୍‌ ପୋର୍ଟ ଦିଆଯାଇଛି। ସେହିପରି ଟିଭିରେ ୪୮ଟି ଭାଷାର କଣ୍ଟେଣ୍ଟ ମଧ୍ୟ ସପୋର୍ଟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.