୭ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସାମସଙ୍ଗର ଏହି ସ୍ମାର୍ଟଫୋନ, ଗ୍ରାହକଙ୍କୁ ମିଳିବ S-PEN ସପୋର୍ଟ

ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଟେକ କମ୍ପାନୀ ସାମସଙ୍ଗ ନିଜର ଏକ ମିଡ଼ରେଣ୍ଟ ସ୍ମାର୍ଟଫୋନର ଦର କମାଇ ଦେଇଛି । କମ୍ପାନୀ ନିଜ Samasung Galaxy Note 10 Lite ମୂଲ୍ୟ ପାଖାପାଖି ୨୦୦୦ ଟଙ୍କା କମାଇ ଦେଇଛି । ଏଥିରେ ଗ୍ରାହକଙ୍କୁ ଏକ ପେନର ସପୋର୍ଟ ବି ମିଳିପାରିବ । ୟୁଜର ମାନେ ଏବେ Galaxy Note 10 Lite ସ୍ମାର୍ଟ ଫୋନକୁ ୩୭୯୯୯ ଟଙ୍କାରେ କିଣି ପାରିବେ । ଯେବେକି ପୂର୍ବରୁ ଏହାର ଦର ୩୯୯୯୯ ଟଙ୍କା ରହିଥିଲା | ଏହି ଦରରେ ଆପଣ ମାନଙ୍କୁ ୬ ଜିବି ରାମ ବିଶିଷ୍ଟ ବ୍ୟାରିୟାଣ୍ଟର ଫୋନ ୩୭୯୯୯ ଟଙ୍କାରେ ମିଳି ଯାଇ ପାରିବ । ଯେବେକି ୮ ଜିବି ରାମ ବିଶିଷ୍ଟ ଫୋନ ପାଇଁ ୩୯୯୯୯ ଟଙ୍କା ଦେବାକୁ ପଡିବ । ଏମିତିରେ ୬ ଜିବି ରାମ ଭେରିୟାଣ୍ଟର ଇଫଏକ୍ଟିଭ ପ୍ରାଇଶସ ୩୨୯୯୯ ଟଙ୍କା ଓ ୮ ଜିବି ରାମ ଭେରିୟାଣ୍ଟର ଦର ୩୪୯୯୯ ଟଙ୍କା ରହିଛି ।

samsung new

କଣ ରହିଛି ସ୍ପେସିଫିକେସନ:

ଫୋନରେ ଗ୍ରାହକ ମାନଙ୍କୁ ଡୁଆଲ ସିମ ସପୋର୍ଟ ସହ ୬.୭ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସୁବିଧା ମିଳିଯାଇପାରିବ । ଏହାର ରିଜୋଲୁସନ ୧୦୮୦
X ୨୪୦୦ପିକସାଲ ପର୍ଯ୍ୟନ୍ତ ରହିବ । ଏହା ସହ ଏଥିରେ ଡିଷ୍ପ୍ଲେ ଇନଫିନିଟି ସମେତ ସୁପର ଏମୋଲେଡ଼ର ମଧ୍ୟ ସୁବିଧା ମାନ ରହିଛି । ଏସବୁ ବାଦ ଫୋନରେ ୨.୭ GHz ର Exynos 9810 ପ୍ରୋସେସର ସୁବିଧା ମଧ୍ୟ ରହିଛି । ଗ୍ରାହକ ମାନଙ୍କୁ ୮ ଜିବି ରାମ ଓ ୧୨୮ ଜିବି ପର୍ଯ୍ୟନ୍ତର ଷ୍ଟୋରେଜ ଫ୍ୟାସିଲିଟି ମଧ୍ୟ ସହଜରେ ମିଳିଯାଇପାରିବ ।

ଆଉ ମଧ୍ୟ ସାମସଙ୍ଗର ଏହି ସ୍ମାର୍ଟ ଫୋନରେ ପ୍ରଥମ ଲେନ୍ସ ୧୨ ମେଗା ପିକସଲ ରହିଛି । ଏହାସହ ଅପ୍ଟିକାଲ ଇମେଜ ସ୍ଟେବଲାଇଜେସନ ସପୋର୍ଟ ବି ମିଳିଯିବ । ଯେବେକି ଦ୍ଵିତୀୟ ଲେନ୍ସ ୧୨ ମେଗାପିକସଲର ଏକ ୱାଇଡ ଆଙ୍ଗଲ ଓ ୧୨ ମେଗପିକ୍ସଲ ଟେଲିଫୋଟୋ ଲେନ୍ସ ମଧ୍ୟ ରହିଛି । ଫୋନ ଟିର ସାମ୍ନା ପଟରେ ୩୨ ମେଗା ପିକସଲର ଏକ ସେଲ୍ଫି କ୍ୟାମେରା ମଧ୍ୟ ରହିଛି । ଆଉ ମଧ୍ୟ ଫୋନରେ 4500 mAh ବ୍ୟାଟେରୀ ରହିଛି | ଯାହା ସୁପର ଫାଷ୍ଟ ଚାରଜିଙ୍ଗ ସୁବିଧା ଯୋଗାଇବ । ଏହା ସିକ୍ୟୁରିଟି ଦୃଷ୍ଟିରୁ ଏଥିରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି । ପେନ ସହ ମଲ୍ଟିମିଡ଼ିଆ କଣ୍ଟ୍ରୋଲ, ପିକ୍ଚର କ୍ଲିକ ଏୟାର କମାଣ୍ଡ ମଧ୍ୟ ମିଳିବ । ଫୋନର ଓଜନ ୧୯୯ ଗ୍ରାମ ପର୍ଯ୍ୟନ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.