ମାର୍କେଟରେ ଧମାଲ କରିବ ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା, ଦୁନିଆର ଦ୍ୱିତୀୟ ୨୦୦ମେଗା ପିକ୍ସେଲର କ୍ୟାମ ସ୍ମାର୍ଟଫୋନ

ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା । ନାଁ ଆପଣ ପ୍ରଥମ ଶୁଣୁଛନ୍ତି । କାରଣ ଏହା ଏବେ ଏବେ ସାମନାକୁ ଆସିବାକୁ ଯାଉଛି । ଅଫିସିଆଲ ଲଞ୍ଚିଂ ପ୍‌ୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ ହିସାବରେ ସାମସଙ୍ଗର ଏହି ଫ୍ଲୋଗସିପ ଫୋନରେ ୨୦୦ମେଗାପିକ୍ସେଲର କ୍ୟାମେରା ଦେଖବାକୁ ମିଳିବ । ଯାହା ଆପଣଙ୍କ ଫଟୋର କ୍ୱାଲିଟିକୁ ଆହୁରି ବଢାଇଦେବ । ଏହି ଫିଚର୍ସର ସୂଚନା ସାମସଙ୍ଗ ଇଲେକ୍ଟ୍ରୋନିକ ମୋବାଇଲ ଏକ୍ସପିରିଏନ୍ସ ଡିଭିଜନ କନଫର୍ମ କରିଛନ୍ତି । ଯାହା ଏକ ମିଡିଆ ସୋର୍ସରୁ ଜଣାପଡିଛି ।

ଏହା ଛଡା ମୋଟୋରୋଲା ଏଜ ୩୦ଅଲଟ୍ରା ଗ୍ଲୋବଲ ମାର୍କେଟରେ ୮ଡିସେମ୍ବରକୁ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ୨୦୦ମେଗାପିକ୍ସେଲର କ୍ୟାମେରା ଦେଖିବାକୁ ମିଳିବ । ଏମିତିରେ ଯଦି ସାମସଙ୍ଗ ନିଜ ଫୋନ ଏବେ ଲଞ୍ଚ କରୁଛି ତେବେ ତାହା ଦୁନିଆର ଦ୍ୱିତୀୟ ୨୦୦ମେଗାପିକ୍ସେଲ କ୍ୟାମେରା ବାଲା ସ୍ମାର୍ଟଫୋନ ହେବ । ଯଦିଓ ଏହି ଦୌଡରେ ଜାଓମି ୧୨ଟି ପ୍ରୋ ମଧ୍ୟ ସାମିଲ ଅଛି । ଯାହା ୨୦୦ମେଗା ପିକ୍ସେଲର କ୍ୟାମେରା ଲଞ୍ଚ କରିବ । ତେବେ ଦ୍ୱିତୀୟ ନମ୍ବରର ୨୦୦ମେଗାପିକ୍ସେଲ କ୍ୟାମେରା ବାଲା ଫୋନ ଲଞ୍ଚ କରିବାରେ ସାମସଙ୍ଗ ଓ ଜାଓମି ମଧ୍ୟରେ ଟକ୍କର ହେବ । ଦୁଇଟି ଯାକ ଡିଭାଇସରେ ସାମସଙ୍ଗ ଆଇସୋସେଲ ଏଚ ପି ୱାନ ମୁଖ୍ୟ ସେନ୍ସରର ବ୍ୟବହାର ହେବ ।

ହଁ ଲିକ୍ସ ରିପର୍ଟରେ ସାମନାକୁ ଆସିଛି କି ସାମସଙ୍ଗ ଏସ ୨୩ ଅଲଟ୍ରାରେ ଏଚପି ୱାନ ସେନ୍ସର ସ୍ଥାନରେ ଆଇସେଲର ବ୍ୟବହାର କରାଯିବ । ରିପୋର୍ଟରେ ଦାବି କରାଯାଇଛି କି ଏଥିରେ ୧୨ମେଗାପିକ୍ସେଲର ଅଲଟ୍ରା ୱାଇଡ ଆଙ୍ଗେଲ ଲେନ୍ସର ବ୍ୟବହାର କରାଯିବ । ସାଥିରେ ୧୦ମେଗାପିକ୍ସେଲର ଟେଲିଫୋଟୋ ଲେନ୍ସ ସହ ୩ଏକ୍ସ ଅପ୍ଟିକଲ ଜୁମ ଦିଆଯାଇଛି । ଏଥିରେ ୧୦ ମେଗାପିକ୍ସେଲର ପେରିସ୍କୋପ ଜୁମ ଲେନ୍ସ ମଧ୍ୟ ଦିଆଯାଇଚି । ଯାହା ୧୦ଏକ୍ସ ଅପ୍ଟିକଲ ଜୁମ ସହ ଆସିଥାଏ ।

ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା ରେ ସ୍ନେପଡ୍ରାଗନ ୮ଜୈନ ୨ର ବ୍ୟବହାର କରାଯିବ ଏବଂ ଏହାକୁ ନଭେମ୍ବରରେ ଲଞ୍ଚ କରାଯିବ । ଏଥର ଦକ୍ଷିଣ କୋରିଆ କମ୍ପାନୀ ଏକ୍ସିନୋସ ଚିପସେଟର ବ୍ୟବହାର କରିଛି ।

ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରାରେ ୫୦୦୦ଏମଏଏଚ ର ବ୍ୟାଟେରୀ ଦେଖିବାକୁ ମିଳିବ । ଯାହା ସହ ୪୫ୱାଟର ଫାଷ୍ଟ ଚାର୍ଜିଂ ଦେଖିବାକୁ ମିଳିବ । ଏଥିରେ ୪୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦେଖିବାକୁ ମିଳିବ ।

ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରାର ନୂଆଁ ରିପୋର୍ଟ ବିଷୟରେ ଯଦି କୁହାଯାଏ ତେବେ ଏଥିରେ ଅଲଟ୍ରା ସୋନିକ ଫିଙ୍ଗର ପ୍ରିଣ୍ଟ ସ୍କାନର ମିଳିବ । ଯେଉିଁଥିରେ ବଡ ଆକାରର ସ୍କାନିଙ୍ଗ ଏରିଆ ମିଳିବ । ତେବେ ଏହା ଯେବେ ମାର୍କେଟକୁ ଆସିବ ଅନେକ କିଛି ସ୍ପେସିଫିକେସନ ଉପରେ ଆହୁରି ବି ପରଦା ହଟିବ ।

ତେବେ ଦର୍ଶକବନ୍ଧୁ କିଛି ନୂଆ ସେଟ ଆସିଲେ ଆମେ ନିଶ୍ଚୟ ଜାଣିବାକୁ ଚାହୁଁ ଯେ କଣ ସେହି ଜିନିଷର ଫିଚର୍ସ ଆଉ ସ୍ପେସିଫିକେସନ । ତେବେ ଅପେକ୍ଷା କରନ୍ତୁ ସାମସଙ୍ଗକୁ ଯାହା କେବେ ଆପଣ ଛୋଟ ବେଳେ ବହୁତ ଧରିଥିବେ । କିନ୍ତୁ ତାହା ଅନ୍ୟ ସେଟକୁ ପଛରେ ପକାଇ ଏବେ ଏକ ଧମାକେଦାର ନୂଆ ରୂପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.