SBI ଆଣିଲା କ୍ୟାସବ୍ୟାକ୍‌ କ୍ରେଡିଟ୍‌ କାର୍ଡ, ଏହି ଟ୍ରିକରେ କମାଇପାରିବେ ୬ ହଜାର ଟଙ୍କା

କ୍ରେଡିଟ କାର୍ଡର ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ ଖୁସି ଖବର। ଏସବିଆଇ କାର୍ଡ ନୂଆ ‘କ୍ୟାସବ୍ୟାକ ଏସବିଆଇ କାର୍ଡ’କୁ ଲଞ୍ଚ୍‌ କରିଛି। ଏହି କାର୍ଡ ଏବେ ୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଦେବ। ଖାସ୍‌ କଥା ହେଉଛି କାର୍ଡଧାରକଙ୍କୁ ବିନା କୌଣସି ମାର୍ଚାଣ୍ଟଙ୍କ ପ୍ରତିବନ୍ଧରେ ସମସ୍ତ ଅନଲାଇନ୍‌ ଖର୍ଚ୍ଚ ଉପରେ ୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ। ଏବେବି ମାର୍କେଟରେ ୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ଦେଉଥିବା କାର୍ଡ ରହିଛି, କିନ୍ତୁ ସେଗୁଡିକରେ କୌଣସି ନା କୌଣସି ପ୍ରତିବନ୍ଧକ ଲଗା ହୋଇଥାଏ। ଯେମିତିକି ୫% କ୍ୟାସବ୍ୟାକ୍‌ ସେତେବେଳେ ମିଳିବ ଯେତେବେଳେ ଆପଣ କୌଣସି ଖାସ୍‌ ମାର୍ଚାଣ୍ଟରେ ଟ୍ରାନଜାକସନ୍‌ କରନ୍ତି। ଏସବିଆଇ କାର୍ଡରୁ କ୍ୟାସବ୍ୟାକ୍‌ ଅନଲାଇନ କିମ୍ବା ଅଫଲାଇନ୍‌ ଉଭୟ ପ୍ରକାରର କ୍ରୟ ଉପରେ ମିଳିବ। ଏହି କାର୍ଡରେ ଏତେ କ୍ୟାସବ୍ୟାକ୍‌ ମିଳିବ ଯେ ଆପଣ ବର୍ଷକୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ।

ଏମିତି କରିବେ ଆପ୍ଲାଏ

SBI କାର୍ଡ ଜଣାଇଛି ଯେ ଟିୟର-୨ ଏବଂ ଟିୟର-୩ ସହର ସମେତ ପୂରା ଭାରତର କଷ୍ଟମର ଡିଜିଟାଲ ଆପ୍ଲିକେସନ ପ୍ଲାଟଫର୍ମ ‘ଏସବିଆଇ କାର୍ଡ ସ୍ପ୍ରିଣ୍ଟ’ ଦ୍ୱାରା ଘରେ ବସି କ୍ୟାସବ୍ୟାକ୍‌ କ୍ରେଡିଟ୍‌ କାର୍ଡ ପାଇଁ ଆପ୍ଲାଏ କରିପାରିବେ।

କାର୍ଡର ଫିସ୍‌ କେତେ ହେବ ଜାଣନ୍ତୁ

କାର୍ଡର ଫିସ ଏସବିଆଇ ସ୍ପେଶାଲ ଅଫର ଅନୁଯାୟୀ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଫ୍ରି ରଖାଯାଇଛି। ଏହାପରେ ଗୋଟେ ବର୍ଷ ପାଇଁ କାର୍ଡର ରିନ୍ୟୁଆଲ ଫିସ ୯୯୯ ଟଙ୍କା ହେବ। ସେହିପରି ଯଦି ଆପଣ ବର୍ଷ ସାରା ଏହି କାର୍ଡରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଦିଅନ୍ତି ତାହେଲେ ଆପଣଙ୍କୁ ଏହି କାର୍ଡରେ ରିନ୍ୟୁଆଲ ଫିସ୍‌ ବି ଦେବାକୁ ପଡିବନାହିଁ।

କେତେ ଟଙ୍କା ଆସିବ କ୍ୟାସବ୍ୟାକ୍‌

କମ୍ପାନୀ ଅନୁଯାୟୀ କଣ୍ଟାକ୍ଟଲେସ୍‌ କାର୍ଡ ପ୍ରଥମେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ପେଶାଲ ଅଫର ରେ ଫ୍ରି ରହିଛି। ଏଥିରେ କୁହାଯାଇଛି ଯେ ‘କ୍ୟାସବ୍ୟାକ୍‌ ଏସବିଆଇ କାର୍ଡ’ରେ ଯଦି ଆପଣ ଅନଲାଇନ୍‌ ୧୦୦ ଟଙ୍କା ଖର୍ଚ୍ଚ କରନ୍ତି ତାହେଲେ ଆପଣଙ୍କୁ ଅନଲିମିଟେଡ ୧% କ୍ୟାସବ୍ୟାକ୍‌ ମିଳିବ। ଏହି ତରିକାରେ ଆପଣ ପ୍ରତିମାସ ଅଧିକ ରୁ ଅଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍‌ କ୍ରୟ ଉପରେ ୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ। ଧରିନିଅନ୍ତୁ ଯଦି ଆପଣ ମାସ ସାରା କାର୍ଡରୁ ୧୦ ହଜାର ଟଙ୍କା ଟ୍ରାନଜାକସନ୍‌ କରନ୍ତି ତାହେଲେ ଆପଣଙ୍କୁ ପୂରା ବର୍ଷକୁ ୬୦୦୦ ଟଙ୍କା କ୍ୟାସବ୍ୟାକ୍‌ ମିଳିଯିବ। ଏହି କାର୍ଡରେ ଆପଣଙ୍କୁ ଅଟୋ-କ୍ରେଡିଟ ଫ୍ୟାସିଲିଟୀ ଦିଆଯାଇଛି। ଏହାକୁ ନେଇ ଷ୍ଟେଟମେଣ୍ଟ ଜେନେରେଟ ହେବାର ଗୋଟେ ଦୁଇ ଦିନ ଭିତରେ ଆପଣଙ୍କୁ ନିଜ SBI Card ଆକାଉଣ୍ଟରେ କ୍ୟାସବ୍ୟାକ୍‌ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.