ଭାରତକୁ ଆସିଲା ସୌରଶକ୍ତିରେ ଚାଳିତ ସ୍ମାର୍ଟଫୋନ, ମାତ୍ର ୪୯୦ ଟଙ୍କାରେ କରିପାରିବେ ବୁକ, ଜାଣନ୍ତୁ କଣ ରହିଛି ଅନ୍ୟ ସୁବିଧା

ଯଦି ଆପଣଙ୍କ ଅଞ୍ଚଳରେ ମଧ୍ୟ ବିଜୁଳିର ସମସ୍ୟା ରହିଛି ଯେଉଁ କାରଣରୁ ଆପଣ ନିଜ ସ୍ମାର୍ଟଫୋନକୁ ଚାର୍ଜ କରିପାରୁନାହାନ୍ତି ତେବେ ଆମେ ନେଇଆସିଛୁ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଭାରତୀୟ ମୋବାଇଲ ବଜାରରେ ଏକ ଏପରି ସ୍ମାର୍ଟଫୋନ ଲଞ୍ଚ କରାଯାଇଛି ଯାହା ସୌରଶକ୍ତି ବା ସୋଲାର ଏନର୍ଜି ଦ୍ୱାରା ଚାଲିଥାଏ । କେବଳ ସେତିକି ନୁହେଁ ଏହି ଫୋନକୁ ଆପଣ ମାତ୍ର ୪୯୦ ଟଙ୍କାରେ ବୁକ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଭାରତର ପ୍ରଥମ ସୋଲାର ପାୱାର ସ୍ମାର୍ଟଫୋନ ବିଷୟରେ ।

ସୂଚନା ଅନୁଯାୟୀ ସୋଲାର ଏନର୍ଜିର ଚାଲୁଥିବା ଏହି ସ୍ମାର୍ଟଫୋନକୁ solophones ନାମକ ଏକ କମ୍ପାନୀ ଲଞ୍ଚ କରିଛି ଏବଂ ଏହି ଫୋନର ନାମ ହେଉଛି Solo Phone Se Pro । ମାତ୍ର ୪୯୦ ଟଙ୍କାରେ ଆପଣ ଏହି (https://solophones.in/) ଲିଙ୍କରେ ଫୋନକୁ ବୁକ କରିପାରିବେ । ଏହି ଫୋନର ଦାମ ହେଉଛି ୯,୬୩୯ ଟଙ୍କା । କମ୍ପାନୀ ପାଖରେ ଏହିଭଳି ଅନେକ ଫୋନ ରହିଛି ଯାହାକୁ ଆପଣ କେବଳ ୪୯୦ ଟଙ୍କାରେ ବୁକ କରିପାରିବେ ।

ଏହାସହ ପଢନ୍ତୁ ସୋସିଆଲ ମିଡିଆକୁ ଆଧାରରେ ଲିଙ୍କ୍ କରିବାକୁ ନେଇ ମୋଦୀ କହିଲେ ଏପରି କଥା

ଏହି ଫୋନର ସ୍ପେସିଫିକେସନ

ଏହି ଫୋନରେ 5.45 ଇଞ୍ଚର ଡ଼ିସପ୍ଲେ ଦିଆଯାଇଛି । ଏହା ବ୍ୟତୀତ ଏଥିରେ 3GB ରାମ, 32GB ଷ୍ଟୋରେଜ ଏବଂ Quadcore processor ମିଳିବ । ତେବେ ଏହି ପ୍ରୋସେସର ବିଷୟରେ କମ୍ପାନୀ ଅନ୍ୟ କୌଣସି ସୂଚନା ଦେଇନାହିଁ ।

Solo Phone Se Proର କ୍ୟାମେରା

ଏହି ଫୋନରେ 8 ମେଗାପିକ୍ସଲର ରିୟର କ୍ୟାମେରା ରହିଛି ଏବଂ ସେଲ୍ଫି ପାଇଁ 5 ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି । ଫ୍ରଣ୍ଟ କ୍ୟାମେରା ସହିତ ସେଲ୍ଫି ଏକ୍ସପର୍ଟ ଟେକ୍ନୋଲୋଜି ମଧ୍ୟ ଦିଆଯାଇଛି ।

Solo Phone Se Proର ବ୍ୟାଟେରୀ

ଏହି ଫୋନରେ 3500Mh ର ବ୍ୟାଟେରୀ ରହିଛି ଏହା ବ୍ୟତୀତ ଏଥିରେ ଡୁଆଲ ସିମ ଭୋଲ୍ଟ, Bluetooth, Wi-Fi, ଫ୍ଲାସଲାଇଟ ଏବଂ Android Marshmallow 6.1 ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.