Sony ଭାରତରେ ଲଞ୍ଚ୍‌ କଲା ୫ ଇଞ୍ଚିଆ ସ୍କ୍ରିନ୍‌ର Walkman; ୯୦ ଦଶକର ଏହି ଲୋକପ୍ରିୟ ଡିଭାଇସ୍‌ର ଦାମ୍‌ iPhone 13ରୁ ବି ଅଧିକ

Sony ନିଜର ନୂଆ ପ୍ରଡକ୍ଟ ‘Walkman NW-ZX707’କୁ ଭାରତରେ ଲଞ୍ଚ୍‌ କରିଛି। କମ୍ପାନୀ ଦାବି କରିଛି ଯେ ଏହି ଡିଭାଇସ୍‌କୁ ଇଲେକ୍ଟ୍ରିକ୍‌ ଅଡିଓଫାଇଲ୍ସ ଏବଂ Hi-Fi ପସନ୍ଦ କରୁଥିବା ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ପ୍ରଡକ୍ଟ ୯୦ ଦଶକରେ ବହୁତ ଲୋକପ୍ରିୟ ଥିଲା। ଅନେକ ଲୋକ ଏହାକୁ ବ୍ୟବହାର କରୁଥିଲେ। ଏହାର ବ୍ୟବହାର ପୋର୍ଟେବଲ ଅଡିଓ ପ୍ଲେୟାର ରୂପେ କରାଯାଇଥାଏ।

‘Walkman NW-ZX707’ ଜରିଆରେ Sony ମଡର୍ଣ୍ଣ-ଡେ ଟେକ୍ନୋଲୋଜିରେ ଟ୍ରାଡିସନାଲ ଓ୍ଵାକ୍‌ମ୍ୟାନକୁ ଆଣିବାର ଚେଷ୍ଟା କରିଛି। ଏଥିରେ ୫ ଇଞ୍ଚିଆ ସ୍କ୍ରିନ୍‌ ଦିଆଯାଇଛି। ସାଉଣ୍ଡକୁ Hi-Res Audio େଓ୍ଵୟାରଲେସ୍‌ ସହିତ ପ୍ରେସେସ୍‌ କରାଯାଇଛି। କମ୍ପାନୀର ଦାବି ହେଲା, ଏହି ଓ୍ଵାକ୍‌ମ୍ୟାନରେ ୨୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍‌ ମିଳିଥାଏ।

Sony ‘Walkman NW-ZX707’ର ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାକୁ ଭାରତରେ ୬୯,୯୯୦ ଟଙ୍କା ପ୍ରାଇସ୍‌ ଟ୍ୟାଗ୍‌ରେ ଲଞ୍ଚ୍‌ କରାଯାଇଛି। ଏହି ଡିଭାଇସ୍‌କୁ ଏକ୍ସକ୍ଲ୍ୟୁସିଭ୍‌ Headphone Zoneରୁ ୩୦ ଜାନୁୟାରୀ ପରଠାରୁ କିଣାଯାଇ ପାରିବ। Sonyର ଏହି Walkmanକୁ କ୍ଲାସିକ୍‌ ବ୍ଲାକ୍‌ ଏବଂ ଗୋଲ୍ଡ ଭ୍ୟାରିଆଣ୍ଟ କଲର୍‌ ଅପସନରେ ଅଣାଯାଇଛି, ଯାହାର ଦାମ୍‌ iPhone 13ର ଦାମ୍‌ଠାରୁ ବି ଅଧିକ ରହିଛି।

Sony Walkman NW-ZX707ରେ ପ୍ରିମିୟମ୍‌ ଡିଜାଇନ୍‌ ୫ ଇଞ୍ଚ୍‌ର ଡିସ୍‌ପ୍ଲେ ସହିତ ଦିଆଯାଇଛି। ଏହି ଡିଭାଇସ୍‌ରେ DSD Remastering Engine ରହିଛି। ଏଥିରେ ଇମ୍ପ୍ରୁଭ୍‌ଡ ଫିଚର୍ସ ସହ ଭଲ କମ୍ପୋନେଣ୍ଟ ମିଳିଥାଏ, ଯେଉଁ କାରଣରୁ ହାଇ-କ୍ୱାଲିଟିର ସାଉଣ୍ଡ ବାହାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.