Below header

ଆପଣଙ୍କ ଇଣ୍ଟରନେଟ୍କୁ ହାଇ ସ୍ପିଡ୍ କରିବା ପାଇଁ ଆସିଗଲା Wi-Fi 6E ଟେକ୍ନୋଲୋଜି, ଜାଣନ୍ତୁ କେମିତି ଉଠାଇବେ ଲାଭ

ଆଜିକାଲି Wi-Fi 6 ଟେକ୍ନୋଲୋଜି ଏକ ସାଧାରଣ କଥା ହୋଇଗଲାଣି ଏବଂ ଅନେକ ମିଡ୍ ରେଞ୍ଜ୍ ଡିଭାଇସ୍ ଏହି କନେକ୍ଟିଭିଟି ଟେକ୍ନୋଲୋଜିରେ କାମ କରୁଛି । ଅବଶ୍ୟ, କିଛି ଟେକ୍ନିକ କମ୍ପାନୀ ସେମାନଙ୍କ ହାଇ-ଏଣ୍ଡ ସ୍ମାର୍ଟଫୋନ୍ ଏବଂ ଲାପଟପ୍ ରେ Wi-Fi 6 ର ଅପଗ୍ରେଡ୍ ଭର୍ସନ୍ Wi-Fi 6E ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସେହିଭଳି, ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଆପଲର ଆଗାମୀ ଆଇଫୋନ୍ 14 ସିରିଜରେ Wi-Fi 6E ସପୋର୍ଟ କରାଯାଉ ବୋଲି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ମନରେ ପ୍ରଶ୍ନ ଉଠିଥାଏ, Wi-Fi 6E କ’ଣ ଏବଂ ଏହାର ଲାଭ କ’ଣ ତେବେ ଆଜି ଆସନ୍ତୁ ଜାଣିବା।

Wi-Fi 6E ହେଉଛି ଏକ ଏକ୍ସଟେନ୍ସନ୍, ଯାହାକୁ Wi-Fi 6 ପାଇଁ ତିଆରି ହୋଇଛି ଯାହା ଦ୍ୱାରା ଉପଭୋକ୍ତାମାନେ ଏହି ପ୍ଲାଟଫର୍ମ ମାଧ୍ୟମରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇବେ । Wi-Fi 6E ସପୋର୍ଟ ଡିଭାଇସ ୧୪ ଅତିରିକ୍ତ 80 MHz ଚ୍ୟାନେଲ ଏବଂ ୭ ଅତିରିକ୍ତ ୧୬୦ MHz ଚ୍ୟାନେଲ ଉପରେ କାମ କରେ ।

ଏହି ଟେକ୍ନୋଲୋଜି Wi-Fi 6Eର ଉପକାରିତା ବିଷୟରେ ଆଲୋଚନା କରିବାକୁ ଗଲେ ଏହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ୱାଇ-ଫାଇ ସଂଯୋଗ ପାଇ ପାରିବେ। ଏଥିରେ ୟୁଜର୍ସ ମାନେ ନିଜ ପସନ୍ଦ ଅନୁଯାୟୀ 2.4GHz, 5GHz ଏବଂ 6GHz ବ୍ୟାଣ୍ଡ ମଧ୍ୟରେ ବାଛିବାରେ ସକ୍ଷମ ହେବେ । ଏହା ସହିତ ଉପଭୋକ୍ତାମାନେ ଅଧିକ କନେକ୍ସନ କ୍ଷେତ୍ରରେ ମଧ୍ୟ ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇବେ ଏବଂ ୱାଇ-ଫାଇ ଭଲ କାମ କରିବ । ସ୍ପେସିଫିକେସନ ଦୃଷ୍ଟିରୁ, ଉଭୟ 5GHz ଏବଂ 6GHz ଉଭୟ 9.6GHz ହାଇ ସ୍ପିଡ୍ ଇଣ୍ଟରନେଟ୍ ଦେଇଥାଏ ।

ଭାରତୀୟ ୟୁଜର୍ସ ମାନଙ୍କୁ ୱାଇ-ଫାଇ 6E ଟେକ୍ନୋଲୋଜି ବ୍ୟବହାର ପାଇଁ ଅପେକ୍ଷା କରିବାକୁ ପଡିବ। ୱାଇ-ଫାଇ 6e ସମର୍ଥିତ ଉପକରଣଗୁଡ଼ିକ ଭାରତୀୟ ବଜାରରେ ଉପଲବ୍ଧ ନାହିଁ । ଆସନ୍ତା ବର୍ଷରେ ଭାରତରେ ୱାଇ-ଫାଇ 6e ଟେକ୍ନୋଲୋଜି ରୋଲ କରାଯିବ ଏବଂ ଏହି ଟେକ୍ନୋଲୋଜିକୁ ସମର୍ଥନ କରୁଥିବା ଉପକରଣଗୁଡ଼ିକ ମଧ୍ୟ ଶୀଘ୍ର ବଜାରରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.