ଫୋନର ସ୍ପିଡ଼ ବଢାଇବା ପାଇଁ ତୁରନ୍ତ ଡିଲିଟ କରନ୍ତୁ ଏହି ସବୁ ଫୋଲ୍ଡର, ଜାଣି ରଖନ୍ତୁ ଏକ ଶାନଦାର ଟ୍ରିକ୍‌

ଅତ୍ୟଧିକ ବ୍ୟବହାର କଲେ କିମ୍ବା ଅଧିକ ଦିନ ଧରି ବ୍ୟବହାର କରିବା ଦ୍ୱାରା ସାଧାରଣତଃ ସ୍ମାର୍ଟଫୋନ ଗୁଡିକ ସ୍ଲୋ ହୋଇଯାଏ । ବେଳେ ବେଳେ ହ୍ୟାଙ୍ଗ ବି ହୋଇଯାଏ । ଅଧିକାଂଶ ସମୟରେ ଏପରି ହେବା ଦ୍ୱାରା ଫୋନର ମେମୋରୀ ଫୁଲ ହୋଇଯାଏ । ବ୍ୟବହାର କରୁଥିବା ସମୟରେ ଫୋନରେ ଆମେ ଏତେ ସବୁ ଡାଟା ସେଭ କରିଥାଉ ଯେ, ଆମକୁ ଜଣା ପଡେ ନାହିଁ ଆମ ଫୋନ କେତେବେଳେ ଅଦରକାରୀ ଫାଇଲସ ଗୁଡିକରେ ଭରିଯାଏ । ବେକାର ଜିନିଷରେ ମେମୋରୀ ଫୁଲ ହୋଇଯିବା କାରଣରୁ ଅନେକ ସମୟରେ ଆମେ ଜରୁରୀ ଫୋଟୋ ଓ ଭିଡିଓ ଆଦିକୁ ସେଭ କରିପାରିନଥାଉ ।

smartphone

ମେମୋରୀ ଫୁଲ ହୋଇଗଲେ ଆମ ଫୋନର ସ୍ପୀଡ ବି କମିଯାଏ । ଏମିତିକି ସ୍ଲୋ ହୋଇଗଲେ କୌଣସି ଫାଇଲ କିମ୍ବା ଆପ ଖୋଲିବାକୁ ଅଧିକ ସମୟ ଲାଗିଥାଏ । ଅତି ଜରୁରୀ କାମ ସମୟରେ ଫୋନର ସ୍ପୀଡ ସ୍ଲୋ ହୋଇଯିବା କାରଣରୁ ଆମ କାମ ଅଧାରେ ଅଟକି ଯାଏ ଅଥବା ହୁଏ ନାହିଁ । ଆମେ ଏହି କାରଣରୁ ଅନେକ ସମୟରେ ବ୍ୟସ୍ତ ବି ହୋଇପଡୁ । ନିଜ ଫୋନକୁ ସ୍ଲୋ ହେବାରୁ ରକ୍ଷା କରିବାକୁ କଣ କରିବା ଉଚିତ ସେବିଷୟରେ ଜାଣି ରଖନ୍ତୁ କିଛି ସହଜିଆ ଟିପ୍ସ:

– ପ୍ରଥମେ ଫୋନରେ ଥିବା ଅଦରକାରୀ ଫୋଲ୍ଡର ଗୁଡିକୁ ଡିଲିଟ କରିଦେବା ଉଚିତ ।

– ଏହି ତରିକା ଆପଣେଇବା ପାଇଁ ପ୍ରଥମେ ଆପଣଙ୍କୁ ପ୍ଲେ ଷ୍ଟୋରରୁ “empty folder cleaner” ଆପ ଡାଉନ ଲୋଡ଼ କରିବାକୁ ହେବ ।

– ଏହାକୁ କରିବା ମାତ୍ରେ ହିଁ ଆପଣଙ୍କ ଫୋନରେ ଅଦରକାରୀ ଫାଇଲ ସବୁ ସ୍କ୍ରିନରେ ସୋ କରି ଆପେ ଆପେ ଡିଲିଟ ହୋଇଯିବ ।

– ଧ୍ୟାନ ରଖିବେ ଯେମିତି, ଯେପରି ଡିଲିଟ ହେଉଥିବା ଫାଇଲ ଗୁଡିକ ଭିତରେ ଆପଣଙ୍କ କୌଣସି ଜରୁରୀ ଫଟୋ କିମ୍ବା ଫାଇଲ ନଥିବ । ଫୋନରୁ ଏଗୁଡିକ ରିମୁଭ ହେବା ପରେ ଆପଣଙ୍କ ଫୋନର ସ୍ପିଡ଼ ଆପେ ଆପେ ବଢ଼ିଯିବ ଆଉ ଫୋନ ବି ସ୍ମୁଥରେ ଚାଲିବାକୁ ଲାଗିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.