Whatsapp ରେ ଖୁବଶୀଘ୍ର ମିଳିବ ନୂଆ Wallpapers, ଏବେ ବଦଳିବ ଚାଟିଂ ଏକ୍ସପିରିୟନ୍ସ

ଲୋକପ୍ରିୟ ଚାଟିଂ ଆପ Whatsapp ନିଜ ୟୁଜର୍ସଙ୍କ ପାଇଁ ପ୍ରତ୍ୟେକ ଥର କିଛି ନା କିଛି ନୂଆ ଫିଚର ନେଇ ଆସୁଛି। ତେବେ ନିଜ ଗ୍ରାହକଙ୍କ ଚାଟିଂ ଏକ୍ସପିରିୟନ୍ସ କୁ ଆହୁରି ଉନ୍ନତ କରିବା ପାଇଁ Whatsapp ନୂଆ Wallpaper ଫିଚର ନେଇ ଆସିଛି। WABetaInfo ଅନୁସାରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇର୍ Advanced Wallpaper ନାମକ ନୂଆ ଫିଚର ଆଣିଛି।

wp2

ବର୍ତ୍ତମାନ Whatsapp ୟୁଜର୍ସଙ୍କୁ ନିଜ ଚାର୍ଟର ବ୍ୟାକଗ୍ରାଉଣ୍ଡ ଚେଞ୍ଜ କରିବା ପାଇଁ ୬୧ ନୂଆ ଏବଂ ଉନ୍ନତ ଓ୍ଵାଲପେପରର ଅପସନ ମିଳିବ। ଏକ ରିପୋର୍ଟ ମୁତାବକ ୟୁଜର୍ସଙ୍କୁ ୩୨ ନୂଆ ବ୍ରାଇଟ ଓ୍ଵାଲପେପର, ୨୯ ନୂଆ ଡାର୍କ ଓ୍ଵାଲପେପର, କଷ୍ଟମ ଓ୍ଵାଲପେପର ଏବଂ ସଲିଡ କଲର ମଧ୍ୟରୁ ନିଜ ମନ ପସନ୍ଦର କଲର ସିଲେକ୍ଟ କରିବାର ସୁବିଧା ମିଳିବ। ଏହା ସହିତ ନିଜ ପୁରୁଣା ଓ୍ଵାଲପେପରକୁ Whatsapp Archive ମାଧ୍ୟମରେ ସିଲେକ୍ଟ କରି ପାରିବେ। WABetaInfo ଓ୍ଵାଲପେପରର ନୂଆ ଡିଜାଇନ ଲିଷ୍ଟ ମଧ୍ୟ ସେୟାର କରିଛନ୍ତି।

ଏହା ବ୍ୟତୀତ ଯଦି ଆପଣ ସଲିଡ କଲରକୁ ନୂଆ ଓ୍ଵାଲପେପର ଭାବରେ ସେଟ୍‌ କରିବାକୁ ଚାହୁଁଛନ୍ତି ତେବେ Whatsapp Doodle ସାହାଯ୍ୟରେ ଆଣିପାରିବେ। ତେବେ ଏହାକୁ ବର୍ତ୍ତମାନ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି ଓ ଖୁବଶୀଘ୍ର ଅନ୍ୟମାନଙ୍କ ପାଇଁ ମଧ୍ୟ ଏହାକୁ ରୋଲ ଆଉଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.