ଟିଣ୍ଡର ଆଣିବାକୁ ଯାଉଛି ନୂଆ ଦମ୍‌ଦାର ଫିଚର, ଏବେ ଡେଟ୍‌ କରିବା ପୂର୍ବରୁ ଚେକ୍‌ କରିପାରିବେ ବ୍ୟକ୍ତିଙ୍କ ବ୍ୟାକ୍‌ଗ୍ରାଉଣ୍ଡ

ବର୍ତ୍ତମାନ ଲୋକମାନେ ଡେଟିଂ କରିବାକୁ ଆପ୍‌ର ସାହାଯ୍ୟ ନେଉଛନ୍ତି। ୟୁଜର୍ସଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଡେଟିଂ ଆପ୍‌ ଉପଲବ୍ଧ କରାଉଛନ୍ତି। ଏହି ଡେଟିଂ ଆପ୍‌ ସହାୟତାରେ ଲୋକମାନେ ଜୀବନସୀଥୀ ଖୋଜିଥାନ୍ତି। ତେବେ ଏହି ଆପ୍‌ରେ ଥିବା ସମସ୍ତ ପ୍ରୋଫାଇଲ୍‌ ବେଶ୍‌ ଆକର୍ଷକ ଲାଗିଥାଏ। ଏହି କାରଣରୁ ବେଳେ ବେଳେ ୟୁଜର୍ସମାନେ ଲୋକଙ୍କ ବ୍ୟାକ୍‌ଗ୍ରାଉଣ୍ଡ ବିଷୟରେ ଜାଣିପାରନ୍ତି ନାହିଁ। ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି Tinder ଏକ ବଢ଼ିଆ ଫିଚର ଲଞ୍ଚ୍‌ କରିଛି।

ଟେକ୍‌ ୱେବ୍‌ସାଇଟ୍‌ ମୁତାବକ, Tinder ରେ ନୂଆ ବ୍ୟାକ୍‌ଗ୍ରାଉଣ୍ଡ ଚେକ୍‌ ଫିଚର ଆସିବାକୁ ଯାଉଛି। ଏନେଇ ଟିଣ୍ଡର ଚଲାଉଥିବା କମ୍ପାନୀ Match Group ସହ Garbo ନାମକ ଏକ ବେସରକାରୀ ସଂସ୍ଥାର ସହବନ୍ଧିତା ହୋଇଛି। ଏହି ଫିଚର ଆସିବା ପରେ ଆପଣ ବିନା ଚିନ୍ତାରେ ଡେଟିଂ ପାଇଁ ଯାଇପାରିବେ।

ରିପୋର୍ଟ ମୁତାବକ, Garbo ଲୋକଙ୍କ ଅପରାଧିକ ରେକର୍ଡ ଉପରେ ନଜର ରଖିଥାଏ। ଏହା ଦ୍ୱାରା ଆପଣ ଡେଟିଂ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବ୍ୟାକ୍‌ଗ୍ରାଉଣ୍ଡର ଅପରାଧିକ ରେକର୍ଡ ମଧ୍ୟ ଚେକ୍‌ କରିପାରିବେ। ଏଥିରେ ପୋଲିସ ରେକର୍ଡ ସହ କୋର୍ଟ ସହ ଜଡ଼ିତ ମାମଲା ସମ୍ବନ୍ଧରେ ମଧ୍ୟ ସୂଚନା ରହିବ।

କମ୍ପାନୀର କହିବାନୁସାରେ, ଟିଣ୍ଡର ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ତାଙ୍କ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଓ ଡ୍ରଗ୍ସ ସହ ଜଡ଼ିତ ମାମଲା ବିଷୟରେ ସୂଚନା ଦିଆଯିବ ନାହିଁ। ଟିଣ୍ଡରର ଏହି ଫିଚର ଆମେରିକାର ନ୍ୟୁୟର୍କ ସହରରେ ପ୍ରଥମେ ଲଞ୍ଚ୍‌ ହେବ। ଏହା ପରେ ଅନ୍ୟ ଦେଶରେ ଏହାକୁ ଲାଗୁ କରାଯିବ। ତେବେ ବ୍ୟାକ୍‌ଗ୍ରାଉଣ୍ଡ ଚେକ୍‌ କରିବାକୁ ୟୁଜର୍ସଙ୍କୁ ଅତିରିକ୍ତ ଫିସ୍‌ ଦେବାକୁ ପଡ଼ିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.