ସ୍ମାର୍ଟଫୋନ୍ ପାଇଁ ବେଷ୍ଟ ଟିପ୍ସ: ଆପଣଙ୍କ ସ୍ମାର୍ଟଫୋନ୍ ଜଲଦି ଗରମ ହୋଇଯାଉଛି କି? ତେବେ ଅପଣାନ୍ତୁ ଏହି ଉପାୟ

ଆପଣ ଜାଣିଥିବେ ଯେ ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ଅଧିକ ମାତ୍ରାରେ ବହୁତ ବୃଦ୍ଧି ପାଇଛି। କାରଣ ପ୍ରାୟତଃ ସବୁ କାମ ଏହି ସ୍ମାର୍ଟ୍ ଫୋନରେ ହିଁ ହେଉଛି। ଅନ୍ ଲାଇନ୍ ସପିଙ୍ଗ ହେଉ କିମ୍ବା ବ୍ଯାଙ୍କ କାମ। ଏବେ ଖୁବ୍ କମ୍ ସମୟ ବିଷୟରେ ହିଁ ସବୁ କାମ ସହଜ କରିଦେଇଛି ସ୍ମାର୍ଟ୍ ଫୋନ୍। ହେଲେ ବେଳେବେଳେ ଆପଣ ମଧ୍ୟ ଲକ୍ଷ କରିଥିବେ ଯେ ସ୍ମାର୍ଟ୍ ଫୋନ୍ ବ୍ୟବହାର କରିବା ସମୟରେ ଏହା ଗରମ ହୋଇଯାଏ। ଏମିତିକି ଏହା ଫାଟିବାର ଅଧିକ ସମ୍ଭାବନା ଥାଏ। ଏହାପରେ ଅନେକ ଭୟଙ୍କର ପରିସ୍ଥିତି ମଧ୍ୟ ହେଇଥାଏ। ତେଣୁ ଯଦି ଆପଣଙ୍କ ସ୍ମାର୍ଟ୍ ଫୋନ୍ ବି ଏମିତି ଗରମ ହୋଇଯାଉଛି, ଏହାକୁ ଥଣ୍ଡା ରଖିବା ପାଇଁ ଓ ଠିକ୍ ଭାବେ ରଖିବା ପାଇଁ ଆପଣଙ୍କ ପାଇଁ ରହିଛି ଭଲ ଟିପ୍ସ। ଯାହାକୁ ଆପଣ ଫଲୋ କଲେ ଆପଣଙ୍କ ଫୋନ ଆଉ ବାରମ୍ବାର ଗରମ ହେବନି ଓ ଆପଣ ଭଲ ଭାବେ ଏହାକୁ ବ୍ୟବହାର କରିପାରିବେ।

ବର୍ତ୍ତମାନ ପୁଣି ଗ୍ରୀଷ୍ମ ଋତୁ ମଧ୍ୟ ଆସି ସାରିଛି। ଜାହାପାଇଁ ଅଧିକ ମାତ୍ରାରେ ଫୋନ୍ ଗରମ ହୋଇଯାଏ। କିନ୍ତୁ ଆପଣ ଏହି ସମସ୍ୟାରୁ ଏବେ ମୁକ୍ତି ପାଇବେ। ଆସନ୍ତୁ ଜାଣିବା ଫୋନକୁ କିପରି ନର୍ମାଲ ଟେମ୍ପ୍ରେଚରରେ ରଖିବେ। ଫୋନ୍ ଟେମ୍ପ୍ରେଚର୍ କୁ ନର୍ମାଲ ରଖିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନ୍ ର ବ୍ରାଇଟନେସ କମ୍ କରିବାକୁ ପଡ଼ିବ ବା ଅପ୍ଟିମାଇଜ୍ କରିବାକୁ ପଡ଼ିବ। କାରଣ ଏମିତି ଦେଖିବାକୁ ଗଲେ ଅନେକ ସ୍ମାର୍ଟ୍ ଫୋନ୍ ବ୍ରାଇଟନେସ ସପୋର୍ଟ ସହିତ ହିଁ ଆସିଥାଏ। ତେଣୁ ଯଦି ଦରକାର୍ ହେଉନି ଆପଣ ବ୍ରାଇଟନେସ କମ୍ କରିବା ନିଜ ଆଖି ପାଇଁ ଓ ଫୋନ୍ ପାଇଁ ଭଲ। କାରଣ ବ୍ରାଇଟନେସ ଅଧିକ ରହିବା ଦ୍ଵାରା ଫୋନ୍ ଖରାପ ହୁଏ ଓ ବ୍ୟାଟେରୀ ମଧ୍ୟ ଖୁବ୍ ଶୀଘ୍ର ସରିଯାଏ।

ଅବ୍ୟବହୃତ ଆପ୍ଲିକେସନ୍ ବା ଆପ୍ କୁ ବନ୍ଦ କରିଦିଅନ୍ତୁ କିମ୍ବା ଅନଇନଷ୍ଟଲ କରିଦିଅନ୍ତୁ। ଯଦି ଆପଣଙ୍କ ଫୋନରେ ଅଧିକ ଆପ୍ ରହିଛି, ଆପଣଙ୍କ ଫୋନ୍ ଗରମ ହୋଇପାରେ। କାରଣ ଅନେକ ଆପ୍ ବ୍ଯାକଗ୍ରାଉଣ୍ଡରେ ମଧ୍ୟ କାମ କରନ୍ତି। ଯାହା ଦ୍ଵାରା ପ୍ରୋସେସରର ବ୍ୟବହାର ହୋଇଥାଏ। ତେଣୁ ବ୍ଯାକଗ୍ରାଉଣ୍ଡକୁ ସବୁ ବେଳେ କ୍ଲିନ୍ ରଖିବା ଦରକାର। ଗେମିଂ ଆପ୍ ମଧ୍ୟ  ଫୋନ୍ ଗରମ କରିବାର ମୁଖ୍ୟ କାରଣ। କିଛି ଲୋକଙ୍କ ଫୋନରେ ଅନେକ ପ୍ରକାରର ଗେମ୍ ରହିଥାଏ। ଯାହାଦ୍ବାରା ସେମାନେ ଅଧିକ ମାତ୍ରାରେ ମଧ୍ୟ ଗେମ୍ ଖେଳନ୍ତି। ଖାସ କରି ମିଡ୍ ରେଜ୍ ଓ ଲୋ ବଜେଟ୍ ଫୋନରେ ହେଭି ଗେମ୍ ଖେଳିଲେ ମଧ୍ୟ ଫୋନ୍ ଅଧିକ ଗରମ ହୁଏ। ତେଣୁ ଆପଣ ଏହାକୁ ମଧ୍ୟ କମ୍ କରନ୍ତୁ। ଏହା ଛଡ଼ା ସିଧା ସୂର୍ଯ୍ୟ କିରଣରେ ମଧ୍ୟ ଫୋନ୍ ବ୍ୟବହାର କରିବା ଦ୍ଵାରା ଏହ ତାତି ଯାଏ। ତେଣୁ ଖରାରେ ଅଧିକ ଫୋନ୍ ବ୍ୟବହର କରନ୍ତୁ ନାହିଁ।

ଫୋନ୍ ଚାର୍ଜ କରିବା ସମୟରେ ମଧ୍ୟ ଏହାର ଯତ୍ନ ନେବା ନିହାତି ଦରକାର। ଫୋନକୁ ଭୁଲ ଭାବେ ଚାର୍ଜ କଲେ ଏହା ଗରମ ହୋଇଯାଏ। ତେଣୁ ଆପଣଙ୍କ ଫୋନ୍ ଯଦି ଚାର୍ଜ କରିବା ସମୟରେ ଗରମ ହୋଇଯାଉଛି, ଆପଣଙ୍କୁ ହାଇ କ୍ୱାଲିଟି ଚାର୍ଜର ବ୍ଯବହାର କରିବା ଦରକାର। ଏହା ଛଡ଼ା ଯଦି ଆପଣଙ୍କ ଫୋନ୍ ଲାଟେଷ୍ଟ୍ ଭର୍ସନରେ ଅପଡେଟ୍ ହୋଇନାହିଁ, ଫୋନକୁ ଜଲଦି ଅପଡେଟ୍ କରନ୍ତୁ। ଏହି ସବୁ ଉପାୟ ଆପଣାଇବା ଦ୍ଵାରା ଆପଣଙ୍କ ଫୋନ୍ ଠିକ୍ ରହିବ ଓ ଗରମ ମଧ୍ୟ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.