Below header

ଲାପଟପ ଓ ଡେସ୍କଟପରେ କାମ କରୁନି ଟ୍ୱିଟର, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି ଯେମିତି । ନୂଆ ଆଇଟି ନିୟମ ନମାନିବାକୁ ନେଇ କେନ୍ଦ୍ର ସରକାର ଏହି ମାଇକ୍ରୋବ୍ଲଗିଂଗ ସାଇଟ ଉପରେ ଲଗାତାର ଚାପ ପକାଉଛି । ସେପଟେ ଟ୍ୱିଟର ନିଜ ୟୁଜର୍ସ ମାନଙ୍କୁ ହଇରାଣ କରିବାରେ ଲାଗିଛି । ଲାପଟପ ଓ ଡେସ୍କଟପରେ ଖୋଲୁନି ଟ୍ୱିଟର ସାଇଟ । ଅର୍ଥାତ ଲାପଟପ ଓ ଡେସ୍କଟପ ୟୁଜର ମାନେ ଟ୍ୱିଟର ବ୍ୟବହାର କରିପାରୁନାହାନ୍ତି । ନୂଆ ୟୁଜର ମାନେ ଅଭିଯୋଗ କରିଛନ୍ତିକି ସେମାନେ ଏହି ମାଇକ୍ରୋବ୍ଲଗିଂଗ ସାଇଟର ଅନେକ ଗୁଡିଏ ଫିଚର ବ୍ୟବହାର କରିପାରୁନାହାନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏଯାବତ ପାଖାପାଖି ୬୦୦୦ରୁ ଅଧିକ ସଂଖ୍ୟକ ବ୍ୟବହାର କାରୀ ଅଭିଯୋଗ ଆଣିସାରିଲେଣି ।

ଆଉଟେଜ ମନିଟରକୁ ନିୟନ୍ତ୍ରଣ କରୁଥିବା ୱେବସାଇଟ Downdetector ଅନୁଯାୟୀ, ଆଜି ସକାଳ ସମୟରୁ ହିଁ ଅଧିକ ମାତ୍ରାରେ ଅଭିଯୋଗ ଆସିବାରେ ଲାଗିଛି । ବ୍ୟବହାରକାରୀଙ୍କ ଅନୁଯାୟୀ ଟ୍ୱିଟର ଠିକ ଭାବରେ କାମ କରୁନାହିଁ । କିଛି ୟୁଜର ଅନ୍ୟମାନଙ୍କ ପ୍ରୋଫାଇଲ ନଦେଖିପାରିବା ନେଇ ଅଭିଯୋଗ ଆଣିଥିବା ବେଳେ କିଛି ଜଣ କହିଛନ୍ତିକି ସେମାନେ ଭିଡିଓ ଠିକ ଭାବରେ ଅପଲୋଡ଼ କରିପାରୁନାହାନ୍ତି । କିନ୍ତୁ ମୋବାଇଲରେ ଠିକ ଭାବରେ କାମ କରୁଥିବା ନେଇ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.