Below header

ଗଞ୍ଜାମ ରାମୟାପାଟଣା ଗାଁରେ ପୁଣି ଥରେ କୂଳ ଲଂଘୁଛି ସମୁଦ୍ର, କିଛି ଘର ଭାଙ୍ଗିଛି ଆଉ କିଛି ବିପଦ ସଂକୁଳ ଅବସ୍ଥାରେ

ବ୍ରହ୍ମପୁର(କେନ୍ଯୁଜ୍): ପୁଣି ଥରେ କୂଳ ଲଂଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ଚିକିିଟି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମ ପଞ୍ଚାୟତର ରାମୟାପାଟଣା ଗାଁରେ ପୁଣି ଥରେ ସମୁଦ୍ର କୂଳ ଲଂଘୁଛି। ସମୁଦ୍ରର ଆଁ ଭିତରକୁ ଚାଲିଯାଉଛି ଗାଁ। କିଛି ଘର ଭାଙ୍ଗିଯାଇଥିବାବେଳେ ଆଉ କିଛି ବିପଦ ସଂକୁଳ ଅବସ୍ଥାରେ ରହିଛି।

ଏପରିକି ମାଛ ମାରିବାକୁ ଧୀବରମାନେ ସମୁଦ୍ର ଭିତରକୁ ଯାଇପାରୁନାହାଁନ୍ତି। ସମସ୍ୟାର ସମାଧାନ ପାଇଁ ଜଳସେଚନ ବିଭାଗ ପକ୍ଷରୁ ଗାର୍ଡ ୱାଲ ନିର୍ମାଣ ପାଇଁ ସର୍ଭେ କରାଯାଇଥିଲା। ହେଲେ ତାହା ଅଧାରେ ଅଟକିଯାଇଛି। ତେଣୁ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ଗାଁଲୋକେ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.