Below header

ଭାରତରେ ଲଞ୍ଚ ହେଲା Vivo Y20G, ହାଇ ପାୱାର ବ୍ୟାଟେରୀ ସହିତ ମିଳିବ ଏକ୍ସିଲେଣ୍ଟ ଷ୍ଟୋରେଜ ସୁବିଧା

ଭିଭୋ ଇଣ୍ଡିଆ କମ୍ପାନୀ ନିଜ Y ସିରିଜର ନୂଆ ସ୍ମାର୍ଟ ଫୋନ VivoY 20Gକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହାକୁ ୬ ଜିବି ରାମ ଓ ୧୨୮
ଜିବି ଷ୍ଟୋରେଜ ଭେରିୟାଣ୍ଟ ସହ ଲଞ୍ଚ କରାଯାଇଛି । ଯାହାର ତୁଳନା Redmi Note 9 Pro, Samsung Galaxy M31 ପରି ସ୍ମାର୍ଟଫୋନ ସହ କରାଯାଉଛି । ଦୁଇଟି କଲର ଭେରିୟାଣ୍ଟ ଓ଼ବ୍ସିଡିୟାନ ବ୍ଲାକ ଓ ପ୍ୟୁରିଷ୍ଟ ବ୍ଲୁ କଲରରେ ଲଞ୍ଚ କରିଛି କମ୍ପାନୀ । କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୧୪ ହଜାର ୯୯୦ ଟଙ୍କା ରଖାଯାଇଥିବା ଜଣାଯାଇଛି । ଫୋନର ବିକ୍ରି ଫ୍ଲିପକାର୍ଟ, ଆମାଜନ, ପେ ଟିଏମ, ଟାଟାକ୍ଲିକ, ରିଟେଲ ଷ୍ଟୋର ସମେତ ଭିଭୋ ଷ୍ଟୋରରେ ବି ଆରମ୍ଭ ହୋଇଯାଇଛି ।

vivo

 

ଏହି ଫୋନରେ ୬.୫୧ ଇଞ୍ଚର ହାଲୋ ଫୁଲବ୍ଲୁ ଏଚଡ଼ି ଡିଷ୍ପ୍ଲେ ବ୍ୟବସ୍ଥା ଥିବା ବେଳେ ଏହାର ରିଜୋଲୁସନ 1600x 720 ରହିବ । ଏହାବାଦ ଫୋନରେ ମିଡିୟାଟେକ ହିଲିଓ G 80 ଅକଟାକୋର ପ୍ରୋସେସର ରହିଛି । କହିରଖିବା ଉଚିତ ହେବକି, ଏହା ହେଉଛି ଏକ ଗେମିଙ୍ଗ ପ୍ରୋସେସର । ରାମ ଓ ଷ୍ଟୋରେଜ ଦୃଷ୍ଟିରୁ ଏଥିରେ ୬ ଜିବି ରାମ ସହ ୧୨୮ ଜିବି ଷ୍ଟୋରେଜ ଫ୍ୟାସିଲିଟି ବି ଦିଆଯାଇଛି ।

ଭିଭୋର ଏହି ଫୋନରେ ଏମଆଇ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଥିବା ବେଳେ ଏହାର ମେନ ଲେନ୍ସ ହେଉଛି ୧୩
ମେଗାପିକସଲ ବିଶିଷ୍ଟ । ଯେବେକି ଦ୍ଵିତୀୟ ଓ ତୃତୀୟ ଲେନ୍ସ ୨ ମେଗାପିକସଲ ବିଶିଷ୍ଟ ବୋଲି ଜଣାଯାଇଛି | ଫୋନ କ୍ୟାମେରା ସହିତ ଅଟୋ ଫୋକ୍ସ ସୁବିଧା ରହିଛି । ସେଲ୍ଫି ପାଇଁ ଫୋନରେ 8 ମେଗାପିକସଲ କ୍ୟାମେରା ଦିଆଯାଇଛି । ଭିଭୋର ଏହି ଫୋନରେ ୫୦୦୦ mAh ବ୍ୟାଟେରୀ ରହିଛି । ଯାହା ୧୮ ୱାଟ ଫାଷ୍ଟ ଚାରଜିଙ୍ଗ ପାଇଁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଫୋନରେ ଜିପିଏସ , ବ୍ଲୁ ଟୁଥ ୪.୨, ୪ ଜି, ୩.୫ ଏମଏମ ହେଡ଼ଫୋନ ଜ୍ୟାକ ବ୍ୟତୀତ ମାଇକ୍ରୋ ୟୁଏସବି ପୋର୍ଟ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.