୨୫୦ ଟଙ୍କାରୁ ମଧ୍ୟ କମରେ ପାଆନ୍ତୁ ଅନଲିମିଟେଡ୍ କଲିଂର ମଜା, କମ୍ପାନୀ ଦେଉଛି ଅଫର

ଭୋଡାଫୋନ ନିଜର ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ସହିତ ପ୍ରତିଦିନ ୨ ଜିବି ଡାଟା ମଧ୍ୟ ମିଳିବ। ଏହାଛଡା ଏହି ପ୍ଲାନ ଅନଲିମିଟେଡ ଭଏସ କଲ୍ ଏବଂ ପ୍ରତିଦିନ ୧୦୦ ଏମଏମଏସ ସୁବିଧା ଠାରୁ ମଧ୍ୟ ଲେସ ଅଟେ। କମ୍ପାନୀର ୱେବସାଇଟରେ ୨୨୯ ଟଙ୍କା ବିଶିଷ୍ଟ ପ୍ଲାନର ଲିଷ୍ଟ ସହିତ ସେହି ପ୍ରମୁଖ ସର୍କଲର ମଧ୍ୟ ସୂଚନା ଦିଆଯାଇଛି, ଯେଉଁଠି ଏହି ପ୍ଲାନର ଲାଭ ଗ୍ରାହକ ଉଠାଇପାରିବେ। ଏହି ସର୍କଲରେ ଦିଲ୍ଲୀ-ଏନସିଆର, ମୁମ୍ବାଇ ଏବଂ ରାଜସ୍ଥାନର ନାମ ସାମିଲ ଅଛି।

ଏହାସହିତ ଏହି ପ୍ଲାନରେ ପୂର୍ବରୁ ଉପଲବ୍ଧ ଥିବା ୧୯୯ ଟଙ୍କା ବିଶିଷ୍ଟ ଏହି ପ୍ଲାନରେ ରହିବ। ଜଣାଇବାକୁ ଚାହିଁବୁ ୧୯୯ ଟଙ୍କା ବିଶିଷ୍ଟ ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ କଲ ଏବଂ ପ୍ରତିଦିନ ୧୦୦ ଏସଏମଏସ ସହିତ ୧.୫ ଜିବି ଡାଟା ଦିଆଯିବ। ଏହି ପ୍ଲାନର ଭ୍ୟାଲିଡିଟୀ ମଧ୍ୟ ୨୮ ଦିନର ରହିଛି।

ଭୋଡାଫୋନ କିଛି ସମୟ ପୂର୍ବରୁ ନିଜର ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ୧୩୯ ଟଙ୍କାର ପ୍ଲାନ ଲଞ୍ଚ କରିଥିଲା। ଏହି ପ୍ଲାନ ୨୮ ଦିନର ବୈଧତା ସହିତ ୫ ଜିବି ଡାଟା ପ୍ରଦାନ କରିଥାଏ। ଏହାଛଡା ଗତ ମାସରେ ଭୋଡାଫୋନ ୪ଜି କନେକସନ ଚାହୁଁଥିବା ସବସ୍କ୍ରାଇବରଙ୍କ ପାଇଁ ଫ୍ରି ଡୋର ଷ୍ଟେପ ଡେଲିଭରୀ ସର୍ଭିସ ମଧ୍ୟ ଆରମ୍ଭ କରିଛି। ଏହା ନୂଆ ପ୍ରିପେଡ ସବସ୍କ୍ରାଇବରଙ୍କ ପାଇଁ ୨୪୯ ଟଙ୍କା ଫାଷ୍ଟ ଟାଇମ୍ ରିଚାର୍ଜ ସହିତ ମିଳିବ। ନୂଆ ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଭୋଡାଫୋନର ୱେବସାଇଟରେ ରିଚାର୍ଜ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.