ବିନା ଇଣ୍ଟରନେଟ୍‌ ଦେଖିପାରିବେ ନେଟଫ୍ଲିକ୍ସ ଫିଲ୍ମ ଓ ସିରିଜ୍‌, ସହଜରେ ଫଲୋ କରନ୍ତୁ ଏହି ଷ୍ଟେପ୍‌

ନେଟଫ୍ଲିକ୍ସ ୟୁଜରମାନେ ଅନେକ ଫିଲ୍ମ, ୱେବ୍ ସିରିଜ୍, ସିରିଏଲ୍‌ ଏବଂ ଡକ୍ୟୁମେଣ୍ଟାରୀର ମଜା ନେଇ ପାରିବେ । ଯଦି ଆପଣ ମଧ୍ୟ ନେଟଫ୍ଲିକ୍ସ ୟୁଜର ତେବେ ଆପଣ ମଧ୍ୟ ବିନା ଇଣ୍ଟରନେଟରେ ନେଟଫ୍ଲିକ୍ସ ବ୍ୟବହାର କରି ପାରିବେ । ତେବେ କିପରି ଏହାର ଲାଭ ଉଠାଇବେ ଆସନ୍ତୁ ଜାଣିବା ।

ଖାଲି ସମୟରେ ଏଣ୍ଟରଟେନମେଣ୍ଟ ପାଇଁ ଲୋକମାନେ ଇଣ୍ଟରନେଟ୍ ସାହାଯ୍ୟରେ OTT ପ୍ଲାଟଫର୍ମରେ ଫିଲ୍ମ, ୱେବ୍ ସିରିଜ୍, ସିରିଏଲ୍‌ ଏବଂ ଡକ୍ୟୁମେଣ୍ଟରୀ ଦେଖନ୍ତି । କିନ୍ତୁ ଯେତେବେଳେ ୟୁଜରମାନଙ୍କର ଇଣ୍ଟରନେଟ୍ ସୁବିଧା ନଥାଏ କିମ୍ବା ଯେଉଁ ସ୍ଥାନରେ ଇଣ୍ଟରନେଟ ସ୍ପିଡ୍‌ ଠିକ୍‌ ନଥାଏ ସେତେବେଳେ ୟୁଜରମାନେ ବିଭିନ୍ନ ଅସୁବିଧାର ସାମ୍ନା କରନ୍ତି ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ନେଟଫ୍ଲିକ୍ସ ନିଜ ୟୁଜରମାନଙ୍କ ପାଇଁ ଏକ ସମାଧାନ ଆଣିଛି, ଯେଉଁଥିରେ ବର୍ତ୍ତମାନ ନେଟଫ୍ଲିକ୍ସ ୟୁଜରମାନେ ବିନା ଇଣ୍ଟରନେଟରେ ମଧ୍ୟ ନେଟଫ୍ଲିକ୍ସର ଲାଭ ଉଠାଇ ପାରିବେ । ନେଟଫ୍ଲିକ୍ସ ୟୁଜରମାନେ ଅନେକ ଫିଲ୍ମ, ୱେବ୍ ସିରିଜ୍, ସିରିଏଲ୍‌ ଏବଂ ଡକ୍ୟୁମେଣ୍ଟାରୀର ମଜା ନେଇ ପାରିବେ । ଯଦି ଆପଣ ମଧ୍ୟ ନେଟଫ୍ଲିକ୍ସ ୟୁଜର ତେବେ ଆପଣ ମଧ୍ୟ ବିନା ଇଣ୍ଟରନେଟରେ ନେଟଫ୍ଲିକ୍ସ ବ୍ୟବହାର କରି ପାରିବେ । ତେବେ କିପରି ଏହାର ଲାଭ ଉଠାଇବେ ଆସନ୍ତୁ ଜାଣିବା ।

ନେଟଫ୍ଲିକ୍ସ ଅଫଲାଇନ୍ ମୋଡରେ ଫିଲ୍ମ, ୱେବ୍ ସିରିଜ୍, ସିରିଏଲ୍‌ ଏବଂ ଡକ୍ୟୁମେଣ୍ଟାରୀ ଦେଖିବା ପାଇଁ ସୁବିଧା ଦେଉଛି । ଏଥିପାଇଁ ଆପଣଙ୍କୁ ଇଣ୍ଟରନେଟ୍ ଥିବା ସମୟରେ ନେଟଫ୍ଲିକ୍ସରେ କଣ୍ଟେଣ୍ଟ ଡାଉନଲୋଡ୍ କରିବାକୁ ପଡିବ । ଯାହା ପରେ ଆପଣ ବିନା ଇଣ୍ଟରନେଟ୍ ରେ ନେଟଫ୍ଲିକ୍ସର ମଜା ନେଇପାରିବେ ।

ଏଥିପାଇଁ ଆପଣଙ୍କୁ ନେଟଫ୍ଲିକ୍ସ ଆପ୍ ଓପନ୍‌ କରିବାକୁ ପଡିବ । ଯାହା ପରେ ଆପଣ ଡାଉନଲୋଡ୍ କରିବାକୁ ଚାହୁଁଥିବା କଣ୍ଟେଣ୍ଟକୁ ସିଲେକ୍ଟ କରିବେ । ଏହା ପରେ ଆପଣ ତଳେ ଏକ ତୀର ଚିହ୍ନ ଥିବା ଦେଖିପାରିବେ । ଏହା ଉପରେ ଟ୍ୟାପ୍ କରି ଆପଣ ସେହି କଣ୍ଟେଣ୍ଟକୁ ଡାଉନଲୋଡ୍ କରିପାରିବେ । ଏହି କଣ୍ଟେଣ୍ଟ୍‌ ଡାଉନଲୋଡ୍ କରିବା ପୂର୍ବରୁ ଆପଣ ଷ୍ଟାଣ୍ଡାର୍ଡ କିମ୍ବା ହାଇ କ୍ୱାଲିଟି ଅପ୍ସନ ସଲେକ୍ଟ କରିପାରିବେ ।

ଏହା ପରେ ଆପଣ ନେଟଫ୍ଲିକ୍ସ ଆପରେ ଥିବା ‘ଡାଉନଲୋଡ୍’ ସେକ୍ସନକୁ ଯାଇ ଡାଉନଲୋଡ୍ ପ୍ରୋଗ୍ରେସ୍‌ ଦେଖିପାରିବେ । ଧ୍ୟାନ ରଖନ୍ତୁ ଯେ ଡାଉନଲୋଡ୍ ପାଇଁ ଇଣ୍ଟରନେଟ୍ କନେକ୍ସନ ଭଲ ଥିବା ଜରୁରୀ । ଥରେ ଡାଉନଲୋଡ୍ ହୋଇଯିବା ପରେ ଆପଣ ନେଟଫ୍ଲିକ୍ସ ଆପରେ ‘ଡାଉନଲୋଡ୍’ ସେକ୍ସନକୁ ଯାଇ ଆପଣଙ୍କର ଡାଉନଲୋଡ୍ ହୋଇଥିବା ଫିଲ୍ମ ଏବଂ ୱେବ୍ ସିରିଜ୍ ଦେଖିପାରିବେ ।

ନେଟଫ୍ଲିକ୍ସରେ ଡାଉନଲୋଡ୍ ହୋଇଥିବା କଣ୍ଟେଣ୍ଟ ସବୁଦିନ ପାଇଁ ସେଭ୍‌ ରହିନଥାଏ । କିଛି ସମୟ ପରେ ନେଟଫ୍ଲିକ୍ସ ଏହି କଣ୍ଟେଣ୍ଟକୁ ଡିଲିଟ କରିଥାଏ । ଯଦି ଆପଣ ନିଜର ନେଟଫ୍ଲିକ୍ସ ମେମ୍ବରସିପ୍‌ କ୍ୟାନ୍ସଲ୍‌ କରୁଛନ୍ତି ତେବେ ଡାଉନଲୋଡ୍ ହୋଇଥିବା ଫିଲ୍ମ ଏବଂ ୱେବ୍ ସିରିଜ୍ ଆପଣଙ୍କ ଡିଭାଇସରୁ ଡିଲିଟ୍‌ ହୋଇଯିବ । ଯଦି ଆପଣ ପୁଣିଥରେ ସବସ୍କ୍ରାଇବ କରନ୍ତି ତେବେ ଆପଣଙ୍କୁ ପୁଣିଥରେ ଫିଲ୍ମ ଓ ସିରିଜ୍‌ କୁ ଡାଉନଲୋଡ୍ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.