ଆମେରିକାରେ ବିମାନ କ୍ରାସ୍‌, ସମସ୍ତ ଯାତ୍ରୀଙ୍କ ମୃତ୍ୟୁ

ଆମେରିକାର ଟେନେସିର ନ୍ୟାସଭିଲେରେ ସୋମବାର ଏକ ସିଙ୍ଗଲ୍‌ ଇଞ୍ଜିନ ବିମାନ ଆନ୍ତଃରାଜ୍ୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଛୋଟିଆ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଆମେରିକାର ଟେନେସିର ନ୍ୟାସଭିଲେରେ ସୋମବାର ଏକ ସିଙ୍ଗଲ୍‌ ଇଞ୍ଜିନ ବିମାନ ଆନ୍ତଃରାଜ୍ୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଛୋଟିଆ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବିମାନଟି ଜନ୍‌ ସି. ଟ୍ୟୁନ୍‌ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ହେଲେ ଏହା ରାଜପଥ-୪୦ ନିକଟରେ ଓହ୍ଲାଇଥିଲା ।

ରିପୋର୍ଟ ମୁତାବକ, ପାଇଲଟ୍‌ ବାୟୁ ଯାତାୟାତ ନିୟନ୍ତ୍ରଣ ଦଳକୁ ଜଣାଇଥିଲେ କି, ବିମାନ ଏୟାରପୋର୍ଟରେ ପହଞ୍ଚିବ ନାହିଁ, ଯାହାର କିଛି ମିନିଟ୍‌ ଭିତରେ ବିମାନଟି ରାଜପଥ ପାଖରେ ଖସି ପଡ଼ିଥିଲା । ଭୂମି ସହ ମାଡ଼ ହେବା କ୍ଷଣି ସେଥିରେ ନିଆଁ ଲାଗିଯାଇଥିଲା ।

ସ୍ଥାନୀୟ ପୋଲିସ ପ୍ରବକ୍ତା ଡନ୍‌ ଆରୋନ୍‌ କହିଛନ୍ତି ଯେ ପାଇଲଟ୍‌ ରାତି ୭ଟା ୪୦ରେ ଜନ୍‌ ସି. ଟ୍ୟୁନ୍‌ ବିମାନବନ୍ଦରକୁ ଜରୁରୀକାଳୀନ କଲ୍‌ କରିଥିଲେ । ଇଞ୍ଜିନରେ ତ୍ରୁଟି ଥିବା ସେ ସୂଚନା ଦେଇଥିଲେ ଏବଂ ଏହାପରେ ତାଙ୍କୁ ଜରୁରୀ ଲ୍ୟାଣ୍ଡିଂ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ କିଛି ସମୟ ପରେ ପାଇଲଟ୍‌ ରେଡିଓରେ କହିଥିଲେ ଯେ ବିମାନ ଏୟାରପୋର୍ଟରେ ପହଞ୍ଚିବ ନାହିଁ ।

ବିମାନ ରାଜପଥ-୪୦ ନିକଟରେ ଏକ ଘାସ ପଡ଼ିଆରେ ଖସି ପଡ଼ିଥିଲା ଏବଂ ଭୂମି ଉପରେ ପଡ଼ିବା କ୍ଷଣି ସେଥିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣା ବିମାନବନ୍ଦରଠାରୁ ପାଖାପାଖି ୩ ମାଇଲ୍‌ (୪.୮ କିମି) ଦକ୍ଷିଣରେ ଘଟିଥିଲା । ଡନ୍‌ ଆରୋନ୍‌ କହିଛନ୍ତି, ମୃତକଙ୍କ ସଠିକ୍‌ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏ ନେଇ ଅଧିକ ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.