ହ୍ଵାଟସଆପ୍‌କୁ ୨୨.୫ କୋଟି ଡଲାରର ଝଟକା, ଡିପିସି ପକ୍ଷରୁ ଲାଗିଲା ଜରିମାନା

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟସଆପକୁ ନେଇ ଆୟାର୍ଲ୍ୟାଣ୍ଡରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆୟାର୍ଲ୍ୟାଣ୍ଡରେ ହ୍ଵାଟସଆପକୁ ନେଇ ଲାଗିଛି ବଡ଼ ଝଟକା। ଅନ୍ୟ ଫେସବୁକ କମ୍ପାନିଙ୍କ ସହ ପର୍ସନାଲ ଡାଟାକୁ ସେୟାର କରିବା ମାମଲା ଯାଞ୍ଚ କରିବା ପରେ ଗୁରୁବାର ହ୍ଵାଟସଆପକୁ ୨୨.୫ କୋଟି ଡଲାରର ଜରିମାନା ଲଗାଯାଇଛି। ଆୟାର୍ଲ୍ୟାଣ୍ଡର ଡାଟା ପ୍ରାଇଭେସି ରେଗୁଲେଟର ଡିପିସି ବା ଡାଟା ପ୍ରାଇଭେସି କମିଶନର ଏହି ଜରିମାନା ଲଗାଇଛନ୍ତି।

ଏହାକୁ ନେଇ ହ୍ଵାଟସଆପ ମଧ୍ୟ ନିଜ ପକ୍ଷ ଜାହିର କରିଛି। ଏହାକୁ ଅସଙ୍ଗତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ପ୍ରାଇଭେସିକୁ ନେଇ ବିଶେଷ ଧ୍ୟାନ ରଖାଯାଉଛି। ହ୍ଵାଟସଆପ ତରଫରୁ ଏହା କୁହାଯାଇଛି ଯେ, ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ୩୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ରୋକ ଲଗାଯାଇଛି। ୪୬ ଦିନରେ ୩,୦୨୭,୦୦୦ ଭାରତୀୟ ଆକାଉଣ୍ଟ ଉପରେ ରୋକ ଲଗାଯାଇଛି।

whatsappppp

କମ୍ପାନୀକୁ ଏଥିପାଇଁ ୫୯୪ ଅଭିଯୋଗ ମିଳିଥିଲା। ଯାହା ଉପରେ କମ୍ପାନୀ ନିଜର ଦୃଷ୍ଟି ପକାଇଥିଲା। ଏଥିରେ ଅଧିକ ଆକାଉଣ୍ଟ ଅଟୋମେଟିକ ବା ବ୍ଲକ ମେସେଜ କାରଣରୁ ସସ୍ପେଣ୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.