ହ୍ଵାଟସଆପ୍‌ ଆଣିଲା ନୂଆ ଫିଚର, ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ କରିପାରିବେ ଲକ୍‌-ଅନଲକ୍‌

ୟୁଜରର୍ସମାନଙ୍କ ସିକ୍ୟୁରିଟିକୁ ନେଇ ହ୍ଵାଟସଆପ୍‌ ବାରମ୍ବାର ଚେଷ୍ଟା କରିଚାଲିଛି। ଠିକ ସେହିପରି ହ୍ଵାଟସଆପ୍‌ ବର୍ତ୍ତମାନ ଫିଙ୍ଗରପ୍ରିଣ୍ଟ ଲକ୍‌ର ଏକ ନୂଆ ଫିଚର ନେଇ ଆସିଛି। ଏହାମାଧ୍ୟମରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦ୍ୱାରା ଲକ୍‌ କରାଯାଇପାରିବ। କିନ୍ତୁ ଆଇଫୋନ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଫିଚର ପୂର୍ବରୁ ଞକ୍ଟଙ୍କମଷ ଓଊ ନା ରେ ଲଞ୍ଚ ହୋଇସାରିଛି। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଆପଣମାନେ କିଭଳି ଏହି ଫିଚରକୁ ଆକ୍ଟିଭ କରି ନିଜର ହ୍ଵାଟସଆପ୍‌କୁ ସୁରକ୍ଷିତ ରଖିପାରିବେ।

whatsapp betaସ୍ମାର୍ଟ ଫୋନରେ ଏପରି କରନ୍ତୁ ଆକ୍ଟିଭ୍‌

ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କ ପାଖରେ ହ୍ଵାଟସଆପ୍‌ ବିଟା ଥିବା ଆବଶ୍ୟକ। ସ୍ମାର୍ଟ ଫୋନ ବ୍ୟବହାରକାରୀମାନଙ୍କ ପାଇଁ ହ୍ଵାଟସଆପ୍‌ ବର୍ତ୍ତମାନ ଏହି ଫିଚର ବିଟା ଭର୍ସନରେ ଉପଲବ୍ଧ କରିସାରିଛି। ଫିଙ୍ଗର ପ୍ରିଣ୍ଟ ଲକ୍‌ ଆକ୍ଟିଭ୍‌ କରିବା ପାଇଁ ସର୍ବ ପ୍ରଥମେ ଆକାଉଣ୍ଟ ସେଟିଂକୁ ଯାଆନ୍ତୁ। ତାପରେ ସେଠାରେ ଦିଆଯାଇଥିବା ପ୍ରାଇଭେସି ଅପ୍ସନରେ କ୍ଲିକ୍‌ କରି ତଳେ ଥିବା ଫିଙ୍ଗରପ୍ରିଣ୍ଟ ଲକ୍‌ ଅପ୍ସନକୁ ଯାଆନ୍ତୁ। ଏହାକୁ କ୍ଲିକ୍‌ କରିବା ମାତ୍ରେ ହିଁ ଆପାଣଙ୍କ ଫୋନରେ ଏହି ଫିଚର ଆକ୍ଟିଭ୍‌ ହୋଇଯିବ। ଏଠାରେ ଆପଣ ହ୍ଵାଟସଆପ୍‌କୁ କେତେ ସମୟ ମଧ୍ୟରେ ଲକ୍‌ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଠିକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ତିନୋଟି ଅପ୍ସନ ଇମିଡିଏଟ୍‌, ୧ ମିନିଟ୍‌ କିମ୍ବା ୩୦ ମିନିଟ୍‌ର ଅପ୍ସନ ମିଳିବ।

ଏହାସହ ପଢନ୍ତୁ: ଆସିଲା ନୂଆ ଫିଚର, ଏବେ ଗୁଗଲରୁ କରିପାରିବେ ହ୍ଵାଟସଆପ୍‌ ଭିଡିଓ ଏବଂ ଅଡିଓ କଲ

ଫିଚର ଟେଷ୍ଟ କରିବା ପାଇଁ ଜାଣନ୍ତୁ ବିଟା ପ୍ରୋଗ୍ରାମ

ରିପୋର୍ଟ ଅନୁଯାୟୀ ହ୍ଵାଟସଆପ୍‌ ନିଜର ନୂଆ ଅପଡେଟସ୍‌ ପୂର୍ବରୁ ବିଟା ୟୁଜର୍ସମାନଙ୍କୁ ଟେଷ୍ଟ କରିବା ପାଇଁ ଦେଇଥାଏ। କାରଣ ଏଥିରେ ୟୁଜର୍ସମାନଙ୍କୁ ଯେପରି କୌଣସି ଅସୁବିଧା ସାମ୍ନା କରିବାକୁ ନପଡେ ସେଥିପାଇଁ କମ୍ପାନୀ କିଛି ଦିନ ଟେଷ୍ଟ କରିବା ପରେ ଏହାର ଫାଇନାଲ ଏବଂ ଷ୍ଟେବଲ ଭର୍ସନକୁ ରୋଲ ଆଉଟ୍‌ କରିଥାଏ।